
ଚଣ୍ଡିଖୋଲ ୨୫/୮(କ ବ୍ୟୁ) ପାର୍ବଣ ଋତୁ ଆରମ୍ଭ ହେବା ମାତ୍ରେ ପୂଜା କମିଟି ଗୁଡିକ ଚଳଚଞ୍ଚଳ ହୋଇପଡିଛନ୍ତି। ଆଗମୀ ଶାରଦୀୟ ଦୁର୍ଗାପୂଜା କୁ ଶାନ୍ତି ଶୃଙ୍ଖଳା ଓ ଜାକଜମକରେ ପାଳନ କରିବା ପାଇଁ ବିଭିନ୍ନ ପୂଜା କମିଟି ନିଜ ନିଜର ପ୍ରସ୍ତୁତି ବୈଠକ କରି ଯୋଜନା ପ୍ରସ୍ତୁତ ଆରମ୍ଭ କରିଦେଲେଣି। ଏହି ଅବସରରେ ବଡଚଣା ବ୍ଲକ ଅନ୍ତର୍ଗତ ଚଣ୍ଡିତଳ ସାର୍ବଜନୀନ ଦୁର୍ଗାପୂଜା କମିଟିର ଏକ ପ୍ରସ୍ତୁତି ବୈଠକ ତ୍ରିଲୋଚନ ମହାନ୍ତିଙ୍କ ସଭାପତିତ୍ବରେ ଦୂର୍ଗାମଣ୍ଡପ ଠାରେ ହୋଇଯାଇଛି।ଚାଳିତ ବର୍ଷ ଦୁର୍ଗା ପୂଜା କୁ ଶାନ୍ତି ଶୃଙ୍ଖଳା ଓ ଜାକଜମକରେ ପାଳନ କରିବା ପାଇଁ ଏକ ନୂତନ ଦୁର୍ଗାପୂଜା କମିଟିଗଠନ କରାଯାଇଅଛି। ଏଥିରେ ସଭାପତି ଭାବରେ ଚିନ୍ମୟ ମହାନ୍ତି, ଉପ ସଭାପତି ଧନେଶ୍ୱର ଦାସ,ସମ୍ପାଦକ ମହେଶ୍ୱର ମହାନ୍ତି, ସହ ସମ୍ପାଦକ ସନ୍ତୋଷ ଦାସ, କୋଷଧକ୍ଷ ପ୍ରବୀର ଦାସ, ଓ ହିସାବ ରକ୍ଷକ ଭାବେ ସୁଶାନ୍ତ ଦାସଙ୍କୁ ମନୋନୀତ କରାଯାଇଅଛି। ଏହି ପ୍ରସ୍ତୁତି ବୈଠକ ରେ ଅନ୍ୟ ମାନଙ୍କ ମଧ୍ୟରେ ପଙ୍କଜ ଦାସ, ତପନ ତରାଇ, ସନ୍ଦୀପ କାନୁନଗୋ ସମେତ ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ।ଚାଳିତ ବର୍ଷ ଦୁର୍ଗା ପୂଜା ରେ ସାଂସ୍କୃତିକ କାର୍ଯ୍ୟ କ୍ରମ,ମିନlବଜାର, ପାରମ୍ପରିକ ପୁଜା ବିଦ୍ଧି ସମେତ ସାମୂହିକ ପ୍ରସାଦ ସେବନ ଉପରେ ଆଲୋଚନା କରାଯାଇଥିଲା।ଚାଳିତ ବର୍ଷ ଦୁର୍ଗା ପୂଜା କୁ ଶାନ୍ତି ଶୃଙ୍ଖଳା ସହିତ ପାଳନ କରିବା ପାଇଁ ନୂତନ କମିଟି ର କର୍ମକର୍ତା ମାନେ ସମସ୍ତଙ୍କର ସାହାଯ୍ୟ ସହଯୋଗ କାମନା କରିଥିଲେ।