ଗୁଡ଼ାରି ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ସ୍ୱାୟତ ଶାସନ ଦିବସ ପାଳିତ

ଗୁଡ଼ାରି : ଗୁଡ଼ାରି ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ସ୍ୱାୟତ ଶାସନ ଦିବସ ପାଳିତ ହୋଇଯାଇଛି। ଏନଏସି ଅଧ୍ୟକ୍ଷା ସରମିତା ଶବର କାର୍ଯ୍ୟାଳୟ ପରିସରରେ ତ୍ରିରଙ୍ଗା ପତାକା ଉତ୍ତୋଳନ କରିଥିଲେ ଏବଂ ଉପସ୍ଥିତ ସମସ୍ତ ୱାର୍ଡ କାଉନସିଲର, କର୍ମଚାରୀ ଜାତୀୟ ସଙ୍ଗୀତ ଗାନ କରିଥିଲେ। ଗୁଡ଼ାରି ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଅଖିଳ ଭାରତ ସ୍ୱାୟତ ଶାସନ ଦିବସ ଉତ୍ସବ ପାଳନ ହୋଇଯାଇଛି ।ଏହି ଉତ୍ସବ ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ପାଢି ଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ପ୍ରଥମେ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ସରମିତା ଶବର ଶ୍ରୀ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପଧୂପ ଦେଇ ପ୍ରାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମ ରେ କୁନି କଳାକାର ଦେବାଂଶୀ ବେହେରା ନୃତ୍ୟ ପରିବେଷଣ କରିଥିଲେ । ସ୍ୱାୟତ ଶାସନ ଦିବସ ଉତ୍ସବ ଉପଲକ୍ଷେ ୨୬ରୁ୩୦ ପଯ୍ୟନ୍ତ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ବିଜ୍ଞାପିତା ଅଞ୍ଚଳ ପରିଷଦ ଗୁଡାରିର ବିଭିଧ ବିଦ୍ୟାଳୟର କୃତି ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ପାଢି, ଅଧ୍ୟକ୍ଷା ସରମିତା ଶବର ମୂଖ୍ୟ ଅତିଥି ରୂପେ ଗୁଡ଼ାରି ଥାନା ଅଧିକାରୀ ଶ୍ରୀମତୀ ସମର୍ପିତା ସ୍ୱାଇଁ, ସମ୍ମାନିୟା ଅତିଥି ସୁପ୍ରିୟ ସମ୍ବିତ, କନିଷ୍ଠ ଯନ୍ତ୍ରୀ ଅଜିତ ଶବର, ବି ୟୋଗେଶ୍ବର ରାଓ ଓ ଏମପି ପ୍ରତିନିଧି ଏ ମିନକେଶ ମଞ୍ଚାସିନ ହୋଇଥିଲେ । ଉକ୍ତ ଉତ୍ସବରେ ମୂଖ୍ୟ ଅତିଥି ଓ ସମ୍ମାନୀୟ ଅତିଥିଙ୍କ ଦ୍ଵାରା ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ବିଜ୍ଞାପିତ ଅଞ୍ଚଳ ପରିଷଦର ସମସ୍ତ କର୍ମଚାରୀ ଏବଂ ୱାର୍ଡ କାଉଁସିଲର ମାନେ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *