କ୍ଷୁଦ୍ର ଚଳଚ୍ଚିତ୍ର , ଅଲୋଡା ଏକ କଳୁଷିତ ଅଧ୍ୟାୟ,, ର ଶୁଭ ମହୁରତ ।

ଚଣ୍ଡିଖୋଲ ୩୧/୮(କ ଵ୍ୟୁ) କ୍ରିଏଣ୍ଟ ଷ୍ଟୁଡିଓ ଆନୁକୂଲ୍ୟରେ ଆଜି ଚଣ୍ଡିଖୋଲ ସ୍ଥିତ ହୋଟେଲ ଲୋଟସଇନ୍ ଠାରେ କ୍ଷୁଦ୍ର ଓଡ଼ିଆ ଚଳଚିତ୍ର ଅଲୋଡା ର ଶୁଭ ମହୁରତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଚଳଚ୍ଚିତ୍ରର ନିର୍ଦ୍ଦେଶକ ପ୍ରଯୋଜକ, କାହାଣୀ କାର ସୌରଭ ମହାନ୍ତି ଙ୍କ ସଭାପତିତ୍ବରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଧାକାନ୍ତ ସାମଲ ଯୋଗଦେଇ ସମାଜରେ କୁ ସଂସ୍କାର, ଅନ୍ଧବିଶ୍ୱାସ, ପୂଜ୍ୟ ପୂଜାର ଅବକ୍ଷୟ ଯୋଗୁଁ ସମାଜ କିପରି ଅବନତି ଘଟୁଛି ପୂତ୍ର ମାନଙ୍କ ଦ୍ଵାରା ପିତାମାତା କିପରି ନିର୍ଯାତିତ ଅସହାୟ ଅବସ୍ଥାରେ ଅଲୋଡା ଅଖୋଜା ହୋଇ ଜରାଶ୍ରମ କାଳ ତିପାତ କରୁଛନ୍ତି ତାହାର କରୁଣ ଘଟଣା ବଳିକୁ ଏହି ଚଳଚ୍ଚିତ୍ରରେ ଦର୍ଶାଯିବା ସହିତ ପିତାମାତା ଙ୍କ ପ୍ରତି ପୁତ୍ର ମାନଙ୍କର କର୍ତ୍ତବ୍ୟ ବିଷୟରେ ସଚେତନ କରା ଯାଇଛି। ଏହି ଅବସରରେ ବରିଷ୍ଟ ସାମ୍ବାଦିକ ପ୍ରଶାନ୍ତ କୁମାର ଜେନା, ପ୍ରସନ୍ନ କୁମାର ବିଶ୍ବାଳ, ସେକ୍ ସବିରୁଦ୍ଦିଁ, ଦିଗମ୍ବର ମହାପାତ୍ର, ଚିନ୍ମୟ ପୃଷ୍ଟି, ସୁରେନ୍ଦ୍ର ସାମଲ, ଅଜିତ୍ କୁମାର ମିଶ୍ର ଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ବରିଷ୍ଟ କଳାକାର ଯୁଧିଷ୍ଟିର ବେହେରା, ରଞ୍ଜିତ ଦାସ, ଚିତ୍ତ ରଂଜନ ସିଂହ , ଦିଲ୍ଲୀପ ମହାପାତ୍ର, ସ୍ଵସ୍ତିକ ମହାନ୍ତି, ଦିବ୍ୟାଲୋଚନ ଜେନା, ଅବିନାଶ ମହାପାତ୍ର, ଶିବାନନ୍ଦ ମହାରଣା,ଅଜୟ କୁମାର ସାମଲ, ସୁରେନ୍ଦ୍ର ମହାପାତ୍ର, ପ୍ରଶାନ୍ତ ଜେନା(କୁନିଆ), ଦେବାନନ୍ଦ ଦାସ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଉତ୍ସବକୁ ମୁଖ୍ୟ ପରିଚାଳକ ସାଗର ସାହାଣୀ, ଓ ଆଶୁତୋଷ ମହାରଣା ପ୍ରମୁଖ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *