“ଉଦଳା ମହାବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ରେ ସ୍ବାଗତ ଉତ୍ସବ ଆୟୋଜିତ ହୋଇଯାଇଛି”

ବାରିପଦା-ଉଦଳା(କ:ବ୍ଯୁ) ତା୨୫\୦୮\୨୫
ଉଦଳାମହାବିଦ୍ୟାଳୟ ,ଉଦଳା, ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ତରଫରୁ ଚଳିତ ଶିକ୍ଷାବର୍ଷ ୨୦୨୫_୨୬ +୩ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଯତୀନ୍ କୁମାର ମହାକୁଡ଼ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ଵଳନ କରିବା ସଙ୍ଗେ ସଙ୍ଗେ ନବାଗତ ଛାତ୍ର ଛାତ୍ରୀ ଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ପ୍ରଦାନ କରିବାକୁ ଜାଇ, ମହାବିଦ୍ୟାଳୟରେ ଥିବା ବିଭାଗର ନାମ ଆଗକୁ ଆଗେଇ ନେଇ ସଫଳତା ପ୍ରାପ୍ତି ହେବା ନିମନ୍ତେ ଛାତ୍ର ଛାତ୍ରୀ ଙ୍କୁ ପ୍ରେରଣା ପ୍ରଦାନ କରିଥିଲେ ନିଜସ୍ଵ ବକ୍ତବ୍ୟ ମାଧ୍ୟମରେ | ଏହି ଉତ୍ସବରେ ମୂଖ୍ୟ ବକ୍ତା ଭାବରେ ଅଧ୍ୟାପକ ସୌମେନ୍ଦ୍ର ଦାଶ ଯୋଗଦେଇ ଓଡ଼ିଆ ଅସ୍ମିତାର ମହତ୍ଵ ଏବଂ ଉତ୍କଳୀୟ କଳା ସଂସ୍କୃତି ଓ ଭାଷା ସାହିତ୍ୟକୁ ବଞ୍ଚାଇ ରଖିବାର ପ୍ରଚେଷ୍ଟା ଜାରି ରଖିବାକୁ ଛାତ୍ର ଛାତ୍ରୀ ଙ୍କୁ ଆହ୍ବାନ ପ୍ରଦାନ କରିଥିଲେ l ଏହି କାର୍ଯ୍ୟ କ୍ରମରେ ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇ ବାଣିଜ୍ୟ ବିଭାଗର ବିଭାଗୀୟ ମୂଖ୍ୟ ଆଧ୍ୟାପକ ହରିଶ୍ ଚନ୍ଦ୍ର ପଣ୍ଡା ଜ୍ଞ୍ୟନର କୌଶଳ ଓ ମହାବିଦ୍ୟାଳୟର ଗୌରବ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରି ଛାତ୍ର ଛାତ୍ରୀ ଙ୍କୁ ଉତ୍ସାହିତ କରାଇଥିଲେ । ଅନ୍ୟତମ ସମ୍ମାନୀତ ଅତିଥି ଭାବରେ ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକ ଦଶରଥ ଚପେୟା ଯୋଗଦାନ କରି ଛାତ୍ର ଛାତ୍ରିଙ୍କ ଉଦ୍ଦେଶ୍ୟରେ ଭାଷା ସାହିତ୍ୟର ଭୂମିକା ସମ୍ପର୍କରେ ବୁଝାଇ କହିଥିଲେ । ଏହି କାର୍ଯ୍ୟକ୍ରମର ପରିଚାଳନା ଦାଇତ୍ଵ ବିଭାଗୀୟ ମୂଖ୍ୟ ଅଧ୍ୟାପକ ସନ୍ତୋଷ କୁମାର ଜେନା ତୁଲାଇ ଥିବା ବେଳେ, ବିଭାଗୀୟ ଅଧ୍ୟାପିକା ଅନିତା ଦଳେଇ ଓ ରୋଜାଲିନି କିସ୍କୁ ନିଜସ୍ଵ ବକ୍ତବ୍ୟ ମାଧ୍ୟମରେ ଛାତ୍ର ଛାତ୍ରୀ ଙ୍କୁ ସ୍ୱାଗତ କରାଇଥିଲେ । ବିଶେଷକରି ଛାତ୍ର ଛାତ୍ରୀଙ୍କୁ ସୃଙ୍ଖଳାଗତ ଜୀବନ ଅତିବାହିତ କରିବାକୁ ପ୍ରେରଣା ପ୍ରଦାନ କରିଥିଲେ । ପରେ ପରେ ସମସ୍ଥ ନୂତନ ଛାତ୍ର ଛାତ୍ରୀ ଙ୍କୁ ପରିଚୟ ପର୍ବ ଆରମ୍ଭ ହୋଇଥିଲା । ଏହି ସ୍ୱାଗତ ଉତ୍ସବ କୁ +୩ ଦ୍ଵିତୀୟ ଓ ତୃତୀୟ ବର୍ଷର ଛାତ୍ର ଛାତ୍ରୀ ସହଯୋଗ କରିବା ସହିତ ଏହି ସ୍ୱାଗତ ଉତ୍ସବ ରେ ନିଜସ୍ବ ବକ୍ତବ୍ୟ ପ୍ରଦାନ କରିଥିଲେ । ଶେଷରେ +୩ ତୃତୀୟ ବର୍ଷର ଛାତ୍ରୀ ସୁଚୀଶ୍ରୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *