
ରାୟଗଡ଼ା-(ଅଜୟ ରଥ) ବନ୍ଦେ ଉତ୍କଳ ଜନନୀ ଗାନକୁ ଶିକ୍ଷକଙ୍କ ଅସମ୍ମାନ ଏଭଳି ଅଭାବନିୟ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍ ଗୋଡ଼ିବାଲି ପଞ୍ଚାୟତ ବନ୍ଧମାଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍ଵାଧୀନତା ଦିବସ ଅବସରରେ। ପ୍ରଧାନ ଶିକ୍ଷକ କମଳାକାନ୍ତ ପଟ୍ଟନାୟକ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରୁଥିବା ସମୟରେ ସମସ୍ତ ଛାତ୍ରଛାତ୍ରୀ ଦଣ୍ଡାୟମାନ ହୋଇ ସସମ୍ମାନ ଦେଇଥିବା ଦେଖିବାକୁ ମିଳିଛି । କିନ୍ତୁ ସେଠାରେ ନିଯୋଗ ଥିବା ଜଣେ ସହାୟକ ଶିକ୍ଷକ ଆଦିତ୍ୟ ମିଶ୍ର ଏହି ସଙ୍ଗୀତ ପରିବେଷଣ ସମୟରେ ଚେୟାରରେ ମୋବାଇଲ୍ ଧରି ବସି ଅସାବଧାନତା ବ୍ୟବହାର ଏହି ବନ୍ଦେ ଉତ୍କଳ ଜନନୀ ରାଜ୍ୟ ସଙ୍ଗୀତ ପ୍ରତି ଅସମ୍ମାନ ପ୍ରଦର୍ଶନ କରିଛନ୍ତି। ସଙ୍ଗୀତ ପରିବେଷଣ ହେଉଥିବା ବେଳେ ମଧ୍ୟ ଭାଗରେ ପ୍ରଧାନ ଶିକ୍ଷକ ତାଙ୍କୁ ଚେୟାର ଉଠିବା ପାଇଁ ଇଙ୍ଗିତ କରିବା ପରେ ଉଠିଥିଲେ ସତ ଚେୟାରରୁ ଉଠିବା ପରେ ବି ମାନବିକତା ଭୁଲିଯିବା ଯାଇ ସଙ୍ଗୀତକୁ ଅସମ୍ମାନ କରିଥିବା ବେଶ ବାରି ହୋଇପଡ଼ିଥିଲା । ଏ ନେଇ ଆମେ ଯେତେବେଳେ ପ୍ରଧାନଶିକ୍ଷକ ଶ୍ରୀ ପଟନାୟକଙ୍କୁ ଫୋନ୍ ଯୋଗେ ପଚାରିଥିଲୁ ସେ ଏହି ଘଟଣାକୁ ସ୍ବୀକାର କରିଥିଲେ। ସବୁଠାରୁ ବଡ଼ କଥା ହେଉଛି ଏହି ସଙ୍ଗୀତ ଗାନ ପୁର୍ବରୁ ନିଜେ ଶ୍ରୀ ପଟ୍ଟନାୟକ ସମସ୍ତଙ୍କୁ ଦଣ୍ଡାୟମାନ ହେବାକୁ କହିଥିଲେ , କିନ୍ତୁ ଏହା ସତ୍ତ୍ବେ କିଭଳି ଉକ୍ତ ଶିକ୍ଷକ ଜଣକ ନିଜର ଅହଙ୍କାରରେ ରହି ରାଜ୍ୟ ସଙ୍ଗୀତକୁ ଅସମ୍ମାନ କରିଥିଲେ। ଯାହାକି ଉକ୍ତ ସଙ୍ଗୀତ କେତେବେଳେ ବିଧାନସଭା ଭଳି ପବିତ୍ର ଗୃହରେ ପରିବେଷଣ ହେଉଛି ସେଠାରେ ଉପସ୍ଥିତ ସମସ୍ତ ସଦସ୍ୟ ଓ କର୍ମଚାରୀ ଦଣ୍ଡାୟମାନ ହୋଇ ସମ୍ମାନ ଦେଇଥାନ୍ତି । କିନ୍ତୁ ଏହି ଶିକ୍ଷକ ଜଣକ କିନ୍ତୁ ମୋବାଇଲ ଭିତରେ ଏଭଳି ମଜି ଯାଇଥିଲେ ଯେ ରାଜ୍ୟର ଏହି ସଙ୍ଗୀତକୁ ସମ୍ମାନ ଦେବାକୁ ଭୁଲିଗଲେ ନା ଜାଣିଶୁଣି ଏଭଳି ବେପରୁଆ ମନୋଭାବ ଦେଖାଇଛନ୍ତି ତାକୁ ନେଇ ବୁଦ୍ଧିଜୀବୀ ତଥା ବରିଷ୍ଠ ସାମ୍ବାଦିକ ଡ ବାଦଲ କୁମାର ତା ନିନ୍ଦା କରିବା ସହ ଉକ୍ତ ସ୍ଥାନରେ ଥିବା କୁନିକୁନି ଛାତ୍ରଛାତ୍ରୀଙ୍କ ନିକଟରୁ ଉକ୍ତ ଶିକ୍ଷକ ଜଣକ ବୈଚଚାରିକ ଶିକ୍ଷା ଶିଖିବା ନେଇ ପରାମର୍ଶ ଦେବା ସହ ପ୍ରଶାସନ ଏ ଦିଗରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।