ଜାତୀୟ ପତାକାକୁ ଅସମ୍ମାନ , ଉତ୍ତଳନ ବେଳେ ଛିଣ୍ଡି ତଳେ ପଢ଼ିଲା ଜାତୀୟ ପତାକା ,

ରାୟଗଡ଼ା-(ଅଜୟ ରଥ) ଜାତୀୟ ପତାକାକୁ ଅସମ୍ମାନ, ବ୍ଳକ୍ ସ୍ତରୀୟ ପତାକା ଉତୋଳନ କରିବା ବେଳେ ଛିଣ୍ଡି ପଢ଼ିଲା ଜାତୀୟ ପତାକା। ଏପରି ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ସଦର ବ୍ଳକ୍ କାଶୀପୁର ହାଇସ୍କୁଲ ପଡ଼ିଆରେ । ସୂଚନା ଅନୁଯାୟୀ ବ୍ଲକ୍ ସ୍ତରୀୟ ସ୍ବାଧୀନତା ଦିବସ ପାଳନ ହେଉଥିଲା, ପ୍ରବଳ ବର୍ଷା ହେଉଥିବାବେଳେ ଅତିଥି ମାନେ ଷ୍ଟେଜ ଉପରେ ରହିଥିଲେ ଏବଂ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ବର୍ଷାରେ ଭିଜି ଭିଜି ପଡିଆରେ ଠିଆ ହେଇଥିଲେ ଏତିକି ବେଳେ ବ୍ଲକ୍ ଅଧକ୍ଷ କଣ୍ଠ ମାଝୀ ପତାକା ଉତ୍ତୋଳନ କରିବା ପାଇଁ ରସି ଟାଣିବା ମାତ୍ରେ ପତାକା ଛିଣ୍ଡି ତଳେ ଖସି ଯାଇଥିଲା। ପରେ ପୁଣି ଖୁଣ୍ଟକୁ ତଳକୁ ଖସେଇ ପତାକାକୁ ବାନ୍ଧି ପୁନର୍ବାର ଖୁଣ୍ଟକୁ ସ୍ଥାପନା କରାଯାଇଥିଲା। ଏହାକୁ ନେଇ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ କାହାର ପ୍ରତିକ୍ରିୟା ମିଳିପାରି ନାହିଁ ।

Leave a Reply

Your email address will not be published. Required fields are marked *