ଶାନ୍ତିଲତା ଗ୍ରୁପ ପକ୍ଷରୁ ନୂତନ ଅଶୋକ ଲିଲେଣ୍ଡ ଓ ମହିନ୍ଦ୍ରା ଟ୍ରାକ୍ଟର ଶୋରୁମ ଉଦ୍ଘାଟିତ 

ଚଣ୍ଡିଖୋଲ ୧୨/୮(କ ବ୍ୟୂ) ଆଜି ଚଣ୍ଡିଖୋଲ ସ୍ଥିତ ଶାନ୍ତିଲତା ଟାୱାର ନିକଟରେ ଶାନ୍ତିଲତା ଗ୍ରୁପ ପକ୍ଷରୁ ନୂତନ ଅଶୋକ ଲିଲେଣ୍ଡ ଓ ମହିଂଦ୍ରା ଟ୍ରାକ୍ଟର ନୂତନ ଶୋରୁମ ଉଦ୍ଘାଟିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଏଲ ସି ଭି ର ବ୍ୟବସାୟିକ ମୁଖ୍ୟ ବିପ୍ଲବ ସାହା ଯୋଗଦେଇ ଚଣ୍ଡିଖୋଲ ଭାରତର ପ୍ରମୁଖ ବ୍ୟବସାୟିକ ପେଣ୍ଠ ସ୍ଥଳ। ତିନୋଟି ଜାତୀୟ ରାଜପଥ ସଙ୍ଗମ ସ୍ଥଳ ହୋଇଥିବାରୁ ଏହି ବାଟ ଦେଇ ଦୈନିକ ଶହ ଶହ ଗାଡିମଟର ଚଳାଚଳ କରିଥାନ୍ତି। ଗ୍ରାହକ ମାନଙ୍କୁ ଉତ୍ତମ ସେବା ଯୋଗାଇ ଦେବା ସହ ସେମାନଙ୍କ ଆର୍ଥିକ ଅଭିବୃଦ୍ଧିରେ ଅଶୋକ ଲିଲେଣ୍ଡ୍ କମ୍ପାନୀ ସାହାଯ୍ୟ କରିବ ବୋଲି କହିଥିଲେ। ଉଦ୍ଘାଟନ ଭାବେ ଶାନ୍ତିଲତା ଗ୍ରୁପ ଆପ କମ୍ପାନୀର ଆଇକନ ଶାନ୍ତିଲତା ଚୌଧୁରୀ,ସମ୍ମାନିତ ଅତିଥି ଭାବେ କେନ୍ଦ୍ରୀୟ ଜୋନ ର ଜୋନାଲ ମ୍ୟାନେଜର ଅତୁଲ କ୍ଷୀରସାଗର ବିଶିଷ୍ଟ ଅତିଥି ଭାବରେ ଓଡ଼ିଶା ଛତିଶଗଡ ର ଆଂଚଳିକ ପ୍ରବନ୍ଧକ ଯତୀନ ଥପଳ୍ୟାଲ, ସେଣ୍ଟ୍ରାଲ ଜୋନ ର ସେବା ପ୍ରବନ୍ଧକ ଗିରିଶ ବକ୍ସି ସେବା ପ୍ରବନ୍ଧକ ଆରାଧ୍ୟା ବାରିକ, ବିକ୍ରୟ ପ୍ରବନ୍ଧକ ସତ୍ୟ ରଂଜନ ବେହେରା ପ୍ରମୁଖ ଯୋଗଦେଇଥିବା ବେଳେ ଶାନ୍ତିଲତା ଗ୍ରୁପ ର ଅଧ୍ୟକ୍ଷ ଦିଲ୍ଲୀପ କୁମାର ଚୌଧୁରୀ, ଶାନ୍ତିଲତା ଗ୍ରୁପ ର ମ୍ୟାନେଜିଂ ପାର୍ଟନର ସନ୍ଧ୍ୟା ରାଣୀ ଚୌଧୁରୀ, ଶାନ୍ତିଲତା କମ୍ପାନୀର ମ୍ୟାନେଜିଂ ଡାଇରେକ୍ଟର ସନ୍ଦୀପ ଚୌଧୁରୀ,ଶାନ୍ତିଲତା ଗ୍ରୁପ ଅପ କମ୍ପାନୀର ସି ଇ ଓ ଦୀପକ କୁମାର ଚୌଧୁରୀ ପ୍ରମୁଖ ଯୋଗଦେଇ ଥିଲେ। ଏହି ଅବସରରେ ଚଣ୍ଡିଖୋଲ ଅଞ୍ଚଳର ଦୁଇ ବରିଷ୍ଟ ଗାଡ଼ି ବ୍ୟବସାୟୀ ଶେଷଦେବ ନାୟକ ଓ ଶୈଳେନ୍ଦ୍ର ନାୟକ ଙ୍କୁ ପରିବହନବନ୍ଧୁ ସମ୍ମାନ ପ୍ରଦାନ କରାଯାଇଥିଲା।ଏଥିସହିତ ୨୦ଜଣ ନୁତନ ଗାଡ଼ି ମାଲିକଙ୍କୁ ସମ୍ମାନିତ କରାଯାଇଥିଲା। ଶାନ୍ତିଲତା କମ୍ପାନୀପକ୍ଷରୁ ଯାଜପୁର, କେନ୍ଦୁଝର ଜିଲ୍ଲା ପାଇଁ ଅଶୋକ ଲିଲେଣ୍ଡ ର ହାଲୁକା ଯାନ ବିକ୍ରୟ ପାଇଁ ଅନୁମତି ପ୍ରାପ୍ତ ହୋଇଛି। ଏହି ଉଦ୍ଘାଟନ ଉତ୍ସବରେ ସ୍ଥାନୀୟ ଅଞ୍ଚଳରୁ ଶତାଧିକ ଗାଡି ମାଲିକ ଯୋଗ ଦେଇ ଥିଲେ।

Leave a Reply

Your email address will not be published. Required fields are marked *