


ରାୟଗଡ଼ା : ( ଅଜୟ ରଥ ) – ଜନ ନଥାଇ ଜନଶୁଣାଣୀ, ଏଭଳି ଦୃଶ୍ୟ ଆଜି ଦେଖିବାକୁ ମିଳିଛି ରାୟଗଡ ଜିଲ୍ଲା ସଦର ବ୍ଲକ ବଡ଼ ଇରୁକୁବାଡ଼ି ପଞ୍ଚାୟତରରେ। ସୂଚନା ଅନୁଯାୟୀ”ବଲାପାଡୁ କ୍ୱାର୍ଜ୍ ଏବଂ କ୍ୱାର୍ଜାଇଟ ମାଇନସକୁ ନେଇ ଆଜି ପ୍ରଦୂଷଣ କଣ୍ଟ୍ରୋଲ ବୋର୍ଡ ରାୟଗଡ଼ା ତରଫରୁ ଜନଶୁଣାଣୀ କାର୍ଯ୍ୟକ୍ରମ ହୋଇଥିଲା ଇରୁକୁବାଡି ପଞ୍ଚାୟତର ବଲାପାଡୁ ଗାଁ ନିକଟରେ ଥିବା କ୍ୱାର୍ଜ୍ ଏବଂ କ୍ୱାର୍ଜାଇଟ ମାଇନ୍ସ କୁ ହାତେଇବା ପାଇଁ ଯେଉଁ ପ୍ରଶାସନ ତରଫରୁ ତରବରିଆ ଭାବେ ଜନଶୁଣାଣୀ କରିବା ନେଇ ପ୍ରୟାସ କରାଯାଇଥିଲା ତାହା ଫସର ଫାଟିଛି। ୪ଟି ପଞ୍ଚାୟତର ପ୍ରାୟ ୨୦ ଖଣ୍ଡ ଗ୍ରାମର ଲୋକେ ବିରୋଧ କରି ଏହାକୁ ବର୍ଜନ କରିବା ସହ କିଛି ଲୋକ ଆସି ଏହି କାର୍ଯ୍ୟକ୍ରମକୁ ବିରୋଧ କରିଥିଲେ । ରାୟଗଡ଼ା ଜିଲ୍ଲାର ବାଲାପାଡୁ ଗ୍ରାମର ୫୫.୩୯୪ ହେକ୍ଟରର କ୍ୱାର୍ଜ୍ ଏବଂ କ୍ୱାର୍ଜାଇଟ ଖଣିରୁ ଉତ୍ପାଦନ ନିମନ୍ତେ ଲିଜ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଆଜି ପ୍ରଦୂଷଣ ବିଭାଗ ଦ୍ଵାରା ପରିବେଶ ସଂଘାତ ଆକଳନ ଓ ପରିବେଶ ପରିଚାଳନା ଯୋଜନାର ସଂକ୍ଷିପ୍ତ ବିବରଣୀ ଦେବା ସହ ଜନଶୁଣାଣି କାର୍ଯ୍ୟକ୍ରମ ଇରୁକୁବାଡି ଠାରେ ଅୟୋଜନ କରାଯାଇଥିଲା । ଯାହାକି ଏହି ଜନଶୁଣାଣି କେବଳ କିଛି ହାତବାରସି ସାଜିଥିବା ଲୋକଙ୍କୁ ସୂଚନା ପ୍ରଦାନ କରି ପ୍ରଦୂଷଣ ବିଭାଗ ଏକ କାରସାଦି କରିଥିବା ବେଳେ ଏହାକୁ ସ୍ଥାନୀୟ ପ୍ରଭାବିତ ଅଞ୍ଚଳବାସୀ ବିରୋଧ କରି ଭଣ୍ଡୁର କରିଦେଇଥିଲେ । ବଲାପାଡୁ କ୍ୱାର୍ଜ ଏବଂ କ୍ୱାର୍ଜାଇଟ ସେମି ମେକାନାଇଟ୍ ଓପନ୍ କାଷ୍ଟ ମାଇନିଂ ଉତ୍ପାଦନ ନିମନ୍ତେ ଯେଉଁ ଜନଶୁଣାଣି କାର୍ଯ୍ୟକ୍ରମ ହୋଇଥିଲା ଏ ନେଇ କୌଣସି ଗ୍ରାମବାସୀଙ୍କୁ ଲଖିତ ବା ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ସୂଚନା ଦେଇନଥିବ ଉପସ୍ଥିତ ଗ୍ରାମବାସୀ ମାନେ କହିଥିଲେ । ଏହି ଖଣି ଖନନନିମନ୍ତେ ଗ୍ରୀନ ସର୍କଲ ଆଇ ଏନ୍ ସି ନାମକ ଏକ କମ୍ପାନୀ ତରଫରୁ ଯେଉଁ ରିପୋର୍ଟ କାର୍ଡ ପ୍ରସ୍ତୁତ କରଯାଇଛି ସେଥିରେ ଅନେକ ଭୁଲ୍ ଓ ମିଥ୍ୟା ତଥ୍ୟ ଦେବା ସହ ଏହି ଖଣି ଖନନ ପ୍ରକ୍ରିୟାକୁ ଆରମ୍ଭ କରିବାକୁ ପ୍ରୟାସ କରୁଛି ବୋଲି କୁହା ଯାଇଛି । ଯେଭଳିକି ଏହି ରିପୋର୍ଟ କାର୍ଡ ରେ ସ୍ପଷ୍ଟ ଭାବେ ଦର୍ଶାଯାଇଛି ଯେ ଉକ୍ତ ଅଂଚଳରେ କୌଣସି ଜଙ୍ଗଲ ଜମି ନାହିଁ ଓ ଏହା ମୁଖ୍ୟତଃ ଜମି ଅଙ୍କ । ଏହି ଲିଜ ଅଂଚଳ ମଧ୍ୟରେ କିଛି ମାତ୍ରାରେ ତୃଣ, ବୁଦା ଗଛ ରହି ଅଛି । ଏହି ତୃଣ ଓ ବୁଦା ଖନନ ସମୟରେ ଉଚ୍ଛେଦନ କରାଯିବ । ଯାହାକି ଉକ୍ତ ଅଂଚଳରେ ଘଞ୍ଚ ଜଙ୍ଗଲ ରହିଥିବା ସହ ବହୁ ବର୍ଷର ବଡ଼ ବଡ଼ ବୃକ୍ଷ ରହିଥିବା ଦେଖିବାକୁ ମିଳିଛି । ଏହା ସହ ୫ ବର୍ଷରେ ଉତ୍ପାଦନ କରାଯିବ ସହ ପ୍ରାୟ ୧ଲକ୍ଷ ୯୦ ହଜାର ଘନ ମିଟର ଖଣି ଖନନ ହେବା ନେଇ ଏଥିରେ ଉଲ୍ଲେଖ ରହିଛି ଯାହାକି ୪ ବର୍ଷର ହିସାବ ରହିଥିବା ସହ ୧୦୦ ଜଣକୁ ଏଥିରେ ନିଯୁକ୍ତି ଦେବା ନେଇ କୁହାଯାଇ ଅଛି । କିନ୍ତୁ ଏ ନେଇ କୌଣସି ଗ୍ରାମବାସୀଙ୍କୁ ଅବଗତ କରାଯାଇନଥିବା କିମ୍ବା ସୂଚନା ନଥିବା ଗ୍ରାମବାସୀ ମାନେ କହିଛନ୍ତି । ଏହା ସହ ବଲାପାଡୁ ଗ୍ରାମରେ ଯୁବକ ମାନେ ଖଣିକୁ ବିରୋଧ କରିବା ସହ କସ୍ମିନ କାଳେ ଏହି ଜମି କାହାକୁ ଦିଆଯିବ ନାହିଁ ବୋଲି ମତ ରଖିଛନ୍ତି । ଏହି ଜନଶୁଣାଣୀରେ ପ୍ରଦୂଷଣ ବୋର୍ଡ ଆଞ୍ଚଳିକ ଅଧିକାରୀ ଅଶୋକ କୁମାର ଭୋଇ ଉପସ୍ଥିତ ଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ନିହାର ରଞ୍ଜନ କହଁର, ରାୟଗଡ଼ା ତହସିଲଦାର ପ୍ରିୟଦର୍ଶିନୀ ସ୍ବାଇଁ ଉପସ୍ଥିତ ଥିଲେ। ପୋଲିସ ମାତ୍ର ଦୁଇଜଣ ଉପସ୍ଥିତ ରହିଥିବା ବେଳେ ଜନ ଶୁଣାଣି ଭଳି କାର୍ଯ୍ୟକ୍ରମରେ ଲୋକଙ୍କ ପାଇଁ ୫୦ ରୁ ୧୦୦ ମଧ୍ୟରେ ଚେୟାର ବ୍ୟବସ୍ଥା ହୋଇଥିଲା । ବିନା ସୂଚନାରେ ଏଭଳି କାର୍ଯ୍ୟକ୍ରମ କରି ଖଣିକୁ ହାତେଇବାର ପ୍ରୟାସ ଫସର ଫାଟିଥିଲା। ଗାମୁଣ୍ଡରେ ଟେଣ୍ଟ ବ୍ୟବସ୍ଥା ଦେଖି ଅନେକ ଲୋକ ପ୍ରତିନିଧି ମଧ୍ୟ ଉପସ୍ଥିତ ଥିଲେ । ଏହି ପ୍ରଭାବିତ ଅଞ୍ଚଳବାସୀ ଏହି ଜନଶୁଣାଣୀକୁ ବର୍ଜନ କରିବା ସହ ଏଠାରେ ଖଣି ଖନନକୁ ବିରୋଧ କରାଯିବ ବୋଲି ସ୍ଥାନୀୟ ଲୋକେ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଇରୁକୁବାଡି ସରପଞ୍ଚ କାମେଶ୍ୱର ତାଡ଼ିଙ୍ଗି, ସମିତି ସଭ୍ୟ ଦୟାନିଧି କଣ୍ଡାଗିରି, ପିତା ମହଲ ସରପଞ୍ଚ ଟୁଟୁ ତାଡ଼ିଙ୍ଗି, ମାଧବ ସାମଲ , ପ୍ରିତମ କୁମାର ନରେଶ ବିଡିକା, ଭୁଷଣ ବିଡ଼ିକା, ସୁଧାକର ବିଡିକା, ଶଙ୍କର ପଟନାୟକ, ଜିଲ୍ଲାପରିଷଦ ସଦସ୍ୟ ପ୍ରଶାନ୍ତ କୁଲେସିକା, ଆଦି ଅନେକ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ। ଶେଷରେ ଇରୁକୁବାଡି ସରପଞ୍ଚ କାମେଶ୍ୱର କହିଥିଲେ ଯେ ଏହି କାର୍ଯ୍ୟକ୍ରମକୁ ନେଇ କୌଣସି ସୂଚନା ଗ୍ରାମବାସୀଙ୍କୁ ପ୍ରଦାନ କରିନଥିବାରୁ ଏହାକୁ ବନ୍ଦ କରିବା ପାଇଁ କହିଥିଲେ । ଏ ନେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କହଁର କହିଥିଲେ ଯେ ଅଧିକାଂଶ ଲୋକ ଏହି ଜନଶୁଣାଣି ବିଷୟରେ ଅବଗତ ନଥିଲେ ଫଳରେ ସରକାରଙ୍କ ନୀତି ନିର୍ଦ୍ଦେଶ ଅନୁଯାୟୀ ପରବର୍ତ୍ତୀ କାର୍ଯ୍ୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ଦେଇଥିଲେ।