
ଚଣ୍ଡିଖୋଲ : ୧୨/୮(କ ବ୍ୟୁ)ଚଣ୍ଡିଖୋଲ ସ୍ଥିତ ବାବା ଭୈରବା ନନ୍ଦ ସ୍ଵୟଂ ଶାସିତ ମହାବିଦ୍ୟାଳୟ ର ୫୦ତମ ପ୍ରତିଷ୍ଠା ଦିବସ ଓ ଗୌରବମୟ ସୁବର୍ଣ୍ଣ ଜୟନ୍ତିର ଉଦ୍ଘାଟନୀ ଉତ୍ସବ ଆଜି ଅନୁଷ୍ଟିତ ହୋଇଯାଇଛି।ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରସନ୍ନ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ଓ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗଦେଇ ଜ୍ଞାନକୁ ନିଜ ଭିତର ଆବଦ୍ଧ ନକରି , ସମାଜ ଓ ଅନ୍ୟମାନଙ୍କ ପାଇଁ ବିତରଣ କଲେ ଜୀବନ ସାର୍ଥକ ହୋଇଥାଏ।ଆଜିର ଯୁବ ପିଢ଼ି ମାନେ ଦେଶର ଓ ରାଜ୍ୟର ଗୌରବମୟ ଇତିହାସ, ଐତିହ୍ୟ, ପୌରାଣିକ କଥା ବସ୍ତୁ, ପରମ୍ପରା ପ୍ରତି ସଚେତନ ହେବାକୁ ପରାମର୍ଶ ଦେବା ସହିତ ଜୀବନର ୫ଟି ଧ ଯଥା ଧର୍ମ, ଧରିତ୍ରୀ, ଧୈର୍ଯ୍ୟ, ଧନ୍ଦା ଓ ଧନ କୁ ଉପଯୁକ୍ତ ବାଟରେ ପରିଚାଳିତ କଲେ ଜୀବନ ସଫଳ ହେବ। ଦେଶକୁ ବିଶ୍ୱଗୁରୁ ଓ ଆମ ଓଡ଼ିଶା କୁ ଆଗମୀ ୨୦୩୬ରେ ବିକଶିତ ରାଜ୍ୟ ରେ ପରିଣତ କରିବା ପାଇଁ ସମସ୍ତେ ମିଳିମିଶି ପ୍ରୟାସ ଜାରି ରଖିବାକୁ ପରାମର୍ଶ ଦେଇଥିଲେ। ମୂଖ୍ୟ ବକ୍ତା ଭାବେ ଯାଜପୁର ସାଂସଦ ରବିଦ୍ର ନାରାୟନ ବେହେରା ଐତିହ୍ୟ ସମ୍ପନ୍ନ ଯାଜପୁର ଜିଲ୍ଲାର ଶିକ୍ଷ୍ୟା, ସ୍ବାସ୍ଥ୍ୟ, ଗମନା ଗମନ,ପରିବହନ କୃଷି, ନୌବାଣିଜ୍ୟ ର ସର୍ବାଧିକ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି।ସମ୍ମାନିତ ଅତିଥି ଭାବେ ବଡଚଣା ବିଧାୟକ ଅମର ନାୟକ ବଡଚଣା ରେ ଶିକ୍ଷା ବ୍ୟବସ୍ଥା ସଜାଡ଼ିବା ସହିତ ଶିକ୍ଷା ର ଭିତ୍ତି ଭୂମି ସୁଦୃଢ କରିବା ସହିତ ଶିକ୍ଷା କ୍ଷେତ୍ରରେ ସଂସ୍କାରର ଆଣିବାକୁ ଆହ୍ଵାନ ଦେଇଥିଲେ।ଏଥିସହିତ ବଡଚଣା ବ୍ଲକ୍ ରେ ଥିବା ୪ଗୋଟି କଲେଜର ଭିତ୍ତିଭୂମି ର ବିକାଶ କରିବା ପାଇଁ ୮କୋଟି ୫୦ଲକ୍ଷ ଟଙ୍କା ପ୍ରଦାନ କରlଯାଇଛି। ଅନ୍ୟତମ ସମ୍ମାନିତ ଅତିଥି ରାଷ୍ଟ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟର ପ୍ରାକ୍ତନ କୁଳପତି ଡକ୍ଟର କୃଷ୍ଣ ଚନ୍ଦ୍ର ଶତପଥୀ କଲେଜ, ପରିଚାଳନା କମିଟି ସଭାପତି ଯୁଧିଷ୍ଟିର ନାୟକ,ପୁରାତନ ଛାତ୍ର ସଂସଦ ର ସଭାପତି ପବିତ୍ର ମୋହନ ମାହାଲା ଯୋଗଦେଇଥିଲ।ଅଧ୍ୟାପକ ସଲିଳ ରାଜନନ୍ଦନ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପୁରାତନ ଛାତ୍ର ସଂସଦ ସମ୍ପାଦକ ଦେବରାଜ ବେହେରା ବାର୍ଷିକ ବିବରଣୀ ପାଠ କରିଥିଲେ। ଆରମ୍ଭରେ ଅତିଥିମାନେ ମହାବିଦ୍ୟାଳୟ ପରିସରରେ ଥିବା ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ।ଓ ସୁବର୍ଣ୍ଣଜୟନ୍ତୀ ଗୃହ, ଖେଳ ପଡିଆ ଉନ୍ନତିକରଣ ଓ ଦର୍ଶକ ଗ୍ୟାଲେରୀ, ସହିତ ଦ୍ଵିତୀୟ ଛାତ୍ରୀ ନିବାସ ର ଶିଳାନ୍ୟାସ କରିଥିଲେ। ଏହି ଅବସରରେ ମହାବିଦ୍ୟାଳୟର ମୁଖପତ୍ର ଶୈଳଜା ଉନ୍ମୋଚନ କରିଥିଲେ। ଗତ ବାର୍ଷିକ ପରୀକ୍ଷାରେ ବିଭିନ୍ନ ସ୍ନାତକ ବିଭାଗରେ ଶ୍ରେଷ୍ଠ ସ୍ନାତକ ମାନଙ୍କୁ ପୁରସ୍କାର ପ୍ରଦାନ କରଯାଇଥିଲା। ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ସ୍ଵାଗତ ସଙ୍ଗୀତ, ବନ୍ଦେ ଉତ୍କଳ ଜନନୀ ଗାନ କରାଯିବା ସହିତ ସାଂସ୍କୃତିକ କାର୍ଯ୍ୟ କ୍ରମ ଅନୁଷ୍ଟିତ ହୋଇଥିଲା। ଶେଷରେ ଅଧ୍ୟାପକ ପି ସି ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।