ରାୟଗଡ଼ ପୌରପରିଷଦ ଆନୁକୁଲ୍ଯରେ “ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ” ଶିବିର ଅନୁଷ୍ଠିତ ।

ରାୟଗଡ-: ( ଅଜୟ ରଥ ) -ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତଥା ଗୃହ ଏବଂ ନଗର ଉନ୍ନୟନ ବିଭାଗ, ଓଡିଶା ସରକାରଙ୍କ ମିଳିତ ସମନ୍ଵୟରେ ରାୟଗଡ଼ ପୌରପରିଷଦ ଆନୁକୁଲ୍ଯରେ ଅଶୋକ କଲ୍ୟାଣ ମଣ୍ଡପ ଠାରେ “ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ” ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଅଛି । ଏହି ଶିବିରରେ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ, ପ୍ରକଳ୍ପ ନିର୍ଦେଶକ, ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା, ରାୟଗଡ଼ ମୁଖ୍ୟ ଅତିଥିରୁପେ ଯୋଗଦାନ କରି ପ୍ରଦୀପ ପ୍ରଜ୍ଵଳନ କରିବା ସହିତ ଶିବିରର ଶୁଭାରମ୍ଭ କରିଥିଲେ ।
ଏହି ଶିବିରରେ ମୁଖ୍ୟ ଅତିଥିଙ୍କ ସମେତ ପୌରାଧ୍ୟକ୍ଷ ଶ୍ରୀ ପି. ମହେଶ ପଟ୍ଟନାୟକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଶ୍ରୀକାନ୍ତ କୁମାର ପାଣିଗ୍ରାହୀ, ପୌର ନିର୍ବାହୀ ଅଧିକାରୀ ଶ୍ରୀ କୁଲଦୀପ କୁମାର, ରାୟଗଡ଼ ପୌର ପରିଷଦର ସମସ୍ତ ପାରିଷଦ ବର୍ଗ , ଓଡିଶା ବିକଳାଙ୍ଗ ମଞ୍ଚର ସମ୍ପାଦକ ଶ୍ରୀ ଜଳନ୍ଧର ବାଚେଲୀ, ରାୟଗଡ଼ ଭିନ୍ନକ୍ଷମ ମହାସଙ୍ଗର ସମ୍ପାଦକ ଶ୍ରୀ ଅମରେନ୍ଦ୍ର ନାଥ , ପୌର ପରିଷଦର ଗୋଷ୍ଠୀ ସଙ୍ଗଠିକା ଶ୍ରୀମତୀ କ୍ରୀଷ୍ଣାନୁଜା ବେହେରା, ଶ୍ରୀମତୀ ଦେବସ୍ମିତା ପାଣିଗ୍ରାହୀ ଏବଂ ଶ୍ରୀମତୀ ସମାପିକା ପାତ୍ର , ପି ଏ ମିଲନ ଗନାୟକ, ସାମାଜିକ ସୁରକ୍ଷା ବିଭାଗର କର୍ମକର୍ତ୍ତା ଏବଂ ପୌରପରିଷଦର ଅନ୍ୟ କର୍ମକର୍ତ୍ତା ମାନେ ଯୋଗଦାନ କରି ଏହି ଶିବିରକୁ ସଫଳତାର ସହ ସମ୍ପାଦନ କରିଥିଲେ ।
ଏହି ଶିବିରରେ ମୋଟ ୨୪୮ ଜଣ ଭିନ୍ନକ୍ଷମ ଅଂଶ ଗ୍ରହଣ କରିଥିଲେ । ସେଥିମଧ୍ୟରୁ ୯୭ ଜଣ ଭିନ୍ନକ୍ଷମଙ୍କୁ ସରକାରଙ୍କ ଦ୍ଵାରା ପ୍ରଦତ୍ତ ବିଭିନ୍ନ ଦିବ୍ୟାଙ୍ଗ ଉପକରଣ ଯଥା ତିନି ଚକିଆ ସାଇକଲ , ଶ୍ରବଣ ଯନ୍ତ୍ର , ୱାକର, ମଧୁବାବୁ ଭତ୍ତା , ବସ ପାସ, ଡି.ଆର.ଆଇ ଋଣ ଭଳି ଅନ୍ୟାନ ସୁବିଧା ପ୍ରଦାନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *