“ବିଶ୍ବବିଦ୍ୟାଳୟରେ ଜାତୀୟ ସେବା ଯୋଜନା ବ୍ୟୁରୋ ପକ୍ଷରୁ ଅଧ୍ୟକ୍ଷ ଓ କାର୍ଯ୍ୟକ୍ରମ ଅଧିକାରୀମାନଙ୍କ ସମ୍ମିଳନୀ ଆୟୋଜିତ”

ବାରିପଦା (କ:ବ୍ଯୁ) ତା୧୨\୦୮\୨୫
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ଜାତୀୟ ସେବା ଯୋଜନା ବ୍ୟୁରୋ ପକ୍ଷରୁ ବିଶ୍ବବିଦ୍ୟାଳୟ ସମ୍ମିଳନୀ କକ୍ଷରେ ମହାବିଦ୍ୟାଳୟ ମାନଙ୍କର ଅଧ୍ୟକ୍ଷ ଓ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀମାନଙ୍କର ଏକ ସମ୍ମିଳନୀ ଆୟୋଜିତ ହୋଇଥିଲା। ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ବିଧୁଭୂଷଣ ମିଶ୍ର ଆଭାସୀ ମାଧ୍ୟମରେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହିତ ବିଶ୍ବବିଦ୍ୟାଳୟ ଏବଂ ମହାବିଦ୍ୟାଳୟ
ମାନଙ୍କରେ ସେବା ଯୋଜନାର ସଫଳ ରୂପାୟନ କିପରି ତ୍ବରାନ୍ବିତ ହୋଇପାରିବ, ସେ ସଂପର୍କରେ ସୂଚନା ଦେବା ସହ ଉପସ୍ଥିତ ଅଧିକାରୀମାନଙ୍କୁ ସମର୍ପିତ ମନ ନେଇ କାର୍ଯ୍ୟ କରିବା ଲାଗି ଆହ୍ବାନ ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ସେବା ଯୋଜନାର ରାଜ୍ୟ ନୋଡାଲ ଅଧିକାରୀ ତଥା ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ଉପ ନିର୍ଦ୍ଦେଶକ ଡକ୍ଟର ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଜାତୀୟ ସେବା ଯୋଜନାର ବିଭିନ୍ନ କାର୍ଯ୍ୟସୂଚୀ, ସରକାରଙ୍କ ଏଥିପ୍ରତି ପ୍ରଦାନ କରୁଥିବା ଅନୁଦାନ ଏବଂ ଛାତ୍ରଛାତ୍ରୀମାନଙ୍କୁ ଏଥିରେ ଉଚିତ ମାର୍ଗଦର୍ଶନ କରି ବୃକ୍ଷରୋପଣ ଠାରୁ ଆରମ୍ଭ କରି ରକ୍ତଦାନ, ସ୍ବତନ୍ତ୍ର କ୍ୟାମ୍ପ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକ୍ରମକୁ ଯଥାରୀତି ସମ୍ପାଦନ କରିବାଲାଗି କାର୍ଯ୍ୟକ୍ରମ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ବିଶ୍ବବିଦ୍ୟାଳୟର କୁଳସଚିବ ସୁଶ୍ରୀ ସୁମିତ୍ରା ସିଂ ଉପସ୍ଥିତ ସମସ୍ତ ଅଧିକାରୀଙ୍କୁ ସମ୍ବୋଧିତ କରି ଜାତୀୟ ସେବା ଯୋଜନାରେ ଛାତ୍ରଛାତ୍ରୀମାନଙ୍କୁ ଉପଯୁକ୍ତ ତାଲିମ ଦେଇ ସେମାନଙ୍କ ବ୍ୟକ୍ତିତ୍ବ ବିକାଶରେ ସହାୟକ ହେବାପାଇଁ ଅଭିମତ ରଖିଥିଲେ। ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର କମଳଲୋଚନ ବାରିକ ସେବା ଯୋଜନାର ଗୁରୁତ୍ବ ଏବଂ ଦାୟିତ୍ଵ ସଂପର୍କରେ ଅଭିମତ ରଖିଥିବା ବେଳେ ସେବା ଯୋଜନାର ପୂର୍ବତନ ସଂଯୋଜକ ପ୍ରଫେସର ପ୍ରମୋଦ କୁମାର ଶତପଥୀ ତାଙ୍କ ବକ୍ତବ୍ୟରେ ସେବା ଯୋଜନାର ସଫଳ ରୂପାୟନ ଲାଗି ସମସ୍ତଙ୍କୁ ସମର୍ପିତ ହୋଇ କାମ କରିବା ଲାଗି କହିଥିଲେ। ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର ଅନାମ ଚରଣ ରାଉଳ କାର୍ଯ୍ୟକ୍ରମ ବିବରଣୀ ପ୍ରଦାନ କରିଥିବା ବେଳେ ବିଶ୍ବବିଦ୍ୟାଳୟର ସେବା ଯୋଜନାର କାର୍ଯ୍ୟକ୍ରମ ସଂଯୋଜକ ଡକ୍ଟର ବସନ୍ତ କୁମାର ମହାନ୍ତ ସେବା ଯୋଜନାର ସଠିକ୍ ପରିଚାଳନା, ନିୟମିତ କାର୍ଯ୍ୟକ୍ରମ ଓ ସମୟାନୁସାରୀ ପଦକ୍ଷେପ ନେବା ପାଇଁ ସମସ୍ତଙ୍କୁ ସଚେତନ କରାଇଥିଲେ। ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର ବିଷ୍ଣୁପ୍ରିୟା ହାଁସଦା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅନ୍ୟତମ କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର ଶିଶିର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ବିଶ୍ବବିଦ୍ୟାଳୟ ଅଧୀନରେ ଥିବା ସମସ୍ତ ମହାବିଦ୍ୟାଳୟ ସେବା ଯୋଜନାର ଅଧିକାରୀ ଓ ଅଧ୍ୟକ୍ଷ ମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେବା ସହ ସେମାନଙ୍କର ବିଭିନ୍ନ ପରାମର୍ଶ,ସମସ୍ୟାଓ ପ୍ରସ୍ତାବ ସଂପର୍କରେ ଆଲୋଚନା କରିଥିଲେ। ସେବା ଯୋଜନା ବ୍ୟୁରୋର ବରିଷ୍ଠ ସହାୟକ ଅଜୟ କୁମାର ବଳ, ସୁସ୍ମିତା ପାତ୍ରଙ୍କ ସମେତ ବହୁ ସ୍ଵେଚ୍ଛାସେବୀ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *