
ପ୍ରକୃତି ଡାକ୍ତର ସେବା ନିରନ୍ତର
କାହାକୁ କରିନି ମନା
କର୍ମ ତା ଧରମ ଆନନ୍ଦ ପରାଣ
ଦେଇନି କେବେ ଯନ୍ତ୍ରଣା।
ନିଃଶ୍ବାସ ପ୍ରଶ୍ବାସ ଚଳ ପ୍ରଚଳନ
ନାମଟି ଅଟେ ପବନ
ପ୍ରକୃତି ବିଭିନ୍ନ ଜାତି ଜାତି ଗଛ
ଦିଏ ସତେ ଅମ୍ଳଜାନ।
ଉଦେ ହେଲେ ଭାନୁ ପୂରୁବ ଗଗନେ
ଢ଼ାଳି ଦେଇ ସେ ଆହାର
ପ୍ରଫୁଲ୍ଲ ମନରେ ଜୀବନ ବଞ୍ଚାଇ
ପ୍ରାଣୀଙ୍କ ଖୁସି ବିହାର।
ଇନ୍ଦ୍ର ଦେଲା ଜଳ ମନା ନାହିଁ କେବେ
ସକଳ ପରାଣ ଖୁସି
ପୋଖରୀ ଗାଡ଼ିଆ ନଦୀ ନାଳ ଜଳ
ସାଗରରେ ଯାଏ ମିଶି ।
ପ୍ରକୃତି ମା’ ତୁମେ ସନ୍ତାନ ପାଳୁଛ
ତୁମେ ମା’ ବିଶ୍ବ ଈଶ୍ୱର
ତୁମ ଦୟା ବଳେ ଧରାର ସଂସାର
ବଞ୍ଚିଛି ସଭ୍ୟତା ନର।
ଯେତେ ଯାହା ରୋଗ ପ୍ରକୃତି ଡାକ୍ତର
ଦୂର ପ୍ରକୃତି ଔଷଧ
ସେବନ କରୁଛେ ନିୟମିତ ଭାବେ
ଆତ୍ମା ଶାନ୍ତି ମୂଲ୍ୟ ବୋଧ।
ମାନଗୋବିନ୍ଦ ସ୍ବାଇଁ
ଗୋଜାବନ୍ଧ ମହାକାଳପଡ଼ା
କେନ୍ଦ୍ରାପଡ଼ା