ଲାଭ ଓ ଲୋଭ ମନଭିତରେ ରହିଲେ ଶିକ୍ଷାନୁଷ୍ଠାନ ଉନ୍ନତି ହୋଇ ପାରିବ ନାହିଁ

ଚଣ୍ଡିଖୋଲ,୧୦/୮(କ ବ୍ୟୁ) ଶିକ୍ଷା ଏକ ସୁଚିନ୍ତିତ ଧାରା ଯାହା ବ୍ୟକ୍ତିଗତ ଓ ସାମୁହିକ କ୍ଷେତ୍ରରେ ପରିବର୍ତ୍ତନ ଆଣେ। ମନୁଷ୍ୟ ଏକ ସାମାଜିକ ପ୍ରାଣୀ, ଶିକ୍ଷା ସମସ୍ତ ସାମାଜିକ ସଂସ୍କାର ର ଏକ ଅବିଚ୍ଛେଦ୍ୟ ଅଙ୍ଗ। ମାତ୍ର ମନଭିତରେ ଲାଭ ଓ ଲୋଭ ରହିଲେ ଶିକ୍ଷାନୁଷ୍ଠାନ ଉନ୍ନତି କରି ପାରିବ ନାହିଁ ବୋଲି ବଡଚଣା ବିଧାୟକ ଅମର ନାୟକ ମତବ୍ୟକ୍ତ କରିଛନ୍ତି।ଚଣ୍ଡିଖୋଲ ସ୍ଥିତ ଡି ୟୁ ପବ୍ଲିକ ସ୍କୁଲ ଠାରେ ଉମାକାନ୍ତ ସ୍ମୃତି ସଂସଦ ଆନୁକୂଲ୍ୟରେ ଆୟୋଜିତ ବିଶିଷ୍ଟ ଶିକ୍ଷାବିତ୍ ସ୍ବର୍ଗତ ଉମାକାନ୍ତ ମହାପାତ୍ରଙ୍କ ୮୬ତମ ଜୟନ୍ତୀ ସମାରୋହ ଅନୁଷ୍ଠିତ ସଭାରେ ଶ୍ରୀ ନାୟକ ବଡଚଣା ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥାର ବ୍ୟବସ୍ଥିତ ଢଙ୍ଗରେ ସଜାଡି ବାକୁ ପଡ଼ିବ। ଶିକ୍ଷା ହେଉଛି ଦେଶ ପ୍ରଗତିର ମୂଳଦୁଆ। ଯେଉଁ ଦେଶର ଶିକ୍ଷା ବ୍ୟବସ୍ଥା ଯେତେ ସୁଦୃଢ ସେ ଦେଶ ସେତେ ସମୃଦ୍ଧ। ଭଲ ମଣିଷ ତିଆରି କରିବା ପାଇଁ ଡି ୟୁ ପବ୍ଲିକ ସ୍କୁଲ ଯେଉଁ ସଂକଳ୍ପ ନେଇଛି ତାହା ପୂରଣ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେବା ସହିତ ବିଦ୍ୟାଳୟର ପରିବେଶ , ଶୃଙ୍ଖଳିତ ଛାତ୍ର ଛାତ୍ରୀ ବ୍ୟବସ୍ଥିତ ଶିକ୍ଷା ପଦ୍ଧତି ର ପ୍ରଶଂସା କରିଥିଲେ। ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଡକ୍ଟର ସୁଧୀର ସାମଲ ଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ମୁଖ୍ୟ ବକ୍ତା ଭାବେ ପ୍ରଫେସର ଡକ୍ଟର ସଂଘମିତ୍ରା ମିଶ୍ର ଯୋଗଦେଇ ମଣିଷ ଗଢା କାରଖାନାରେ ଦେଶର ଭବିଷ୍ୟତ ତିଆରି ହୁଏ। ଶିକ୍ଷା ଏକ ବୃତ୍ତି ନୁହେଁ ଏକ ବ୍ରତ। ଶିକ୍ଷା କେବଳ ଅର୍ଥ ରୋଜଗାରର ମାଧ୍ୟମ ନ ହୋଇ ଏକ ସାଧନା ହେବା ଦରକାର ବୋଲି କହିଥିଲେ। ସ୍ମୁତି ସଂସଦର ସହ ସମ୍ପାଦକ ଡକ୍ଟର ବିଶ୍ୱଜିତ୍ ମହାପାତ୍ର ସ୍ଵାଗତ ଭାଷଣ ଦେଇଥିବା ବେଳେ ଡକ୍ଟର ତୁହିନଂlଶୁ ରଥ ଅତିଥି ପରିଚୟ ପ୍ରଦାନ କରିଥିଲେ। ସ୍ମୁତି ସଂସଦର ସମ୍ପାଦକ ଡକ୍ଟର ପ୍ରିୟନାଥ ମହାପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲେ।ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟର ପ୍ରତିଷ୍ଠାତା ନିର୍ଦ୍ଦେଶକ ଇଞ୍ଜିନିୟର ଧନେଶ୍ୱର ମହାପାତ୍ର, କଳିଙ୍ଗ କେଶରୀ ମହାନ୍ତି ଯୋଗ ଦେଇ ଥିଲେ। ଏହି ଅବସରରେ ସ୍ମୃତି ସଂସଦର ମୁଖପତ୍ର ଅନ୍ୱେଷଣ ପଥେ ଉମାୟନ କୁ ଅତିଥି ମାନେ ଉନ୍ମୋଚନ କରିଥିଲେ। ଏଥି ସହିତ ବିଶିଷ୍ଟ ଶିକ୍ଷାବିତ୍ ସୁକଦେବ ପତି ଙ୍କୁ ଉମାକାନ୍ତ ସ୍ମୃତି ସମ୍ମାନ ଓ ବିଶିଷ୍ଟ ଚିକିତ୍ସକ ଡ଼ାକ୍ତର କୃଷ୍ଣ ଚନ୍ଦ୍ର ରାୟ ଙ୍କୁ ଉମାକାନ୍ତ ମହାପାତ୍ର ସେବା ସମ୍ମାନ ପ୍ରଦାନ କରାଯାଇଥିଲା। ଶେଷରେ ଅବସର ପ୍ରାପ୍ତ ଅଧ୍ୟାପକ ପ୍ରଶାନ୍ତ କୁମାର ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ।ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସ୍ଵାଗତ ସଙ୍ଗୀତ, ନାଟକ ବାପା ମଞ୍ଚସ୍ଥ ହେବା ସହିତ ସାଂସ୍କୃତିକ କାର୍ଯ୍ୟ କ୍ରମ ଅନୁଷ୍ଟିତ ହୋଇଥିଲା।ବିଦ୍ୟାଳୟର ଅଧ୍ୟକ୍ଷା ସୁଜାତା ମହପାତ୍ର, ନିର୍ଦ୍ଦେଶକ ରଣଜିତ୍ ମହାପାତ୍ର ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *