ସ୍ୱଚ୍ଛ ଭାରତ ଅଭିଯାନ ଅନ୍ତର୍ଗତ ସ୍ୱାଧୀନତା ସଂଗ୍ରାମୀ ଦେଶର ବରପୁତ୍ର ଙ୍କ ପ୍ରତିମା ସଫା ସୁଥରା କରି ମାଲ୍ୟାର୍ପଣ

ରାଜଗାଙ୍ଗପୁର:- ରବିବାର ଦିନେ ସକାଳ ସ୍ୱଚ୍ଛ ଭାରତ ଅଭିଯାନ ଅନ୍ତର୍ଗତ ସ୍ୱାଧୀନତା ସଂଗ୍ରାମୀ ଦେଶର ବରପୁତ୍ର ଙ୍କ ପ୍ରତିମା ସଫା ସୁଥରା କରି ମାଲ୍ୟାର୍ପଣ କରାଯାଇଥିଲା ରାଜଗାଙ୍ଗପୁର ନଗର ମଣ୍ଡଳ ସଭାପତି ରାଜନ ସୋନିଙ୍କ ନେତୃତ୍ୱରେ ଉକ୍ତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା, ରାଣୀବନ୍ଧରେ ଅବସ୍ଥିତ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି ସହିତ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏହା ପରେ, ନାୟର ଚୌକରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି, ତା’ପରେ ସୁଭାଷ ଚୌକରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ଏବଂ ଶେଷରେ ଲିପଲୋଇରେ ଥିବା ସହିଦ ପ୍ରଦୀପ ପଣ୍ଡାଙ୍କ ପ୍ରତିମୂର୍ତ୍ତି ଧୁଆଧୁଇ ସଫା କରି ପ୍ରତିମା ରେ ମାଲ୍ୟାର୍ପଣ କରାଯାଇଥିଲା ଏବଂ ଏହି ଅବସରରେ, ସମଗ୍ର ଅଞ୍ଚଳ ଦେଶାତ୍ମବୋଧକ ସ୍ଲୋଗାନ ଏବଂ “ଶହୀଦ ଅମର ରହେ” ସ୍ଲୋଗାନରେ ପ୍ରତିଧ୍ୱନିତ ହୋଇଉଠିଥିଲା। ଏହି ଅବସର ରେ ମୁନିଲାଲ ଗୁପ୍ତା, ବିକ୍ରମ ପ୍ରୁସେଥ, ସଞ୍ଜୟ ଦେ, ଶେଖର ଦାହିମା, ଅନୀତା ଭଟ୍ଟାଚାର୍ଯ୍ୟ, ଶଶିରେଖା ସାମଲ, ଶଙ୍କର ମାଝୀ, ମହେନ୍ଦ୍ର ମାଝୀ, ତାରକେଶ୍ୱର ପ୍ରସାଦଙ୍କ ସମେତ ଶହ ଶହ ବିଜେପି କର୍ମୀ ଉପସ୍ଥିତ ରହି ସହଯୋଗ କରିଥିଲେ।

ଅବଦୁଲ ରଜାକ ଖାନ
ରାଜଗାଙ୍ଗପୁର,

Leave a Reply

Your email address will not be published. Required fields are marked *