
ପୁରୀ ୩୦/୬ : ବିଶ୍ଵ ପ୍ରସିଦ୍ଧ ପବିତ୍ର ରଥଯାତ୍ରା ଅବସରରେ ପୁରୀ ପୋଲିସ୍ ପ୍ରଶାସନ ସହିତ ହାତ ମିଳେଇ ମିଳିତ ଭାବେ ନିଖିଳ ଓଡ଼ିଶା ସ୍ୱେଚ୍ଛାସେବୀ ମହାସଂଘ ବଡ଼ଶଙ୍ଖ ଠାରେ ଭକ୍ତ ମାନଙ୍କ ର ସେବା କାର୍ଯ୍ୟକ୍ରମ କରିଥିଲେ। ଏହି ସେବା କାର୍ଯ୍ୟକ୍ରମ କୁ ମୁଖ୍ୟ ପରିଚାଳକ ଭାବେ ମହାସଂଘର ସଭାପତି ଶ୍ରୀମତୀ ସୁଜାତା ପଶାୟତ ଓ ସମ୍ପାଦକ ଶ୍ରୀଯୁକ୍ତ ଅନ୍ତର୍ଯ୍ୟାମୀ ବରାଳ ପରିଚାଳନା କରିଥିଲେ।ତିନି ବର୍ଷ ତଳେ ଗଢିଉଠିଥିବା ଏହି ମହାସଙ୍ଘ କାର୍ଯକ୍ରମ ର ମୁଖ୍ୟ ଆକର୍ଷଣ ଥିଲା ବିଭିନ୍ନ ଜିଲ୍ଲା ରୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ୩୦୦ ରୁ ଉର୍ଦ୍ଧ ସ୍ୱେଚ୍ଛାସେବକ ମାନଙ୍କୁ ନେଇ ବଡ଼ଦାଣ୍ଡ ରେ ରଥଯାତ୍ରା ସମୟରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ଓ ଭିଡ଼ ନିୟନ୍ତ୍ରଣ କରିବା ସହିତ ଶୁଖିଲା ଖାଦ୍ୟ, ପାନୀୟ ଜଳ ବଣ୍ଟନ, ଏବଂ ରଥ ଯାତ୍ରା ସମୟରେ ଭକ୍ତଙ୍କ ଦେହ ଅସୁସ୍ଥ ସମୟ ରେ ତୁରନ୍ତ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ର ନେଇ ସେବା ଯୋଗାଇ ଦିଆ ଯାଇଥିଲା ଏବଂ ଭକ୍ତ ମନ ମୋହିବା ପାଇଁ ସନ୍ଧ୍ୟା ରେ କରାଯାଇଥିବା ଭଜନ ପରିବେଷଣ ବଡ ଦାଣ୍ଡ ର ଭକ୍ତି ପରିବେଶ କୁ ଦ୍ୱିଗୁଣିତ କରିଥିଲା । ଅନୁଷ୍ଠାନ ତରଫରୁ ଏକ ବିଶାଳ ରାଲି କରାଯାଇ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ଏକ ଶପଥ ପାଠ କରାଯିବା ପରେ ବଡ଼ ଦାଣ୍ଡ ସଫେଇ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ପରିଚାଳନା ରେ ମହାସଂଘର ସହ କୋଷାଧ୍ୟକ୍ଷ ଶୁଭ୍ରଜିତ୍ ମହାନ୍ତି, ସଂଯୋଜକ ରଞ୍ଜନ କୁମାର ଓଝା ଓ ସଦସ୍ୟ ଅରୁନ୍ଧତୀ ବେହେରା, ପ୍ରିୟମ୍ବଦା ନାୟକ,ଶ୍ରାବଣୀ ରାୟ, ମିତା ପ୍ରଧାନ, ନିରୁପମା ଦାସ, ଡି.କେ. ମିଶ୍ର, ଶ୍ରୀମାଞ୍ଚଳ ଦାସ , ସଂଗ୍ରାମ କେଶରୀ ପଲାଇ, ସୁମିତ୍ରା ପଣ୍ଡା, ନରେନ୍ଦ୍ର ଜେନା, ରାଜ କିଶୋର ଚାନ୍ଦ ପରିଚାଳନା ରେ ସହଯୋଗ କରିଥିଲେ । ମହାସଂଘ ଏହି କାର୍ଯ୍ୟ କୁ ଭକ୍ତ ମାନେ ଭୁଇୟସୀ ପ୍ରଂଶସା କରିଥିଲେ।