ତିନିଜଣ ଆଦର୍ଶ ଶିକ୍ଷକଙ୍କୁ କ୍ମଷ୍ଟର ସ୍ତରୀୟ ଅବସର କାଳୀନ ସମ୍ଭର୍ଦ୍ଧନା

ପାଟଣାଗଡ଼: -୩୦/o୬ ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଳକ ଗୁଣ୍ଡୁରୁପାଲି ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିବାକର ମହାପାତ୍ର, ବଡଗୁର୍ଜିଭଟା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସତ୍ୟଭାମା ସାହୁ ଏବଂ ବାଘଝରଣ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନାରାୟଣ ସେଠ ତାଙ୍କରି ଚାକିରୀ ଜୀବନରୁ ଏକକାଳୀନ ଅବସର ଗ୍ରହଣ କରିଛନ୍ତି । ତାଙ୍କରି ଶିକ୍ଷାଦାନକୁ ମନେ ପକାଇ ଛାତ୍ରଛାତ୍ରୀମାନେ ବହୁତ ଦୁଃଖ ଅନୁଭବ କରିଛନ୍ତି ଏବଂ ସ୍କୁଲ ଶିକ୍ଷା କମିଟୀ, ଗାଁର ମାନ୍ୟଗଣ୍ୟ ଭଦ୍ର ବ୍ୟକ୍ତି ବିଶେଷ ବୃନ୍ଦ, ଅଭିଭାବକ ଓ ଅଭିଭାବିକା ମାନେ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି । ତାଙ୍କରି ଚାକିରୀ କ୍ଷେତ୍ର ସମୟରେ ଶିକ୍ଷା ପାଇଥିବା ଛାତ୍ରଛାତ୍ରୀ ମାନେ ଉଚ୍ଚ ପଦପଦବୀ ରେ ନିଯୁକ୍ତ ହୋଇ ଅଛନ୍ତି । ଏମାନେ ମଧ୍ୟ ତାଙ୍କରି ଗୁରୁଜୀ ଗୁର ମାଁ ଙ୍କ ଅବସର କୁ ନେଇ ବହୁତ ଖେଦ ପ୍ରକାଶ କରିଛନ୍ତି ।ଏହି ଅବସରରେ ତିନିଜଣ ଶିକ୍ଷକଙ୍କୁ ତାଙ୍କରି ଶିକ୍ଷକତା ଜୀବନର ଶେଷ ଶୁଭ ଦିନରେ ନିଜ ନିଜ ସ୍କୁଲର ଶିକ୍ଷକ ,ଶିକ୍ଷୟିତ୍ରୀ ଏବଂ ସ୍କୁଲ କମିଟୀର ସଭ୍ୟ ସଭ୍ୟା ମାନଙ୍କ ଉପସ୍ଥିତିରେ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା ।

Leave a Reply

Your email address will not be published. Required fields are marked *