ଶରଧାବାଲିରେ ଅଘଟଣ, ଠେଲାପେଲାରେ ୩ ଭକ୍ତଙ୍କ ମୃତ୍ୟୁ

ପୁରୀ : (ବଳରାମ ତ୍ରିପାଠୀ ରିପୋର୍ଟ) :ପୁରୀ ଶରଧାବାଲିରେ ଅଘଟଣ । ଠେଲାପେଲାରେ ୩ ଜଣ ଭକ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା । ରବିବାର ଥିବାରୁ ରାତିରୁ ଭକ୍ତଙ୍କ ପ୍ରବଳ ଗହଳି ଲାଗିଥିଲା । ଭୋର ୪ଟାରେ ପହଡ଼ ଖୋଲିବା ପରେ ଦର୍ଶନ ପାଇଁ ଭକ୍ତଙ୍କ ମଧ୍ୟରେ ଉତ୍କଣ୍ଠା ବଢିଥିଲା।

ପୁରୀ ଶରଧାବାଲିରେ ଅଘଟଣ । ଠେଲାପେଲାରେ ଦଳାଚକଟା କାରଣରୁ ୩ ଜଣ ଭକ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା । ଶ୍ରୀ ଗୁଣ୍ଡିଚା ମନ୍ଦିର ନିକଟରେ ଠେଲାପେଲା ହୋଇ ଏଭଳି ଅଘଟଣ ଘଟିଥିବା ଜଣାପଡିଛି। ରବିବାର ଥିବାରୁ ରାତିରୁ ଭକ୍ତଙ୍କ ପ୍ରବଳ ଗହଳି ଲାଗିଥିଲା । ଭୋର ୪ଟାରେ ପହଡ଼ ଖୋଲିବା ପରେ ଦର୍ଶନ ପାଇଁ ଭକ୍ତଙ୍କ ମଧ୍ୟରେ ଉତ୍କଣ୍ଠା ବଢିଥିଲା।

ଅଧିକ ଭକ୍ତଙ୍କ ଉପସ୍ଥିତିରୁ ଠେଲାପେଲା ପରସ୍ଥିତି ସୃଷ୍ଟି ହୋଇଥିଲା। ଏଥିରେ ୩ ଜଣ ଶ୍ରଦ୍ଧାଳୁ ପ୍ରାଣ ହରାଇଥିଲେ। ଭୋର ୪.୨୦ରେ ଏଭଳି ହୋଇଥିବା ସୂଚନା ମିଳିଛି। ଚାରକାଠ ବୋଝେଇ ଟ୍ରକ ଭକ୍ତଙ୍କ ଭିଡ ମଧ୍ୟରେ ପଶିବା କାରଣରୁ ଏଭଳି ଅଘଟଣ ଘଟିଥିବା କୁହାଯାଉଛି। ପ୍ରତ୍ୟକ୍ଷଦର୍ଶୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ୫୦ ରୁ ଅଧିକ ଶ୍ରଦ୍ଧାଳୁ ଆହତ ହୋଇଛ .

Leave a Reply

Your email address will not be published. Required fields are marked *