
ଦେଶରେ ୪ର୍ଥ ପର୍ୟ୍ୟାୟ ଲକ୍ଡାଉନ୍ ହେବ । ପ୍ରଧାନମନ୍ତ୍ରୀ ମୋଦୀ ଏ ବିଷୟରେ ଘୋଷଣା କରିଛନ୍ତି। ମେ ୧୮ ତାରିଖରେ ଏ ବିଷୟରେ ସୂଚନା ଦିଆଯିବ । ତେବେ ଏଥିରେ କେତକ କଟକଣା ମୁକ୍ତ ରହିବ ବୋଲି ସେ ସୂଚନା ଦେଇଛନ୍ତି ।ଏହା ଏକ ନୂଆ ରୂପରେ ଆସିବ ବୋଲି ପ୍ରଧାମନ୍ତ୍ରୀ କହିଛନନ୍ତି ।
ଏହା ସହ ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍ରଘେଷଣା କରିଛନ୍ତି
ଭାରତର ପ୍ରଗତିରେ ସବୁବେଳେ ବିଶ୍ୱର ପ୍ରଗତି ରହିଛି ।
ଭାରତର ଲକ୍ଷ୍ୟର ପ୍ରଭାବ କାର୍ଯ୍ୟର ପ୍ରଭାବ ବିଶ୍ୱ କଲ୍ୟାଣ ଉପରେ ପଡିଥାଏ ।
ଭାରତରେ ଅନ୍ତର୍ଜାତୀୟ ଯୋଗ ଦିବସ ସାରା ବିଶ୍ୱକୁ ଚାପରୁ ମୁକ୍ତି ଦେବାକୁ ଉଦିଷ୍ଟ
ଜୀବନ ଓ ମୃତ୍ୟୁ ଲଢୁଥିବା ବିଶ୍ୱରେ ଏବେ ଭାରତର ଔଷଧ ଏବେ ନୂଆ ଆଶାର ସଞ୍ଚାର ଦେଇଛି ।
ସମସ୍ତ ଭାରତୀୟଙ୍କ ପାଇଁ ଏହେ ଗୌରବର ବିଷୟ ।
ସାରି ଦୁନିଆଁକୁ ଏବେ ଲାଗିଛି ଭାରତ ବିଶ୍ୱ ପାଇଁ ଭଲ କରିବ । ଏବେ ୧୩୦ କୋଟି ଭାରତୀୟଙ୍କର ଆତ୍ମ ନିର୍ଭର ଭାରତୀୟ ହେବ । ଆମର ଶହ ଶହ ବର୍ଷର ଗୌରବମୟ ଇତିହାସ ରହିଛି । ସୁନାର ଚଢେଇ ଥିବା ଭାରତ କୁହାଯାଉଥିଲା ।
ପରେ ସ୍ଥିତି ପରିବର୍ତ୍ତନ ହୋଇଥିଲା ବିକାଶ ପାଇଁ ଛଟପଟ ହେଉଥିଲୁ । ଏବେ ଭାରତ ପ୍ରଗତି ରାସ୍ତାରେ ଆଗକୁ ବଢୁଛି । ବିଶ୍ୱ କଲ୍ୟାଣ ପାଇଁ ବଢୁଛି ।
ଏହି ଶତାଦ୍ଦୀ ବେଳେ y2 ସଙ୍କଟ ଆସିଥିଲା ଭାରତ ବିଶ୍ୱକୁ ଏହି ସଙ୍କଟରୁ ଉଦ୍ଧାର କରିଥିଲା ।
ଆମ ପାଖରେ ଦକ୍ଷତା ରହିଛି ମାନବସମ୍ବଳ ରହିଛି । ଆମେ ସବୁଠାରୁ ଭଲ ଉତ୍ପାଦ ବନେଇବୁ ।
ମୁଁ କଛର ପରିସ୍ଥିତି ଦେଖିଛି , ସେହି ପରିସ୍ଥିତିର ଭୟାବହତାକୁ ଦେଖିଛି । ହଲେ ସେ ପରିସ୍ଥିତିରୁ ଆଗକୁ ବଢିଛୁ ଏବେ କଚ୍ଛ ଠିଆ ହୋଇଛି ।
ଭାରତ ଆତ୍ମନିର୍ଭର ପାଇଁ ସମସ୍ତଙ୍କର ସଙ୍କଳ୍ପ ଶକ୍ତି ଦରକାର । ଭାରତ ଆତ୍ମ ନିର୍ଭର ହେବାର
୫ଟି ସ୍ତମ୍ଭ – ପ୍ରଥମେ ଅର୍ଥନୀତି । ଏପରି ଅର୍ଥନୀତି ବହୁ ଆଗୁ ବଢିବ
ଦ୍ୱିତୀୟ ଇଫ୍ରାଷ୍ଟକ୍ଚର
ତୃତୀୟ ସ୍ତମ୍ଭ ଆମର ସିଷ୍ଟମ , ଏହା ଟେକ୍ନୋଲଜି ଡ୍ରିଭେନ୍ ବ୍ୟବସ୍ଥା ଉପରେ ବ୍ୟବସ୍ଥିତ
ଚତୁର୍ଥ ଆମର ଅବସ୍ଥିତ ଓ ଆମର ଗଣତନ୍ତ୍ର
ପଞ୍ଚମ ସ୍ତମ୍ଭ ଚାହିଦା ବା ଡିମାଣ୍ଡ । ଆମ ଅର୍ଥନୀତିରେ ଯେଉଁ ଚାହିଦା ଅଛି ତାହା ଆମ ପାଇଁ ସକରାତ୍ମକ ହେବ ।
ଆମର ଚାହିଦା ଓ ସପ୍ଲାଏ ଚେନ୍କୁ ବୃଦ୍ଧି କରିବୁ ।
ଏଥିରେ ଶ୍ରମିକଙ୍କ ସ୍ୱେଦ ବାସ୍ନା ଥିବ ।
କରୋନା ସଙ୍କଟ ପାଇଁ ଏକ ବିଶେଷ ଆର୍ଥିକ ପ୍ୟାକେଜ୍ର ଘୋଷଣା କରୁଛି ।
ପୂର୍ବରୁ ଯେଉଁ ଆର୍ଥିକ ଘୋଷଣା କରାଯାଇଥିଲା । ଆଜି ଯେଉଁ ଆର୍ଥକ ପ୍ୟାକେଜ୍ର ଘୋଷଣା କରାଯାଉଛି ତାହା ୨୦ ଲକ୍ଷ କୋଟି ଟଙ୍କାର ହେବ । ଏହା ଭାରତର ଜିଡିପିର ୧୦ ପ୍ରତିଶତ । ଏହା ଭାରତର ଆର୍ଥିକ ବ୍ୟବସ୍ଥାକୁ ସହାୟକ ହେବ ।
୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍ ୨୦୨୦ରେ ଭାରତକୁ ନୂଆ ଦିଗ ଦେବ ।
ଏହା ଏହି ଆର୍ଥିକ ପ୍ୟାକେଡଜ୍ ଆମ ଲଘୁ ଉଦ୍ୟା, କୁଟୀର ଶିଳ୍ପ ଆଦିକୁ ସାହାଯ୍ୟ କରିବ । ଏହା ଦେଶର କୃଷକ ଓ ଶ୍ରମିକମାନଙ୍କ ପାଇଁ ଯେଉଁମାନେ ଦିନ ରାତି କାମ କରୁଛନ୍ତି । ଏହା ମଧ୍ୟମ ବର୍ଗ ପାଇଁ ଯେଉଁମାନେ ଦେଶକୁ ଟ୍ୟାକ୍ସ ଦେଉଛନ୍ତି।
ଦେଶର ଅର୍ଥମନ୍ତ୍ରୀ ଏହି ଆର୍ଥିକ ପ୍ୟାକେଜ୍ ବିଷୟରେ ସୂଚନା ଦେବେ । ଆତ୍ମନିର୍ଭଶୀଳ ପ୍ୟାକେଜ ବିଷୟରେ ବିସ୍ତୁତ ଭାବେ ସୂଚନା ଦେବେ ।
ଭାରତ ସରକାର ଦେଉଥିବା ଟଙ୍କା ଗରିବ ଓ ଚାଷୀଙ୍କ ପାଖକୁ ସିଧା ସଳଖ ଗଲା । ଲକ୍ଡାଉନ୍ ବେଳେ ସବୁ ବନ୍ଦ ଥିବା ବେଳେ ଲୋକଙ୍କ ପାଖକୁ ଗଲା ।
ଜନଧନ, ଆଧାର ,ମୋବାଇଲ୍ ଯୋଗୁଁ ଏହା ଲୋକଙ୍କ ପାଖକୁ ସିଧାସଳଖ ଗଲା । ଏଥିଯୋଗୁଁ ଏହା ସମ୍ଭବ ହୋଇ ପାରିଲା ।
ଏହି ଆର୍ଥିକ ପ୍ୟାକେଜ୍ ବ୍ୟବସାୟକୁ ବୃଦ୍ଧି କରିବ । ମେକ୍ ଇନ୍ ଇଣ୍ଡିଆ ସ୍ୱପ୍ନକୁ ସାକାର କରିବ ।
ଆତ୍ମନିର୍ଭରତା ସାରେ ଦେଶକୁ ବିଶ୍ୱର ଚାହିଦା ପାଇଁ ପ୍ରସ୍ତୁତ କରିବ । ଭାରତ ସବୁଥିରେ ବିଜୟ ଲାଭ କରିବ ।
ଆର୍ଥିକ ପ୍ୟାକେଜ୍ରେ ଅନେକ ପ୍ରାବଧାନ କରାଯାଇଛି ।
ଏହି ସଙ୍କଟ ଏତେ ବଡ ଅନେକ ଅର୍ଥ ବ୍ୟବସ୍ଥା ମୁଣ୍ଡ ନୁଆଁଇ ଦେଇଛି ।
ଏଥିରେ ଆମ ଦେଶ ଗରିବ ଓ ନିମ୍ନ ବର୍ଗର ଲୋକ ଆତ୍ମଶକ୍ତି ଓ ଆତ୍ମ ନିର୍ଭରତାର ଦେଖାଇଛନ୍ତି । ବହୁ କଷ୍ଟ ସହିଛନ୍ତି। ତାଙ୍କର ଅନୁପସ୍ଥିତିକୁ ସମସ୍ତେ ଅନୁଭବ କରିଛନ୍ତି। ତାଙ୍କର ଆର୍ଥିକ ହିତ ପାଇଁ କିଛି ପଦକ୍ଷେପ ଗ୍ରହଣ କରିବା ।
ସଙ୍ଗଠିତ ଓ ଅସଂଗଠିତ କ୍ଷେତ୍ରରେ କିଛି ଆର୍ଥିକ ପ୍ୟାକେଜ୍ ର ଘୋଷଣା କରାଯିବ ।
ସଙ୍କଟ ସମୟରେ ସ୍ଥାନୀୟ ଉଦ୍ୟୋଗ ଓ ସ୍ଥାନୀୟ ଜିନିଷ ହିଁ ଆମକୁ ବଞ୍ଚାଇଛି । ସମୟ ଆମକୁ ଶିଖାଇଛି ସ୍ଥାନୀୟ ଜିନିଷକୁ ଆମର ଜୀବନ ମନ୍ତ୍ର କରିବାକୁ ହେବ।