
ଚଣ୍ଡିଖୋଲ,୩୦/୧୦(କ.ଵ୍ୟୁ) (ପ୍ରଶାନ୍ତ ଜେନାଙ୍କ ରିପୋର୍ଟ) ପି ଏମ୍ କିଷାନ୍ ଉତ୍ସବ ଦିବସ ଅବସରରେ ଆଜି ପ୍ରଧାନମନ୍ତ୍ରୀ କିଷାନ୍ ସମ୍ମାନ ନିଧି ଯୋଜନାର ୨୪ତମ କିସ୍ତି ପ୍ରଦାନ କରାଯାଇଛି। ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟ ର ବନାସକାଣ୍ଡା ଠାରେ ଆୟୋଜିତ ଉତ୍ସବରେ ଦେଶବ୍ୟାପୀ ଚାଷୀ ଙ୍କୁ ଏହି କିସ୍ତି ପ୍ରଦାନ କରିଥଲେ। ଏହି ଅବସରରେ ଆଭାସୀ ମାଧ୍ୟମରେ ବଡଚଣା ବ୍ଲକ୍ ସ୍ତରୀୟ ପି ଏମ୍ କିଷାନ୍ ଉତ୍ସବ ଦିବସ ବଡଚଣା କୃଷି ବିଜ୍ଞାନ କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ରାଜ୍ୟର ୩୫ଲକ୍ଷ ୩୯ହଜାର୍ ୨୯୭ ଜଣ ଚାଷୀ ଖାତାକୁ ମୋଟ୍ ୭୦୭ କୋଟି ୮୫ଲକ୍ଷ ୯୪ହଜାର୍ ଟଙ୍କା ପ୍ରଦାନ କରାଯାଇଛି। ଯାଜପୁର ଜିଲ୍ଲାର ୧୦ଟି ବ୍ଲକ୍ ରୁ ୧ଲକ୍ଷ ୬୮ହଜାର ୯୦୫ଚାଷୀଙ୍କ ଖାତାକୁ ପି ଏମ୍ କିଷାନ୍ ଯୋଜନା ରେ ଟଙ୍କା ଯାଇଛି। ସେଥିମଧ୍ୟରୁ ବଡଚଣା ବ୍ଲକ୍ ର ୨୦ହଜାର ୪୦୧ଜଣ ଙ୍କ ବ୍ୟାଙ୍କ୍ ଆକାଉଣ୍ଟ କୁ ପି ଏମ୍ କିଷାନ୍ ଟଙ୍କା ପ୍ରଦାନ କରାଯାଇଛି। ଏହି ଅବସରରେ ବଡଚଣା କୃଷି ବିଜ୍ଞାନ କେନ୍ଦ୍ର ର ସମ୍ମିଳନୀ କକ୍ଷରେ ଏକ ସଭାର ଆୟୋଜନ କରାଯାଇଥିଲା। ଏଥିରେ ଯାଜପୁର ର ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶିବାନନ୍ଦ ସ୍ବାଇଁ, ସି ଡ଼ି ଏ ଓ ଭାସ୍କର ଚନ୍ଦ୍ର ଦାସ, ବରିଷ୍ଟ ବୈଜ୍ଞାନିକ ସୁନୀଲ କୁମାର ମହାପାତ୍ର, ଏ ଡି ଓ ସରୋଜ୍ କୁମାର ଗିରି, ଭବାନୀ ଶଙ୍କର ମିଶ୍ର, ରମାକାନ୍ତ ପରିଡ଼ା, ସାଂସଦ ଙ୍କ ପ୍ରତିନିଧି ରବିନ୍ଦ୍ର କୁମାର ରାଉତ, ଦର୍ପଣ ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ ସମେତ ବଡଚଣା କୃଷି ବିଜ୍ଞାନ କେନ୍ଦ୍ରର କର୍ମଚାରୀ ଉପସ୍ଥିତ ଥିଲେ। ପ୍ରଚାର ପ୍ରସାର ର ଅଭାବ ଯୋଗୁ ସମଗ୍ର ଯାଜପୁର ଜିଲ୍ଲାରୁ ଅଳ୍ପ ସଂଖ୍ୟକ ଚାଷୀ ଉପସ୍ଥିତ ଥିଲେ। ଯେଉଁ ମାନେ ଉପସ୍ଥିତ ଥିଲେ ସେମାନଙ୍କ ପାଇଁ କୌଣସି ବ୍ୟବସ୍ଥା ଗ୍ରହଣ କରାଯାଇ ନ ଥିଲା। ବସିବା ପାଇଁ ବ୍ୟବସ୍ଥା, ପାନୀୟଜଳ ବ୍ୟବସ୍ଥା କରା ଯାଇ ନ ଥିଲା। ଏପରିକି ଚାଷୀ ମାନେ ବର୍ଷାରେ ଭିଜି ଯାଇଥିଲେ। ଏପରିକି ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଅଣଦେଖା କରାଯାଇଥିଲା। ଫଳରେ ଚାଷୀ ଓ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଅବ୍ୟବସ୍ଥା ମଧ୍ୟରେ ପି ଏମ୍ କିଷାନ୍ ଉତ୍ସବ ଦିବସ ପାଳିତ ହୋଇଥଲା।