ଆଇନଜୀବୀ ଜ୍ଞାନରଞ୍ଜନ ମହାନ୍ତିଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ

ଚଣ୍ଡିଖୋଲ,୦୨/୧୧/୨୬,(କ.ଵ୍ୟୁ), (ପ୍ରଶାନ୍ତ ଜେନାଙ୍କ ରିପୋର୍ଟ)
ଆଜି ଚଣ୍ଡିଖୋଲ କୋର୍ଟ ବାର ଆସୋସିଏସନ ପକ୍ଷରୁ ରାଜ୍ୟ ବାର କାଉନସିଲର ସଭ୍ୟ ବରିଷ୍ଟ ଆଇନଜୀବୀ ସ୍ଵର୍ଗତଃ ଜ୍ଞାନରଞ୍ଜନ ମହାନ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି I ଗତ ତା 25 ଅକ୍ଟୋବର 2026 ରିଖ ଦିନ ଚିକିତ୍ସାଧିନ ଅବସ୍ଥାରେ ସ୍ଵର୍ଗତଃ ମହାନ୍ତିଙ୍କର ପରଲୋକ ହୋଇଯାଇଛି I ଏହି ଦୁଃଖଦ ଖବର ପାଇ ଚଣ୍ଡିଖୋଲ କୋର୍ଟ ବାର ଆସୋସିଏସନ ଗୃହରେ ସଭାପତି ଦେବରାଜ ବେହେରାଙ୍କ ଅଧ୍ୟକ୍ଷତାରେ ଏକ ଶୋକ ସଭାର ଆୟୋଜନ କରାଯାଇଥିଲା I ପ୍ରାରମ୍ଭରେ ବାର ଆସୋସିଏସନର ସମ୍ପାଦକ ପ୍ରକାଶ କୁମାର ଦାଶ ଶୋକ ପ୍ରସ୍ତାବ କ୍ରମେ ସ୍ଵର୍ଗତଃ ଆତ୍ମାର ସଦାଗତୀ କାମନା ପୂର୍ବକ ଏକ ମିନିଟର ନୀରବ ପ୍ରାର୍ଥନା କରାଯାଇଥିଲା ଓ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରାଯାଇଥିଲା I ଉକ୍ତ କାର୍ଯ୍ୟକ୍ରମରେ ବାର ଆସୋସିଏସନର ପୂର୍ବତନ ସଭାପତି ସର୍ବଶ୍ରୀ ପ୍ରତାପ କୁମାର ଦାସ, ସୁରେଶ ଚନ୍ଦ୍ର ପଣ୍ଡା, ନଳିନୀ କାନ୍ତ ମିଶ୍ର, ଉଦୟନାଥ ସାହୁ, ରାମଚନ୍ଦ୍ର ତ୍ରିପାଠୀ, ପବିତ୍ର କର, ସୁଦର୍ଶନ ଘଡେଇ, ଅଶୋକ କୁମାର ଜେନା, ବିଜୟ ରାଉଳ,ବେବିନା ଓଝା, ଶ୍ୟାମ ପ୍ରସାଦ ଦାଶ, ଲୋମାରାଣୀ ନାୟକ, ସିରିଶ କୁମାର ସାମଲ, କୁମର ପ୍ରସାଦ ବେହେରା, ମହେନ୍ଦ୍ର କୁମାର ମହାନ୍ତି, ରୁଦ୍ର ନାରାୟଣ ମହାନ୍ତି, ପ୍ରିୟ ଗୋବିନ୍ଦ ଦାସ, ପ୍ରଦୀପ୍ତ କୁମାର ଦେଓ ଓ ନିରଞ୍ଜନ ସାମଲ ସମେତ ବହୁ ଆଇନଜୀବୀ ଯୋଗଦେଇ ଥିଲେ I

Leave a Reply

Your email address will not be published. Required fields are marked *