ଶ୍ରୀ ଜଗନ୍ନାଥ ଙ୍କ ବିଗ୍ରହ ପ୍ରତିଷ୍ଠା ଉପଲକ୍ଷେ ପ୍ରସ୍ତୁତି ବୈଠକ


ଚଣ୍ଡିଖୋଲ ତା ୩୧/୧୦(କ.ଵ୍ୟୁ) (ପ୍ରଶାନ୍ତ ଜେନା ଙ୍କ ରିପୋର୍ଟ) ବଡଚଣା ବ୍ଲକ ଅନ୍ତର୍ଗତ ଭୂଷଣ୍ଡପୁର ପଞ୍ଚାୟତ ଖଣ୍ଡିଆବନ୍ଧି ଗ୍ରାମ୍ ରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ନିର୍ମାଣ କାର୍ଯ୍ଯ ଶେଷ ଅବସ୍ଥାରେ ପହଞ୍ଚିଛି। ସେଠାରେ ମା’ ଲକ୍ଷ୍ମୀ, ମା ବିମଳା, ଶ୍ରୀ ଗଣେଷ ଙ୍କ ମନ୍ଦିର ସହିତ ଆନନ୍ଦ ଭବନ ନିର୍ମାଣ ହୋଇଛି, ପ୍ରଭୁ ଶ୍ରୀ ଜଗନ୍ନାଥ, ପ୍ରଭୁ ବଳଦେବ, ମା ସୁଭଦ୍ରା ଓ ପ୍ରଭୂ ସୁଦର୍ଶନ ଙ୍କ ଵିଗ୍ରହ କାର୍ଯ୍ୟ ଶେଷ ଅବସ୍ଥାରେ ପହଞ୍ଚିଛି ଏହି ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆସନ୍ତା ୨୦୨୭ ଫେବୃଆରୀ ମାସର ଶେଷ ରେ ହେବାକୁ ନିଷ୍ପତି ନିଆଯାଇଛି, ଏ ନେଇ ଆଜି ଏକ ପ୍ରସ୍ତୁତି ବୈଠକ ମନ୍ଦିର ଟ୍ରଷ୍ଟ ର ସଭ୍ୟା ଚନ୍ଦନ କୁମାର ନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି, ଏଥିରେ ଟ୍ରଷ୍ଟି ସଭ୍ୟ ଦି ଏସ, ପି, ଅମିତାଭ ମହାପାତ୍ର, ସେବକ ପ୍ରକାଶ କୁମାର ସାହୁ, ଡାକ୍ତର ବିଜୟ କୁମାର ଶତପଥୀ, ଶ୍ରୀମତୀ ମାଧୁରୀ ଶତପଥୀ, ଚିତ୍ତରଞ୍ଜନ ମହାପାତ୍ର, ବ୍ରହ୍ମାନନ୍ଦ ଦାଶ, ଦୁଃଖିଶ୍ୟାମ ସାହୁ,, ବି ବି ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରିୟବ୍ରତ ମାହାନ୍ତି, ଅଜାମ୍ବର୍ ସାହୁ, ଶିଳ୍ପପତି ଦିଲ୍ଲୀପ ଚୌଧୁରୀ, ଶ୍ରୀନିବାସ ଜେନା, ଦୀପକ୍ ମିଶ୍ର, ପ୍ରମୋଦ କୁମାର ନାୟକ,ବିଭୂତି ଭୂଷଣ ଜେନା, ଜଗନ୍ନାଥ୍ ମୁଦୁଲି, ଧନେଶ୍ଵର ସ୍ୱାଇଁ, ପ୍ରଶାନ୍ତ କୁମାର ଜେନା ସମେତ ଶତାଧିକ ଜଗନ୍ନାଥ୍ ପ୍ରେମୀ ମାନେ ଯୋଗ ଦେଇଥିଲେ। ପ୍ରଭୁ ଶ୍ରୀ ଜଗନ୍ନାଥ ହେଇଛନ୍ତି ଆରାଧ୍ୟା ଦେବତା, ଏହି ବାରୁଣବନ୍ତ୍ ପର୍ବତର ପାଦଦେଶରେ ପ୍ରଭୁଙ୍କ ମନ୍ଦିର,, ନିକଟରେ ଦେବ ଦେବ ମହାଦେବ ଙ୍କ ଓ ମା ଚଣ୍ଡୀଙ୍କ ମନ୍ଦିର, ଏହାଏକ ଦର୍ଶନୀୟ ସ୍ଥାନ, ମନ୍ଦିର ପ୍ରତିଷ୍ଠା ପରେ ଏହା ଚଳ ଚଞ୍ଚଳ ସ୍ଥାନ ହେବ ବୋଲି ଆଲୋଚନା ହେଉଥିଲା। ଶ୍ରୀ ମନ୍ଦିର କିପରି ପ୍ରତିଷ୍ଠା ହୋଇ ପାରିବ ତାହା ସମସ୍ତ ସଭ୍ୟ ମାନଙ୍କର କର୍ତ୍ତବ୍ୟ, ମାର୍ଚ୍ଚ ୧ତାରିଖରେ ପ୍ରଭୂ ରତ୍ନ ସିଂହାସନ ରେ ବିଜେ କରି ଭକ୍ତ ମାନଂକୁ ଦର୍ଶନ ଦେବେ ବୋଲି ଆଲୋଚନା ହୋଇଥିଲା। ଏହି ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ପାଇଁ ପ୍ରଭୂ ଶ୍ରୀ ଜଗନ୍ନାଥ ଙ୍କ ମୁଖ୍ୟ ସେଵକ ଗଜପତି ଶ୍ରୀ ଶ୍ରୀ ଦିବ୍ୟସିଂହ ଦେବ ଓ ଶଙ୍କରାଚାର୍ଯ୍ୟ ନିଶ୍ଚିଳାନନ୍ଦ ସରସ୍ଵତୀ ଙ୍କୁ ସାକ୍ଷାତ କରି ଚୂଡ଼ାନ୍ତ କରିବା ପାଇଁ ପଣ୍ଡିତ୍ ବିଜୟ କୁମାର କର ଓ ଅମିତାଭ ମହାପାତ୍ରଙ୍କ ଉପରେ ଦାୟିତ୍ଵ ନ୍ୟସ୍ତ କରାଯାଇଛି। ରଥଯାତ୍ରା ସମୟରେ ପ୍ରଭୁଙ୍କୁ ରଥରେ ବସାଯାଇ ସୁଭଦ୍ରପୂର୍, ଚାରିବାଟିଆ ସ୍ଥିତ ପ୍ରଭୂ ଶ୍ରୀ ହନୁମାନ ମନ୍ଦିର ନିକଟରେ ମା ଗୁଣ୍ଡିଚାଙ୍କ ମନ୍ଦିର ତିଆରି କରାଯାଇ ସେଠାକୁ ନିଆଯିବ । ମା ଗୁଣ୍ଡିଚାଙ୍କ ମନ୍ଦିର ନିର୍ମାଣ ପାଇଁ ଏସ୍ ଏସ ପି ଶ୍ରୀ ଅମିତାଭ ମହାପାତ୍ର ବିଶିଷ୍ଟ ଶିଳ୍ପପତି ଦିଲ୍ଲୀପ ଚୌଧୁରୀ ଙ୍କୁ ଦାଇତ୍ୱ ବହନ କରିବାକୁ ପ୍ରସ୍ତାବ ଆଗତ କରିଥିଲେ। ଶେଷରେ ସମସ୍ତ ଜଗନ୍ନାଥ୍ ପ୍ରେମୀ ମାନଙ୍କ ପାଇଁ ପ୍ରାସାଦ ସେବନର ବ୍ୟବସ୍ଥା କରା ଯାଇଥିଲା।

Leave a Reply

Your email address will not be published. Required fields are marked *