ଧାନମଣ୍ଡଳରେ କାଳୀ ପୂଜା ପ୍ରସ୍ତୁତି

ଚଣ୍ଡିଖୋଲ,୩୦/୧୦,(କ.ଵ୍ୟୁ),(ପ୍ରଶାନ୍ତ ଜେନାଙ୍କ ରିପୋର୍ଟ) ଯାଜପୁର ଜିଲ୍ଲା ବଡ଼ଚଣା ନିର୍ବାଚନ ମଣ୍ଡଳୀ ଧାନମଣ୍ଡଳ ରେଲୱେ ଷ୍ଟେସନ ପରିସରରେ ଗତ ୧୯ ବର୍ଷ ଧରି କାଳୀପୂଜା ସୂଚରୁ ରୂପେ ଚାଲୁ ଆସୁଥିବା ବେଳେ, ଆଜି ସନ୍ଦ୍ୟାରେ ପୂଜା ମଣ୍ଡପ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଯାଜପୁର ସଭାପତି ଦୀପକ ମିଶ୍ର ଙ୍କ ତତ୍ତ୍ଵାବଧାନରେ ଧାନମଣ୍ଡଳ ଫାଣ୍ଡି ଅଧିକାରୀ ପ୍ରମୋଦ କୁମାର ପୃଷ୍ଟି, ଧନମୁଣ୍ଡଳ ରେଲୱେ ସିନିୟର ସେକ୍ସନ ଅଫିସର କିଶୋର ଚନ୍ଦ୍ର ମିଶ୍ର, ଟ୍ରାକ ମେଣ୍ଟେନାଂସ ସୁଶାନ୍ତ କୁମାର ସାହୁ ଧାନମଣ୍ଡଳ ସରପଞ୍ଚ ନବଦୀପ ନାୟକ ଏବଂ କମିଟିର ସମସ୍ତ ସଭ୍ୟ ଯୋଗ ଦେଇଥିଲେ । ସମସ୍ତେ ପୂଜା ରେ ହେଵାକୁ ଥିବା ଆଗାମୀ ସମସ୍ୟା ଉପରେ ଆଲୋଚନା କରିଵା ସହିତ ବିଶେଷ କରି ସମସ୍ତେ ପୂଜାରେ ଖାଦ୍ୟ ଓ ପାନୀୟ ଜଳ ଉପରେ ଆଲୋଚନା କରିଥିଲେ। ବିଶେଷ କରି ନିଶା କୁ ସମ୍ପୂର୍ଣ ନିବାରଣ କରିବା ଉପରେ ଆଲୋଚନା ହୋଇଥିଲା ।

Leave a Reply

Your email address will not be published. Required fields are marked *