



ଚଣ୍ଡିଖୋଲ ୧୪/୬(କ ଵ୍ୟୁ)ବଡଚଣା ର ବିଭିନ୍ନ ଅଞ୍ଚଳ ରେ ଡାଇରିଆ ଝାଡା ବାନ୍ତି ବ୍ୟାପିବା ସହିତ ଏଥିରେ ଆକ୍ରାନ୍ତ ହୋଇ ୨ଜଣ ବ୍ୟକ୍ତି ଙ୍କ ମୃତ୍ୟୁ ଘଟିଛି। ଏବେ ବଡଚଣା ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ର ରେ ବହୁ ରୋଗୀ ଚିକିତ୍ସିତ ହେଉଛନ୍ତି।ଏଥିସହିତ ଯାଜପୁର ଜିଲ୍ଲାର ଧର୍ମଶାଳl, ଯାଜପୁର, କୋରେଇ,ଦାନଗଦି, ସୁକିନ୍ଦା, ବରୀ ବିଞ୍ଝାରପୁର ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର ରେ ଶହ ଶହ ରୋଗୀ ଚିକିତ୍ସିତ ହେଉଛନ୍ତି। ଏହି ଅବସରରେ ଆଜି ପ୍ରଦେଶ କଂଗ୍ରେସ କମିଟି ର ଏକ ପ୍ରତନିଧି ଦଳ ସେବାଦଳ ଅଧକ୍ଷ ଶୁଭେନ୍ଦୁ ମହାନ୍ତି ଙ୍କ ନେତୃତ୍ଵରେ ବଡଚଣା ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସିତ ହେଉଥିବା ରୋଗୀ ମାନଙ୍କୁ ଭେଟି ସେମାନଙ୍କ ସ୍ଵାସ୍ଥ୍ୟ ସମସ୍ୟା ବୁଝିବା ସହିତ ଚିକିତ୍ସା ଅଧିକାରି ଶ୍ରୀକାନ୍ତ ଜେନା ଙ୍କ ସହିତ ଆଲେଚନା କରିଥିଲେ। ସଂକ୍ରମିତ ଅଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ମୃତକ ଦୁଇଜଣ ଙ୍କ ପରିବାର ଙ୍କୁ ଆର୍ଥିକ ସହାୟତା ପ୍ରଦାନ, ଆକ୍ରାନ୍ତ ଙ୍କ ପରିବାରକୁ ହେଲୋଜିନ ବଟିକା ଓ ବ୍ଲିଚିଂ ପାଉଡର ଯୋଗାଇଦେବା କୁ ପରାମର୍ଶ ଦେଇଥିଲେ। ପିସିସି ପ୍ରତିନିଧି ମଣ୍ଡଳରେ ଉପସଭାପତି ମହମ୍ମଦ ସହାଦୁଲ୍ଲା,, କୁଳମଣି ସାହୁ ଉଷା, ବସନ୍ତ ପଣ୍ଡା ଉଷା ରାଣୀ ବେହେରା, ଅକ୍ଷୟ ମୁଦୁଲି ମନୋଜ ସ୍ବାଇଁ ସୁକାନ୍ତ ଛୋଟରାୟ, ସନ୍ଧ୍ୟା ରାଣୀ ଦାସ ପୂର୍ବତନ ସମ୍ପlଦକ ଡକ୍ଟର ସନ୍ତୋଷ କୁମାର ବଳ,ପୁର୍ବତନ ବ୍ଳକ୍ ସଭାପତି ସୁରେଶ ଚନ୍ଦ୍ର ସାହାଣୀ,ପୁର୍ବତନ ସରପଞ୍ଚ ନୀଳକଣ୍ଠ ମିଶ୍ର, ଶ୍ରୀକାନ୍ତ ମଲ୍ଲିକ, ଅକ୍ଷୟ ସ୍ବାଇଁ, ଜୟ ପ୍ରକାଶ ବିଶ୍ବାଳ, ପ୍ରବୀର ବଳ, ଛାତ୍ର କଂଗେସ ସଭାପତି ଆବାସ ଜେନା, ବୁଲା ମଲ୍ଲିକ, ପ୍ରମୁଖ ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ରୋଗୀ ମାନଙ୍କୁ ଓ, ଆର୍, ଏସ ବଣ୍ଟନ କରିଥିଲେ।