

ରାୟଗଡ-ତପନ କାଡ୍ରାକା- ଭିଜିଲାନ୍ସ ଜାଲରେ ଅଧିକ୍ଷଣ ଯନ୍ତ୍ରୀ, ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ୧୫ ଜଣିଆ ଟିମ। ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ରାୟଗଡା ଜନସ୍ବାସ୍ଥ୍ଯ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ସହଦେବ କିଶାନ,ଠିକାଦାରଙ୍କ ଠାରୁ ବିଲ ପାସ୍ କରିଦେବା ନେଇ ୧ ଲକ୍ଷ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ, ଜୟପୁର ଭିଜିଲାନ୍ସ କାର୍ଯ୍ୟାଳୟରୁ ଆସିଥିବା ଟିମ ତାଙ୍କ ନିକଟରୁ ଲକ୍ଷାଧିକ ଟଙ୍କା ଜବଦ କରିବା ସହିତ ତାଙ୍କ କାର୍ଯ୍ୟାଳୟ ଓ ସରକାରୀ ବାସଭବନରେ ବିଭିନ୍ନ କାଗଜ ପତ୍ରକୁ ଯାଞ୍ଚ କରୁଛି ଟିମ। ଠିକାଦାରଙ୍କ ଅଭିଯୋଗ କ୍ରମେ ଜୟପୁର ଠାରୁ ଭିଜିଲାନ୍ସ ଡି ଏସ ପି ସଦାନନ୍ଦ ପାଣିଙ୍କ ସହ ୧୫ ଜଣ ସଦସ୍ୟ ୩ ଟି ଟିମ ଗଠନ କରି ଚଢ଼ାଉ କରିଛନ୍ତି। ଠିକାଦାର ଠାରୁ ଟଙ୍କା ଲାଞ୍ଚ ନେଇ କାର୍ଯ୍ୟାଳୟରୁ ଘରକୁ ଯାଉଥିବା ବେଳେ ରାସ୍ତାରେ ମାଡି ବସିଥିଲା ଭିଜିଲାନ୍ସ, କେତେ ଟଙ୍କା ଯନ୍ତ୍ରୀଙ୍କ ଠାରୁ ଜବତ କରାଯାଇଛି ତାହା ଜଣା ପଢିନାହିଁ। ଏନେଇ କାହାର ପ୍ରତିକ୍ରିୟା ମିଳିପାରିନାହିଁ।