
ଚଣ୍ଡିଖୋଲ,୦୧/୮,(କ.ଵ୍ୟୁ)( ପ୍ରଶାନ୍ତ କୁମାର ଜେନା) : ଚଣ୍ଡିଖୋଲ କୋର୍ଟ ବାର ଆସୋସିଏସନର ବରିଷ୍ଠ ସଭ୍ୟ ଆଇନଜୀବୀ ମୋହନ କୁମାର ମହନ୍ତଙ୍କ ହୃଦଘାତ ଜନିତ ପରଲୋକରେ ବାର ଆସୋସିଏସନ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି I ସ୍ଵର୍ଗତଃ ମହାନ୍ତି 1982 ମସିହାରୁ ଦର୍ପଣ ତହସିଲରେ ଓକିଲାତି ଜୀବନ ଆରମ୍ଭ କରି ବିଭିନ୍ନ ଅଦାଳତରେ ନିଜର ଓକିଲାତି ସୂଚାରୁ ରୂପେ ସଂପାଦନ କରିଥିଲେ I ଶେଷ ଜୀବନ ପର୍ଯ୍ୟନ୍ତ ଚଣ୍ଡିଖୋଲ କୋର୍ଟ ଓ ଦର୍ପଣ ତହସିଲ ବିଭିନ୍ନ ଅଦାଲତରେ ଦେୱାନି, ଫୌଜଦାରୀ ଓ ରାଜସ୍ୱ ମାମଲା ପରିଚାଳନା କରୁଥିଲେ I ବାର ଆସୋସିଏସନ ହଲରେ ଆସୋସିଏସନର ସଭାପତି ଦେବରାଜ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାର ସମ୍ପାଦକ ପ୍ରକାଶ କୁମାର ଦାଶ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ I ଏହି ଅବସରରେ ଚଣ୍ଡିଖୋଲ କୋର୍ଟର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ଗୋପବନ୍ଧୁ ଗଡନାୟକ, ସବଜଜ୍ ବିଶ୍ଵ ଦୀପକ ସାହୁ, ଜେ. ଏମ୍. ଏଫ୍. ସି ଶ୍ରୀମୟୀ ନନ୍ଦ, ଅତିରିକ୍ତ ଜେ. ଏମ୍.ଏଫ୍.ସି, ଶ୍ରୁତି ଅଭିଳାଷାଙ୍କ ସମେତ ବାର ଆସୋସିଏସନର ପୂର୍ବତନ ସଭାପତି ପ୍ରତାପ କୁମାର ଦାସ, ଶରତ କୁମାର ଷଡଙ୍ଗୀ, ରେଣୁବାଳା ମହାନ୍ତି, ସୁରେଶ ଚନ୍ଦ୍ର ପଣ୍ଡା, ଜନ ବେହେରା,ଉପସଭାପତି ଜ୍ଞାନେଶ୍ ମହାନ୍ତି,ପୂର୍ବତନ ଉପସଭାପତି ଶ୍ରୀକାନ୍ତ ବଳ ଓ ନିରଞ୍ଜନ ସାମଲ, , ଯୁଗ୍ମସଂପାଦକ ସୁବଳ କବି,ପୁର୍ବତନ ଯୁଗ୍ମସଂପାଦକ କିଶୋର ନାୟକ ଓ ଶିରିଷ ସାମଲ, କୋଷାଧକ୍ଷ ବେବିନା ଓଝା ,ପ୍ରିୟ ଗୋବିନ୍ଦ ଦାସ,ଲକ୍ଷ୍ମୀ ପ୍ରିୟା ବେହେରା, ପୂର୍ବତନ ସାଂସ୍କୃତିକ ସମ୍ପାଦକ ବିରେନ୍ ବିଶ୍ଵାଳ, ସରକାରୀ ଓକିଲ ନଳିନୀକାନ୍ତ ମିଶ୍ର ଓ ଅଶୋକ ଜେନା, କୈଳାଶ ଚନ୍ଦ୍ର ସାମଲ,ମନୋଜ ଦାଶ, ଜ୍ୟୋତି ଶଙ୍କର ମହାପାତ୍ର, ଶ୍ୟାମ ପ୍ରସାଦ ଦାଶ, ଲୋମାରାଣୀ ନାୟକ,ସତ୍ୟବ୍ରତ ସିଂହ,ସରୋଜ ସାହୁ, ସଂଗ୍ରାମ କୁମାର ଜେନା,ବିଜୟ ରାଉଳ, ସାଗରିକା ମଲିକ୍, ସମେତ ବହୁ ଆଇନଜୀବୀ ଯୋଗଦେଇ ସ୍ଵର୍ଗତଃ ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି I