ବଡ ଆର୍ଯ୍ୟପଲୀରେ ଡେଙ୍ଗୁ ଆତଙ୍କ୨୨ ପିଡୀତଙ୍କ ରକ୍ତ ନମୂନା ପରୀକ୍ଷା ଲାଗି ପଠାଗଲା ।

ଛତ୍ରପୁର : ୨୮.୦୫.୨୫

(ମିଥୁନ ବାରିକ୍)

ଛତ୍ରପୁର : ଛତ୍ରପୁର ବ୍ଲକ ଆର୍ଯ୍ୟପଲୀ ପଂଚାୟତ ଅଧିନ ବଡ ଆର୍ଯ୍ୟପଲୀ ଗାଁରେ ଡେଙ୍ଗୁ ଆତଙ୍କ ଲାଗିଛି । ବୁଧବାର ଉକ୍ତ ଗାଁରେ ଏକ ମେଡିକାଲ ଟିମ ପଂହଚି ଘରକୁ ଘର ଯାଇ ଜ୍ୱରରେ ପିଡୀତଙ୍କ ରକ୍ତର ନମୂନା ସଂଗ୍ରହ କରିଥିଲେ । ଗାଁର ୩୨ ଜଣ ଜ୍ୱରରେ ପିଡୀତ ଙ୍କ ରକ୍ତର ନମୂନା ସଂଗ୍ରହ କରାଯାଇଥିଲା ଏବଂ ସେଥିରୁ ୨୨ ଜଣଙ୍କ ରକ୍ତର ନମୂନା ପରୀକ୍ଷା ପାଇଁ ଲ୍ୟାବ୍ କୁ ପଠାଯାଇଥିବା ମୁନିଷିପେଂଠ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ସୂପରିଟେଣ୍ଡର ଡାକ୍ତର ସ୍ୱାଧିନ ରଥ ସୂଚନା ଦେଇଛନ୍ତି। ଏଥିସହ ଗାଁରେ ଏକ ଡେଙ୍ଗୁ ବିଶେଷଜ୍ଞ ଓ ସାଇଂଟିଫିକ୍ ଟିମ୍ ପଂହଚି ପାଣି ଜମିଥିବା ସ୍ଥାନ ମାନଙ୍କୁ ବୁଲି ମଶା ଓ ଲାଭା ର ଯାଂଚ କରି ଅନୁଧ୍ୟାନ କରିଥିଲେ । ଏଥିସହ ଲାଭା ର ଯାଂଚ ପାଇଁ ନମୂନା ସଂଗ୍ରହ କରି ଲ୍ୟାବକୁ ପଠାଯାଇଛି । ଅଙ୍ଗନୱାଡି କର୍ମୀ ଓ ଆଶାକର୍ମୀ ମାନେ ମଧ୍ୟ ଗାଁରେ ଥିବା ଘରକୁ ଘର ଯାଇ ପରିବାର ସଦସ୍ୟଙ୍କ ତାଲିକା ସଂଗ୍ରହ ସହ ସମ୍ବନ୍ଧୀୟ ସଚେତନତା ପ୍ରଚାରପତ୍ର ବଂଟନ କରିଥିଲେ । ଗାଁର ବିଭିନ୍ନ ଛକରେ ଡେଙ୍ଗୁ ସମ୍ବନ୍ଧୀୟ ସଚେତନତା ପୋଷ୍ଟର ମରାଯାଇଥିଲା । ଡେଙ୍ଗୁରେ ୫ ଜଣ ଡେଙ୍ଗୁ ପଜିଟିଭ ହୋଇଛନ୍ତି । ଗଂଜାମ ଜିଲାରେ କେହି ବି ଜଣେ ଡେଙ୍ଗୁ ପଜିଟିଭ ନଥିବା ଜିଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *