
ଛତ୍ରପୁର : ୨୯.୦୫.୨୫
(ମିଥୁନ ବାରିକ୍)
ଛତ୍ରପୁର : ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ୧୬ ନମ୍ୱର ଜାତୀୟ ରାଜପଥ କୋକୋ ପେଟ୍ରୋଲ ପମ୍ପ ନିକଟରେ ଟ୍ରକ୍କୁ ପିଟିଲା ଯାତ୍ରୀବାହୀ ବସ୍ । ଏହି ଦୁର୍ଘଟଣାରେ ୫ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ବେଳେ ଡ୍ରାଇଭର ଏବଂ କଣ୍ଡକ୍ଟର ମଧ୍ୟ ଆହତ ହୋଇଛନ୍ତି । ଆହତ ଯାତ୍ରୀମାନେ ଆନ୍ଧ୍ରପ୍ରଦେଶର ବିଜୟନଗରମ ଅଞ୍ଚଳର ହୋଇଥିବାରୁ ଜିଲ୍ଲା ପ୍ରଶାସନ ଏବଂ ରମ୍ଭା ପୁଲିସ ସେମାନଙ୍କୁ ଅନ୍ୟ ବସ୍ ଯୋଗେ ତାଙ୍କ ଗନ୍ତବ୍ୟ ସ୍ଥଳକୁ ପଠାଇବାର ବ୍ୟବସ୍ଥା କରିଛି । ସୂଚନା ମୁତାବକ, ଆନ୍ଧ୍ରପ୍ରଦେଶର ବିଜୟନଗରମ ଅଞ୍ଚଳର କିଛି ଯାତ୍ରୀ ଓଡ଼ିଶା ବୁଲିବାକୁ ଆସିଥିଲେ । ଭ୍ରମଣ ସାରି ଫେରିବା ବେଳେ ଭୋର୍ ୩ ଟାରେ ୧୬ ନମ୍ୱର ଜାତୀୟ ରାଜପଥ କୋକୋ ପେଟ୍ରୋଲ ପମ୍ପ ନିକଟରେ ଦୁର୍ଘଟଣା ଘଟିଥିଲା । ଏକ ଟ୍ରକ୍କୁ ଯାତ୍ରୀବାହୀ ବସ୍ଟି ଧକ୍କା ଦୋଇଥିଲା । ଯାହା ଫଳରେ ୫ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଥିଲେ ଆହତ ମାନଙ୍କ ମଧ୍ୟରୁ ଆନ୍ଧ୍ରର ପ୍ରଦେଶର ଶ୍ରିନୁ, କେ ଈଶ୍ୱର, ଏମ୍ ମଣିକଣ୍ଠ , କେ. ଲକ୍ଷ୍ମୀ ସେମାନଙ୍କୁ ଛତ୍ରପୁର ମେଡ଼ିକାଲ ରେ ଭର୍ତ୍ତି କରାଯାଇଥିଲା। ଏହି ଦୁର୍ଘଟଣାରେ ଡ୍ରାଇଭର ଏବଂ କଣ୍ଡକ୍ଟର ମଧ୍ୟ ଆହତ ହୋଇଥିଲେ । ଏନେଇ ଖବର ପାଇବା ପରେ ଜିଲ୍ଲା ପ୍ରଶାସନ ଏବଂ ପୁଲିସ ପ୍ରଶାସନ ସେମାନଙ୍କୁ ଅନ୍ୟ ବସ୍ ଯୋଗେ ତାଙ୍କ ଗନ୍ତବ୍ୟ ସ୍ଥଳକୁ ପଠାଇଦେଇଛି l