
ଚଣ୍ଡିଖୋଲ ୧୫/୫(କ ବ୍ୟୁ)ବଡଚଣା ବ୍ଲକ୍ ଅନ୍ତର୍ଗତ ଅଣକା ଗ୍ରାମ ପଞ୍ଚାୟତ ର ବରିଷ୍ଟ ବିଜେଡ଼ି ସଂଗଠକ ବ୍ରଜବନ୍ଧୁ ନାୟକ( ୭୨)ଙ୍କ ହୃଦଘାତରେ ପରଲୋକ ଘଟିଛି। ସେ ଘରେ ବସିଥିବା ସମୟରେ ହଟାତ ଛାତିରେ ଯନ୍ତ୍ରଣା ଅନୁଭବ କରି ତଳେ ପଡ଼ି ଯାଇଥିଲେ। ପରିବାର ଲୋକେତା ଙ୍କୁ ସଙ୍ଗେ ସଙ୍ଗେ କଟକ ର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଇଥିଲେ। ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ବିୟୋଗ ଘଟିଥିଲା। ସ୍ବର୍ଗତ ବ୍ରଜବନ୍ଧୁ୧୮ନମ୍ବର ଜୋନ ର ବିଜେଡ଼ି ସମ୍ପାଦକ, ଅଣକl ଗ୍ରାମ ପଞ୍ଚାୟତ ପୂର୍ବତନ ସରପଂଚ ରତ୍ନ ମଞ୍ଜରୀ ନାୟକଙ୍କ ପ୍ରତିନିଧି ଭାବେ ଅଣକା ଗ୍ରାମ ପଞ୍ଚାୟତ ରେ ବହୁ ଉନ୍ନତି ମୂଳକ କାର୍ଯ୍ୟ କରି ପଞ୍ଚାୟତ ବାସୀ ଙ୍କ ପ୍ରିୟପାତ୍ର ହୋଇଥିଲେ। ସେ ପ୍ରାକ୍ତନ ବିଧାୟକ ଅମର ପ୍ରସାଦ ଶତପଥୀ ଙ୍କ ଜଣେ ଦୃଢ଼ ସମର୍ଥକ ଥିଲେ । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବଡଚଣା ବିଧାୟକ ଅମର ନାୟକ, ପୁର୍ବତନ ବିଧାୟକ ଅମର ପ୍ରସାଦ ଶତପଥୀ, କ୍ୟାପଟେନ ରାଜ ନାରାୟଣ ମହାପାତ୍ର, କଂଗ୍ରେସ ନେତା ଅଜୟ କୁମାର ସାମଲ, ଅଧ୍ୟାପକ ବିଜୟ କେତନ ସାମଲ, ସରପଞ୍ଚ ସମରେନ୍ଦ୍ର ମହାପାତ୍ର ,ପୁର୍ବତନ ସରପଂଚ ଗଣେଶ୍ଵର ସାମଲ ସମେତ ବହୁ ବିଶିଷ୍ଟ ମାନ୍ୟ ଗଣ୍ୟ ବ୍ୟକ୍ତି ତାଙ୍କ ମୃତ୍ୟୁ ଖବର ପାଇବା ପରେ ଗଭୀର ଶୋକ ପ୍ରକଟ କରିବା ସହିତ, ଶବାଧାରରେପୁଷ୍ପ ମଲ୍ୟ ଅର୍ପଣ କରିବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗ ଙ୍କୁ ସମବେଦନା ଜଣାଇଛନ୍ତି। ଶବ ଗ୍ରାମରେ ପହଞ୍ଚିଲା ପରେ ଦଳମତ ନିର୍ବିଶେଷରେ ଶହ ଶହ ଲୋକ ଏକ ଶୋଭା ଯାତ୍ରା ରେ ନେ଼ଇ ଗ୍ରାମ ପରିକ୍ରମା କରାଇ ଥିଲେ। ପରେ ଗ୍ରାମ ଶ୍ମଶାନରେ ତାଙ୍କର ଶେଷ କୃତ୍ୟ ସଂପନ୍ନ କରଯାଇଥିଲା। ଜ୍ୟେଷ୍ଠ ପୁତ୍ର ତୀର୍ଥବ୍ରତ ମୂଖାଗ୍ନି ଦେଇଥିଲେ। ତାଙ୍କ ବିୟୋଗରେ ବଡଚଣା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।