
ଚଣ୍ଡିଖୋଲ :; ୧୫/୪(କ ବ୍ୟୁ) : ବଡଚଣା ବ୍ଲକ୍ ଅନ୍ତର୍ଗତ କୁନ୍ଦଳ ଗ୍ରାମ ପଞ୍ଚାୟତ ଅଧୀନ କୂଳ ହରିପୁର ଗ୍ରାମର ପ୍ରାକ୍ତନ ରିଟେଲର ଦୁଃଶାସନ ସାମଲ ୮୫ ଙ୍କର ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା କା ମକ୍ରଣରୁ ନିଜ ବାସଭବନରେ ପରଲୋକ ଘଟିଛି। ସ୍ବର୍ଗତ ସାମଲ ଦୀର୍ଘ ୫୩ବର୍ଷ ଧରି ସରକାର ଙ୍କ ଯୋଗାଣ ବିଭାଗ ର ରିଟେଲର ଭାବେ କାର୍ଯ୍ୟ କରିଥିଲେ। ୧୯୭୭ ମସିହାରେ ଜନତା ଡ଼ାକ୍ତର ଭାବରେ ରୋଗୀ ମାନଙ୍କ ସେବା କରି ଅଞ୍ଚଳ ବାସୀ ଙ୍କ ପ୍ରିୟପାତ୍ର ଥିଲେ।ଏଥିସହିତ ମହାବୀର ନାଟ୍ୟ ସଂସଦ,ଶ୍ରୀରାମ ନବମୀ ମହୋତ୍ସବ କମିଟି ର ସଦସ୍ୟ ସମେତ ବହୁ ସାମାଜିକ , ସାଂସ୍କୃତିକ ଓ ଆଧ୍ୟାତ୍ମିକ ଅନୁଷ୍ଠାନ ସହିତ ଜଡିତ ଥିଲେ। ତାଙ୍କ ବିୟୋଗରେ ବଡଚଣା ବିଧାୟକ ଅମର ନାୟକ, ପ୍ରାକ୍ତନ ବିଧାୟକ ଅମର ପ୍ରସାଦ ଶତପଥୀଙ୍କ,ପୁର୍ବତନ ମନ୍ତ୍ରୀ ସୀତାକାନ୍ତ ମହାପାତ୍ର, ଯୁବନେତା କ୍ୟାପଟେନ ରାଜ ନାରାୟଣ ମହାପାତ୍ର, କୁନ୍ଦଳ ଗ୍ରାମ ପଞ୍ଚାୟତ ସରପଞ୍ଚ ପ୍ରମିତା ରାଉତ, ସମିତି ସଭ୍ୟ ଗଗନ ବିହାରୀ ଦାସ, ପୁର୍ବତନ ସରପଞ୍ଚ ଅନନ୍ତ କିଶୋର ଦାସ ପୂର୍ବତନ ସମିତି ସଭ୍ୟ ଅନନ୍ତ କିଶୋର ଜେନା,ସାମ୍ବାଦିକ ସୁରେନ୍ଦ୍ର ସାମଲ, ଯୁବନେତା ଚର୍ଚ୍ଚିତ ମାହାଲା, କଂଗ୍ରେସ ନେତା ଅଜୟ ସାମଲ , ବିଷ୍ଣୁ ସାମନ୍ତରାୟ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରାଧ୍ୟାପକ ପବିତ୍ର ମୋହନ ମାହାଲା, ମନମୋହନ ସାମଲ, ନିହାର ରଞ୍ଜନ ସାମଲ, ବେଣୁଧର ସାମଲ, ସାରଙ୍ଗ ଧର ସାମଲ, ଦିଗମ୍ବର ସାମଲ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି। ତାଙ୍କ ମର ଶରୀର କୁ ପୁରୀ ସ୍ବର୍ଗଦ୍ବାର ରେ ସତ୍କାର କରଯାଇଥିଲା। ଜ୍ୟେଷ୍ଠ ପୁତ୍ର ଅଧ୍ୟାପକ ସଞ୍ଚୟ ସାମଲ ମୁଖାଗ୍ନୀ ଦେଇଥିଲେ।