
ଚଣ୍ଡିଖୋଲ୧୫/୫(କ ବ୍ୟୁ)ଚଣ୍ଡିଖୋଲ ସ୍ଥିତ ମହାବିନାୟକ ଲଘୁ ଖଣିଜ ପରିବହନ ମାଲିକ ସଂଘ ପକ୍ଷରୁ ଗତ ମହାବିଷୁବ ପଣା ସଂକ୍ରାନ୍ତି ଠାରୁ ଆଜି ବୃଷ ସଂକ୍ରାନ୍ତି ପର୍ଯ୍ୟନ୍ତ
ଚଣ୍ଡିଖୋଲ,ଚଡେଇଧରା, ଓ ବାଲିଚନ୍ଦ୍ରପୁର ଠାରେ ଜଳ ଛତ୍ର କେନ୍ଦ୍ର ଖୋଲା ଯାଇ ପଥଚାରୀ ମାନଙ୍କୁ ସୁସ୍ୱାଦୁ ଦହି ସରବତ ବଣ୍ଟନ କରା ଯାଉଥିଲା। ଆଜି ଏହାର ଉଦଯାପନ ହେବାର ଥିଲା। ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଉଥିବା ଯୋଗୁଁ ଓ ଜନସାଧାରଣ ଙ୍କ ଅନୁରୋଧ କ୍ରମେ ଏହି ଜଳ ଛତ୍ର କେନ୍ଦ୍ର କୁ ୮ଦିନ ପର୍ଯ୍ୟନ୍ତ ଚାଲୁ ରଖିବାକୁ ସ୍ଥିର କରାଗଲା। ଏହି ଅବସରରେ ଆଜି ଚଣ୍ଡିଖୋଲ ଛକ ଠାରେ ମହାବିନାୟକ ଲଘୁ ଖଣିଜ ପରିବହନ ମାଲିକ ସଂଘ ପକ୍ଷରୁ ୨ହଜାର ଲୋକଙ୍କ ପାଇଁ ଅନ୍ନ ପ୍ରସାଦ ସେବନ ର ବ୍ୟବସ୍ଥା କରଯାଇଥିଲା। ଏହି କାର୍ଯ୍ୟ କ୍ରମକୁ ଚଣ୍ଡିଖୋଲ ଆଞ୍ଚଳିକ ପରିବହନ ଅଧିକାରୀ ସମ୍ବିତ କୁମାର ଉଦ୍ଘାଟନ କରି ମହାବିନାୟକ ଲଘୁ ଖଣିଜ ପରିବହନ ମାଲିକ ସଂଘ ର ଏତାଦୃଶ କାର୍ଯ୍ୟ କୁ ପ୍ରଶଂସା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଟି,ଆଇ ଯୁଗଳ କିଶୋର ତିରିଆ, ଆଞ୍ଚଳିକ ବରିଷ୍ଟ ନାଗରିକ ମଞ୍ଚ ସଭାପତି ଶେଷଦେବ ନାୟକ, ସଙ୍ଘ ସଭାପତି ଅଜାମ୍ବର ସାହୁ, ମୂଖ୍ୟ ଉପଦେଷ୍ଟା ଚନ୍ଦନ କୁମାର ନାୟକ, ଉପଦେଷ୍ଟା ପ୍ରମୋଦ କୁମାର ନାୟକ, କୋଷାଧ୍ୟକ୍ଷ ରଜନୀ କାନ୍ତ କର, ପ୍ରଭାତ କୁମାର ରାଉତ, ସନା ଵାବୁ,
ମହେନ୍ଦ୍ର ଦାସ, ଦେବବ୍ରତ ସାହୁ, କେଶବ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।