ବନ୍ଧୁମିଳନ କାର୍ଯ୍ୟକ୍ରମ

ସୁନାବେଡ଼ା : ଗତ ତା ୧୧.୦୫.୨୦୨୫ରିଖ, ରବିବାର ଦିନ ସୁନାବେଡ଼ା -୧ ସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୧୯୯୦ ମାଟ୍ରିକ ବ୍ୟଚ ପିଲାମାନଙ୍କର ୩ୟ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଅଛି।
ଏହି କାର୍ଯ୍ୟକ୍ରମରେ ପ୍ରାୟତଃ ୩୫ ଜଣ ଛାତ୍ରଛାତ୍ରୀ ଓ ସେମାନଙ୍କ ପରିବାର ସଦସ୍ୟ ଯୋଗ ଦେଇଥିଲେ। ସେହି ସମୟରେ ସେମାନଙ୍କୁ ପଢ଼ାଉଥିବା ଦୁଇ ଜଣ ଶିକ୍ଷକ ଯଥା ଶ୍ରୀ ରଘୁନାଥ ମିଶ୍ର ଓ ଶ୍ରୀ ବସନ୍ତ କୁମାର ରାୟ ଙ୍କୁ ସମ୍ମାନିତ କରାଯାଇଥିଲା।ପି ରାଜେନ୍ଦ୍ର ପାତ୍ର, ପ୍ରଦୀପ କୁମାର ସାହୁ, ଲକ୍ଷ୍ମଣ ପାଣିଗ୍ରାହୀ ପ୍ରମୁଖ ଏହି କାର୍ଯ୍ୟକ୍ରମର ଆୟୋଜନ କରାଇ ଥିଲେ। ସୁଦୂର ବାଙ୍ଗାଲୋର ରୁ ପି. ରୁକ୍ମିଣୀ, ହାଇଦ୍ରାବାଦ୍ ରୁ ନଗେନ୍ଦ୍ର ଚିତ୍ତୋରୀ, କେ ଏସ ଏନ ଶ୍ରିଲତା, ବିଜୟ ନଗର ରୁ ନିବେଦିତା ପଟ୍ଟନାୟକ, ଭୁବନେଶ୍ୱର ରୁ N Hari Krishna, Meraj Khan, Snehasis Khuntia, ବ୍ରହ୍ମପୁର ରୁ ଶ୍ରୀକାନ୍ତ ରାଉଳ ଓ ବସନ୍ତ କୁମାର ସ୍ବାଇଁ, ନବରଙ୍ଗପୁର ରୁ ଶ୍ରୀନିବାସ ପଟ୍ଟନାୟକ ଆଦି ଆସି ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ।ପ୍ରତ୍ୟେକ ପିଲାମାନେ ନିଜ ନିଜର ପରିଚୟ ପ୍ରଦାନ କରିବା ସହ ଏହି ବିଦ୍ୟାଳୟର କିଛି କିଛି ପୁରୁଣା ସ୍ମୃତି କୁ ମନେ ପକାଇ ଥିଲେ। ସଙ୍ଗୀତ, ନୃତ୍ୟ ଓ ବିଭିନ୍ନ କାର୍ଯକ୍ରମ ର ଆୟୋଜନ କରା ଯାଇଥିଲା। ମାନସ ରଂଜନ ପରିଡ଼ା ଏହି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ। ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ରୀ ଅଜୟ କୁମାର ଜେନା ଏହି ବିଦ୍ୟାଳୟ ର ଗୌରବ କଥା ସବୁ ଶୁଣାଇ ଥିଲେ। ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କ ସହଭାଗିତା ଅଛି ବୋଲି ଆୟୋଜକ ମାନେ କହିଥିଲେ। ସୁନ୍ଦର ଖାଦ୍ୟର ବ୍ୟବସ୍ଥା ମଧ୍ଯ କରାଯାଇଥିଲା। ଆସନ୍ତା ବର୍ଷ ପୁଣି ଥରେ ଏହି କାର୍ଯ୍ୟକ୍ରମ କରାଯାଉ ବୋଲି ସମସ୍ତେ ମତ ପ୍ରକାଶ କରିଥିଲେ।

Leave a Reply

Your email address will not be published. Required fields are marked *