ଶ୍ରମିକ, କୃଷକଙ୍କ ଅଧିକାର ପାଇଁ ମଇ ୨୦ ସାଧାରଣ ଧର୍ମଘଟ

କଟକ ତା ୦୬/୦୫/୨୫ରିଖ : ସି.ପି.ଆଇ.(ଏମ୍) କଟକ ଜିଲ୍ଲା କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଗୃହୀତ ପ୍ରସ୍ତାବ ଅନୁଯାୟୀ ଏହି ପ୍ରେସବିଜ୍ଞପ୍ତି ଜାରି କରାଯାଉଛି।ଗତ ଏପ୍ରିଲ ୨୨ ତାରିଖରେ କାଶ୍ମୀରରେ ଆତଙ୍କବାଦୀଙ୍କ ଗୁଳିକାଣ୍ଡରେ ପ୍ରାଣ ହରାଇଥିବା ୨୬ ଜଣ ନିରସ୍ତ, ନିରପରାଧ ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରକାଶ କରାଯିବା ସହିତ ଏହି ହତ୍ୟାକାଣ୍ଡ ଘଟାଇଥିବା ଆତଙ୍କବାଦୀଙ୍କୁ କଠୋର ଦଣ୍ଡ ଦେବାକୁ ଚାବି କରାଯାଇଛି। ଭାରତ ସରକାରଙ୍କ ପକ୍ଷରୁ କୌଣସି ନିରାପତ୍ତା ବ୍ୟବସ୍ଥା ନଥିବା ଯୋଗୁ ଆଡତାୟୀମାନେ ବିନା ପ୍ରତିବନ୍ଧକରେ ନିରୀହ ଲୋକମାନଙ୍କୁ ହତ୍ୟା କରିପାରିଲେ । ନିରାପତ୍ତା ବ୍ୟବସ୍ଥାର ବିଫଳନା ପାଇଁ ଭାରତ ସରକାର ହିଁ ଦାୟିତ୍ଵ ନେବା ଆବଶ୍ୟକ।ଜିଲ୍ଲା ଓ ରାଜ୍ୟର ରାଜନୈତିକ ପରିସ୍ଥିତି ସଂପର୍କରେ କୁହାଯାଇଛି ଯେ, ଓଡ଼ିଶାର ବିଜେପି ସରକାର ଲୋକଙ୍କର ମୌଳିକ ସମସ୍ୟା ଯଥା- ରୋଜଗାର, ନିଯୁକ୍ତି, ବଜାର ଦରବୃଦ୍ଧି ସମସ୍ୟାର ସମାଧାନ କରିବା ପରିବର୍ରେ ବହୁଳ ଭାବେ ଆମ୍ବପ୍ରଚାରରେ ବ୍ୟସ୍ତ।କାରଖାନା ପରେ କାରଖାନା ଋଗ୍‌ଣ ହେଉଛି। ଶ୍ରମିକ କାମ ହରାଉଛି, ଅଥଳ ସରକାର ସେଥୁପ୍ରତି ନଜର ଦେଉନାହାଁନ୍ତି।
ରାଜ୍ୟର ମୁଖ୍ୟ ବିରୋଧୀଦଳ ବିଜେଡି, ଦୀର୍ଘ ୨୪ ବର୍ଷ ଧରି ବିଜେପିର ପ୍ରମୁଖ ସମର୍ଥକ ସାଳିଥିଲା। କ୍ଷମତାରୁ ଯିବା ପରେ ବି ବିଜେଡି, ପାର୍ଲାମେଣ୍ଟରେ ବିଜେପିକୁ ସମର୍ଥନ କରିଚାଲିଛି। ଏହି ଦଳର ଅନେକ ନେତା ଓ କର୍ମୀମାନେ ବିଜେପିରେ ମିଶିବାକୁ ଆଗ୍ରହ ଦେଖାଉଛନ୍ତି।
ସି.ପି.ଆଇ.(ଏମ) ପକ୍ଷରୁ କୁହାଯାଇଛି ଯେ, ଦେଶର ଶ୍ରମିକଶ୍ରେଣୀ ନିଜର ଅର୍ଜିତ ଅଧିକାରକୁ ରକ୍ଷା କରିବା ସହିତ କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧ ଶ୍ରମକୋଡ ପ୍ରତ୍ୟାହବାର ଦାବିରେ ଆଗାମୀ ୨୦ ତାରିଖରେ ଯେଉଁ ଧର୍ମଘଟର ଡାକରା ଦେଇଛନ୍ତି, ତାହାକୁ କଟକ ଜିଲ୍ଲାରେ ସଫଳ କରିବା ପାଇଁ ସି.ପି.ଆଇ.(ଏମ୍)ର କର୍ମୀମାନେ ସର୍ବଶକ୍ତି ବିନିଯୋଗ କରିବେ ।
କଟକ ଜିଲ୍ଲାରେ ବେକାର ଯୁବକ, ଯୁବତୀମାନଙ୍କୁ ରୋଜଗାର, ଭୂମିହୀନମାନଙ୍କ ଜମି ଅଧିକାର, ଆଦିବାସୀମାନଙ୍କୁ ଜଙ୍ଗଲ ଜମିର ଅଧିକାରର ଗ୍ୟାରେଣ୍ଟି ଓ ଦେବା ପାଇଁ ଜୁନ୍ ମାସରେ ଜିଲ୍ଲାବ୍ୟାପୀ ପ୍ରଚାର କରାଯିବାକୁ ପାର୍ଟି ସିଦ୍ଧାନ୍ତ କରିଛି ।
ଜିଲ୍ଲା କମିଟିର ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ପାର୍ଟିର ପରିଷ୍ଠ ନେତା ଜନାର୍ଦନ ପତି ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଂପାଦକ ବଦ୍ରିନାରାୟଣ ଦାଶ, ବରିଷ୍ଠ ନେତା ରବି ନାରାୟଣ ମଲ୍ଲିକ, କଟକ ଆଞ୍ଚଳିକ କମିଟି ସଂପାଦକ ପ୍ରତାପ ମହାପାତ୍ର ଚୌଦ୍ଵାର ଆଞ୍ଚଳିକ କମିଟି ସଂପାଦକ ରମେଶ ବେହେରା, ଜିଲ୍ଲା ସଂପାଦକ ମଣ୍ଡଳୀ ସଭ୍ୟ ବିଷ୍ଣୁ ବେହେରା, ଇଞ୍ଜିନିୟର ମନମୋହନ ପତି, ଅଭୟ ସ୍ଵାଇଁ, ଶ୍ରମିକନେତା ଚନ୍ଦ୍ରକାନ୍ତ ବେହେରା, ରଶ୍ମିରଞ୍ଜନ ତ୍ରିପାଠୀ, ଚନ୍ଦ୍ରକାନ୍ତ ବେହେରା, ନାରୀନେତ୍ରୀ ବୁଲି ସାହୁ ଜିଲ୍ଲା କମିଟି ଓ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *