ମଧୁସୂଦନ ଙ୍କ ଜନ୍ମ ଜୟନ୍ତୀ

ପାରାଦ୍ଵୀପ : ପବିତ୍ର ଏପ୍ରିଲ 28 ତାରିଖରେ ଉତ୍କଳ ଗୌରବ ମଧୁସୂଦନ ଙ୍କ ଜନ୍ମ ଜୟନ୍ତୀ ଉତ୍କଳ ସମ୍ମିଳନୀ ପାରାଦ୍ଵୀପ ଆନୁକୁଲ୍ୟରେ ପାରାଦୀପର ନୂଆ ଷଣ୍ଢକୁଦ ଶାରଳା ବିହାର ଠାରେ 177ତମ ଜନ୍ମ ଜୟନ୍ତୀ ପାଳିତ ହୋଇ ଯାଇଛି ।ଉତ୍କଳ ସମ୍ମିଳନୀ ର ସଭାପତି ଧ୍ରୁବ ଚରଣ ମହାପାତ୍ର ପୌରହିତ କରିଥିଲେ ।ବରିଷ୍ଟ କବୟିତ୍ରୀ ଗୋଲାପ ରାଣୀ ସାହୁ ପ୍ରଦୀପ ପ୍ରଜ୍ବଳନ କରି ଜୟନ୍ତୀକୁ ଉଦ୍ଘାଟନ କରିଥିଲେ ।ମଧୁବାବୁଙ୍କ ବହୁମୁଖି ପ୍ରତିଭା ଏବଂ ମାତୃଭୂମି ତଥା ମାତୃଭାଷା ପ୍ରତି ଯେଉଁ ଭଳି ତ୍ୟାଗ ସିଉକାର କରିଯାଇଛନ୍ତି ତାକୁ କୌଣସି ଓଡ଼ିଆ ଜୀବଦ୍ଦଶାରେ ଭୁଲି ପାରିବ ନାହିଁ । ଅନ୍ୟ ମାନଙ୍କ ମଧ୍ୟରେ ଗୋଲାପ ରାଣୀ ସାହୁ,କ୍ଷେତ୍ରମୋହନ ସାହୁ,ସନ୍ତୋଷ କୁମାର ସାମଲ, ତୁଳସୀ ବର୍।ଲ, ଉର୍ମିଳା ମହାନ୍ତି ,ଆରତୀ ଦାସ, ନିଳୀମା ପ୍ରିୟଦର୍ଶିନୀ ପ୍ରମୁଖ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ପରିବେଷଣ କରି ବା ସହିତ କବିତା ପାଠ କରିଥିଲେ ।ଶେଷରେ କଳ୍ପନା ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *