ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ସୁରକ୍ଷିତ ଶିଶୁ ଅଭିଯାନ

ରାୟଗଡ (ସୁରେନ୍ଦ୍ର ରଥ)-ତା ୨୯.୧୦.୨୦୨୬
ରାୟଗଡ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ରାୟଗଡ ପୌରାଞ୍ଚଳର କୋଡ଼ିଏ ଗୋଟି ବିଦ୍ୟାଳୟରେ ସୁରକ୍ଷିତ ଶିଶୁ ଅଭିଯାନ ପ୍ରାରମ୍ଭ ହୋଇଛି। ଏହା ତିନି ଦିନ ଧରି ଚାଲିବ । ପକ୍ସୋ ଆଇନ ୨୦୧୨ ସମ୍ପର୍କିତ ପାନ ଇଣ୍ଡିଆ ବିଦ୍ୟାଳୟ ସଚେତନତା ଅଭିଯାନରେ ଶିଶୁଙ୍କ ସୁରକ୍ଷା ନିମନ୍ତେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ସଚିବ ଶ୍ରୀଯୁକ୍ତ ସୁବ୍ରତ ଆଚାର୍ଯ୍ୟଙ୍କ ନିଷ୍ପତ୍ତି କ୍ରମେ ଏହି ସଚେତନତା ଅଭିଯାନ ପ୍ରାରମ୍ଭ ହୋଇଛି । ଗୁରୁବାର ଦିନ ସ୍ଥାନୀୟ ବ୍ରାହ୍ମଣ ସାହି, ଏକ୍ସ୍ ବୋର୍ଡ, ଫରେଷ୍ଟ କଲୋନୀ, ରେଭେନ୍ୟୁ କଲୋନୀ ଉ ପ୍ରା ବିଦ୍ୟାଳୟ, ପି ଏମ ଶ୍ରୀ ଜିଶିଡି ଉଚ୍ଚ ବିଦ୍ୟାଳୟ, ଜିବିଏମ୍ ଉଚ୍ଚ ବିଦ୍ୟାଳୟ ଓ ବାଳିକା ଉଚ୍ଚବିଦ୍ୟାଳୟ ଠାରେ ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଚିବ ସୁବ୍ରତ ଆଚାର୍ଯ୍ୟ, ଭାରତୀ ତ୍ରିପାଠୀ, ନବ କୁମାର କଣ୍ଟା, ବିଶ୍ୱନାଥ ଗନ୍ତାୟତ, ଦେବରାଜ ନାୟକ, ସୁକାନ୍ତ ଦାସ ଓ ରିତେଶ କୁମାର ସାବତ ପ୍ରମୁଖ ସମ୍ବଳ ବ୍ୟକ୍ତିତ୍ୱ ଭାବେ ଯୋଗ ଦେଇ ମୋ ଶୈଶବ – ମୋ ଅଧିକାର, କାନୁନ ଜାଣ – ଶୈଶବ ବଞ୍ଚାଅ, ବୋଲ, ବତାଅ, ବଞ୍ଚାଅ ଆଦି ସ୍ଲୋଗାନ ସହ ପକ୍ସୋ ଆଇନ ବିଷୟରେ ସଚେତନ କରିଥିଲେ ।
ପୂର୍ବତନ ପରିଷଦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ନିଳାଞ୍ଚଳ ମିଶ୍ର ପ୍ୟାନେଲ ଓକିଲ ଶ୍ରୀ ବିଶ୍ୱନାଥ ଗନ୍ତାୟତ ଙ୍କୁ ସ୍ୱାଗତ କରିବା ସହ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଆଲୋଚନା ପରେ ପ୍ରଶୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ବୃନ୍ଦ ମଧ୍ୟ ଏଥିରେ ଅଂଶଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *