
କଟକ :
- ଦୀପାବଳୀ କୁ ଆଉ ମାତ୍ର ଦିନ କେଇଟା ବାକି ଥିବା ବେଳେ ସକ୍ରିୟ ହୋଇଛନ୍ତି ବେଆଇନ ବାଣ ବ୍ୟବସାୟୀ। ସିଧା ସଳଖ ନହେଲେ ମଧ୍ୟ ଗଳାବାଟ ଦେଇ କୋଟି କୋଟି ଟଙ୍କା ର ବେଆଇନ ବାଣ ବିକ୍ରି ପାଇଁ ଗଛିତ ରଖିଥିବା ଖବର ମିଳିବା ପରେ ଚଢ଼ାଉ କରିଛି କମିସନରେଟ ପୋଲିସ । କଟକ କମିସନରେଟ ପୋଲିସ ର ଏକ ଟିମ୍ ସିଡିଏ ସେକ୍ଟର -୯ ଅଞ୍ଚଳର ଏକ ଆବାସିକ କଲୋନିରୁ ଜବତ କରିଛି ୫୦-ଲକ୍ଷ ଟଙ୍କାର ବେଆଇନ ବାଣ । ଯେଉଁଥିରେ ରହିଛି ପ୍ରାୟ ଏକ ହଜାର ସୁତୁଲି ବମ୍ ,୫-ହଜାର ବୁଲେଟ ସଟ୍ ବାଣ, ୧୨-ଷହ ଭିଷଣ ଶବ୍ଦ କାରୀ ବାଣ ସହିତ ପ୍ରାୟ ୩୨-କିସମର ପେଟି ପେଟି ବାଣ। ଅଭିଯୁକ୍ତ ଫେରାର ଥିବାବେଳେ ଏହି ବେଆଇନ ବାଣ ଜବତ ପ୍ରକ୍ରିୟା ଆଗକୁ ଜୋରଦାର ହେବ ବୋଲି କହିଛନ୍ତି ୩-ନମ୍ବର ଜୋନ ଏସିପି ଅନନ୍ୟା ଆୱାସ୍ତି। କିଛି ଦିନ ତଳେ କଟକ ଜଗତପୁର,୪୨-ମୌଜା , ବାରଙ୍ଗ ଓ ବିଡାନାସୀ ଥାନା ଅଞ୍ଚଳରୁ ମଧ୍ୟ ବେଆଇନ ବାଣ ଜବତ କରା ଯାଇଥିଲା।