ସୁରକ୍ଷିତ ଶୈଶବ ଅଭିଯାନ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ


ବାରିପଦା -ଉଦଳା,ତା୩୧/୧୦/୨୦୨୬
(କ: ବ୍ଯୁ)
ଉଦଳା ତାଲୁକ ଆଇନ ସହାୟତା କମିଟି ଆନୁକୁଲ୍ୟରେ ସୁରକ୍ଷିତ ବଚପନ ଅଭିଯାନ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଉଦଳା ହାଇସ୍କୁଲ ସଭାଗୃହରେ ଆଜି ସକାଳ ୯ ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଛି । ଲିଗାଲ ରିଟେନର ତଥା ଆଇନଜୀବୀ ଶାଶ୍ୱତ ତ୍ରିପାଠୀ ମଞ୍ଚାସୀନ ଅତିଥିମାନଙ୍କ ପରିଚୟ ପ୍ରଦାନ ପରେ କମିଟି ର ଚେୟାରମ୍ୟାନ ତଥା ଏ.ଡ଼ି.ଜେ. ପ୍ରଦୀପ କୁମାର ବେହେରା ୨୦୧୨ ମସିହାରେ ଳାଗୁ ହୋଇଥିବା ପୋକ୍ସ ଆଇନର ଆବଶ୍ୟକତା ତଥା୧୮ ବର୍ଷରୁ କମ ବାଳକ ବାଳିକା ଙ୍କ ଉପରେ ହେଉଥିବା ଯୌନ ଶୋଷଣ ଏବଂ ଉକ୍ତ ଆଇନର ବିଭିନ୍ନ ଦିଗ ଏବଂ କାର୍ଯ୍ୟକାରୀତା ଉପରେ ଆଲୋକ ପାତ କରି ଛାତ୍ର ମାନଙ୍କୁ ଉକ୍ତ ଆଇନ ସମ୍ପର୍କରେ ଜାଣି ସଚେତନ ହେବାକୁ ପରାମର୍ଶ ଦେଇଥିଲେ । ସ୍ଥାନୀୟ ବିଚାର ବିଭାଗୀୟ ମାଜିେଷ୍ଟ୍ରେଟ ଅନୁରାଗ ଦେହୁରୀ ନିରାପଦ ଶୈଶବ ଏବଂ ସେମାନଙ୍କର ସୁରକ୍ଷା ଦୃଷ୍ଟିରୁ ଉକ୍ତ ପୋଷ୍କ ଆଇନ କିପରି ସହାୟକ ହେଉଛି ସେ ଉପରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓକିଲ ସଂଘର ସମ୍ପାଦକ ବସନ୍ତ କୁମାର ପରିଡ଼ା, ଆଇନଜୀବୀ ମକରନ୍ଦ ପଲେଇ, ଉଦଳା ହାଇସ୍କୁଲର ସହକାରୀ ଶିକ୍ଷକ ବିଭୁପ୍ରସାଦ ହାତୀ ପ୍ରମୁଖ ଉକ୍ତ ଆଇନର ବିଭିନ୍ନ ଦିଗ ଓ ଏହାର ଉପଯୋଗିତା ଉପରେ ଗୁରତ୍ୱ ଦେବା ସହ ସଚେତନ ହେବାକୁ ନେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହା ଛଡ଼ା ଉପଖଣ୍ଡ ଓକିଲ ସଂଘର ସମ୍ପାଦକ ରଜକ କୁମାର ମହାପାତ୍ର ସୁରକ୍ଷିତ ଶୈଶବ ଉପରେ ଆଇନର ସହାୟତା ସମ୍ପର୍କରେ ଅଭିଭାଷଣ ପ୍ରଦାନ କରିବା ସହିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲି । ମହିଳା ଆଇନଜୀବୀ ହରପ୍ରିୟା ହାଁସଦାଃ ଯୋଗ ଦେଇଥିବା ବେଳେ ବିଚାର ବିଭାଗୀୟ କର୍ମଚାରୀ କର୍ମଚାରୀ ସନତ କୁମାର ସେଠୀଙ୍କ ସମେତ ଅନ୍ୟମାନେ ସହଯୋଗ କରିଥିଲେ ।
ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *