ସ୍ୱର୍ଗତଃ ଇନ୍ଦିରା ଗାନ୍ଧିଙ୍କ ସ୍ମୃତିଚାରଣ

ବାରିପଦା / ଉଦଳା,ତା.୩୧/୧୦/୨୦୨୬ରିଖ ଉଦଳା ଇନ୍ଦିରାଗାନ୍ଧୀ ମହିଳା ମହାବିଦ୍ୟାଳୟ ପରିସରରେ ଥିବା ସ୍ୱର୍ଗତଃ ଇନ୍ଦିରାଗାନ୍ଧିଙ୍କ ପ୍ରତିମୂର୍ତିରେ ଜିଲ୍ଲା କଂଗ୍ରେସ ସଭାପତି ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ସ୍ୱର୍ଗତଃ ଇନ୍ଦିରାଗାନ୍ଧୀଙ୍କ ୪୨ତମ ଶ୍ରାଦ୍ଧ ଦିବସ ଅବସରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସଙ୍ଗେ ସଙ୍ଗେ ତାଙ୍କର ସ୍ମୃତିଚାରଣ କରାଯାଇଥିଲା

ଏହି ଅବସରରେ ସ୍ୱର୍ଗତଃ ଇନ୍ଦିରାଗାନ୍ଧୀଙ୍କ ନାମରେ ନାମିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଶଶିଭୂଷଣ ପାଣିଗ୍ରାହୀ ଏକ ସ୍ମୃତିଚାରଣ ସଭାର ଆୟୋଜନ କରିଥିଲେ । ଏଥିରେ ଶତାଧିକ ଛାତ୍ରୀ ଓ ଇନ୍ଦିରାଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ବ୍ୟକ୍ତିମାନେ ଶ୍ରୀମତୀ ଗାନ୍ଧୀଙ୍କ ଜୀବନଶୈଳୀ ଓ ସାହାସିକତା ସମ୍ପର୍କରେ ବର୍ଣ୍ଣନା କରିଥିଲେ । ଜିଲ୍ଲା କଂଗ୍ରେସ ସଭାପତି ପୁର୍ଣ୍ଣଚନ୍ଦ୍ର ବିଶ୍ୱାଳ, ଅଧ୍ୟକ୍ଷ ଶଶିଭୂଷଣ ପାଣିଗ୍ରାହୀ, ଉପସଭାପତି ନାରାୟଣ ପଟନାୟକ, ଅଧ୍ୟାପକ ବିବେକାନନ୍ଦ ଦାସବାବୁ ଓ ଅଧ୍ୟାପିକା ମାନେ ତାଙ୍କର ବକ୍ତବ୍ୟରେ ଇନ୍ଦିରାଗାନ୍ଧୀଙ୍କ ପରି ନିର୍ଭିକ ପ୍ରଧାନମନ୍ତ୍ରୀ ଭାରତବର୍ଷକୁ କେବେ ମିଳିବ ନାହିଁ ବୋଲି ମତ ବ୍ୟକ୍ତ କରିଥିଲେ ଓ ତାଙ୍କର ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଛାତ୍ରୀ ମାନଙ୍କୁ ଉଦ୍‌ବୋଧନ ଦେଇଥିଲେ । କ୍ଷୀରୋଦ ଚନ୍ଦ୍ର ମହାନ୍ତି ମଂଚ ପରିଚାଳନା କରିବା ସଙ୍ଗେ ସଙ୍ଗେ ଅଧ୍ୟାପିକା ମଂଜୁଳା କଲିଆ ସଭାଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହିଳା ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ, ବ୍ଲକ ସଭାପତି ରବିନାରାୟଣ ପରିଡ଼ା ଓ ସେକ୍ କାଲୁମୁଦିନ, ନଳିନି ପଟନାୟକ, ବିଜୟ ପଶା, ବିଜୟ ବେହେରା, ଯୋଗେନ୍ଦ୍ର ବାରସାଳିଆ, ସଂଜିବ ମହାନ୍ତି, ଦିଲିପ ବେଜ, ପ୍ରହ୍ଲାଦ ବେହେରା, ଇନ୍ଦ୍ରମଣି ନାୟକ, ଆଶିଷ ବାରିକ, ଚନ୍ଦନ ମିଶ୍ର, ବିନୋଦ ଘଡ଼େଇ, କାର୍ତିକ ମହାପାତ୍ର, ସତ୍ୟବ୍ରତ ବାରିକ, ପରିତୋଷ ମହାକୁଡ଼, ଜୟରାମ ହାଁସଦା ଏବଂ ବହୁ କଂଗ୍ରେସ କର୍ମି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।
ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *