ଉପଖଣ୍ଡ ସ୍ତରୀୟ ଶୁଣ୍ଢୀକ ସମାଜର କମିଟି ଗଠନ


ତା 25-10-26 ରିଖ
ସ୍ଥାନ – ପଦ୍ମପୁର ଉପଖଣ୍ଡ
କ ବ୍ୟୁ :- ରାଜ ବୋଡାସମ୍ବରରୁ ଫକୀର ଦୀପ

        ଆଜି ବରଗଡ ଜିଲ୍ଲା ଉପଖଣ୍ଡ ରାଜ ବୋଡାସମ୍ବର ପଦ୍ମପୁର ପୁରୋହିତ କଲ୍ୟାଣ ମଣ୍ଡପ ଠାରେ ଉପଖଣ୍ଡ ସ୍ତରୀୟ ଶୁଣ୍ଢୀକ ସମାଜର କମିଟି  ଶାନ୍ତିପୂର୍ଣ ଭାବରେ  ଗଠନ ହୋଇଯାଇଛି l ଏହି ଚୟନ କାର୍ଯ୍ୟକ୍ରମରେ ଶ୍ରୀ ଆନନ୍ଦ ବେହେରା ସଭାପତିତ୍ୱରେ ପ୍ରଥମେ ଶୁଣ୍ଢୀକ ଇଷ୍ଟଦେବୀ ମା... ଙ୍କ ପ୍ରତିଛବିରେ ପ୍ରଦୀପ ପ୍ରଜ୍ବଳନ କରିଥିଲେ l ଏହାପରେ ସଭାପତି ଶ୍ରୀ ଆନନ୍ଦ ବେହେରାସଭା ପରିଚାଳନା କରିବାକୁ ଶ୍ରୀ ଭାବନେଶ୍ୱର ବେହେରାଙ୍କୁ ଆଦେଶ କରି ସଭାକାର୍ଯ୍ୟ ଚଳାଇଥିଲେ l ପୂର୍ବ ବିବରଣୀ ପଠନ ପରେ ସିଲେକ୍ସନ ବା ପ୍ରସ୍ତାବ ସମର୍ଥନ ମାଧ୍ୟମରେ କମିଟି ଗଠନ କରାଯାଇଛି l ମନୋନୀତ କାର୍ଯ୍ୟକ୍ରମରେ ସଭାପତିଙ୍କ ଜାତି ସମାଜ ପ୍ରତି ଭଲ ସେବା କରୁଥିବା ହେତୁ ଶ୍ରୀ ଆନନ୍ଦ ବେହେରାଙ୍କୁ ସଭାପତି,ଉପ ସଭାପତି ଶ୍ରୀ ହୀରାଲାଲ ବେହେରା ଓ ଭୁବନେଶ୍ୱର ବେହେରା,ସମ୍ପାଦକ ଶ୍ରୀ ଜୟଦେବ ବେହେରା,ସହ ସମ୍ପାଦକ ଶ୍ରୀ ଟଙ୍କଧର ବେହେରା , କୋଷାଧ୍ୟକ୍ଷ୍ୟ ଶ୍ରୀ ଜଗତ ବେହେରା  ସର୍ବସମ୍ମତି କ୍ରମେ ପ୍ରସ୍ତାବ ଓ ସମର୍ଥନ ନେଇ ମନୋନୀତ ହୋଇଛନ୍ତି l ଏହାପରେ ଉପଢୌକନ ଓ ପୁଷ୍ପ ମାଲ୍ୟାର୍ପଣରେ ସମ୍ମାନିତ କରି ସପଥପାଠ କରି ନିଜନିଜ ଦାୟିତ୍ୱ କିପରି ପରିଚାଳନା ସୁରୁଖୁରୁରେ ହେବ,କିଞ୍ଚିତ ବକ୍ତବ୍ୟ ରଖିଥିଲେ l ଏହି ପ୍ରସ୍ତାବିତ ବ୍ୟକ୍ତି ଗଣ ସମାଜର ଉନ୍ନତି ପାଇଁ ସଦା ସର୍ବଦା ଚେଷ୍ଟା କରୁଥିବାରୁ  ଉପଖଣ୍ଡ ସ୍ତରୀୟ ପଦବୀରେ କାର୍ଯ୍ୟ ତୁଲାଇବାକୁ ଦାୟିତ୍ୱ ଦେଇଥିବା  ପ୍ରଶଂସନୀୟ ବାର୍ତ୍ତା ଆଞ୍ଚଳିକ ଶୁଣ୍ଢୀକ ସମାଜରୁ କଥନୀୟ ହୋଇଥିଲା l ପୁନଃ ସଭା ମଞ୍ଚରେ ଶୁଣ୍ଢୀକ ସମାଜର ବିଶିଷ୍ଠ ମାନ୍ୟଗଣ୍ୟ ଓ ଶିକ୍ଷିତ ବୁଦ୍ଧିଜୀବୀ ମାନେ ଗଠିତ କମିଟିର ପ୍ରଶଂସା କରିଥିଲେ l ଏହି ସଭା କାର୍ଯ୍ୟଟିରେ ଦ୍ବିମତ କଥାବାର୍ତ୍ତା କିମ୍ବା ପ୍ରତିଦ୍ବନ୍ଦୀର କୌଣସି ନାଁ ଉଠି ନ ଥିଲା l ଶେଷରେ ଜଣେ ବିଦ୍ୱାନ ବୃଦ୍ଧବସ୍ଥା ଥାଇ ସୁଦ୍ଧା କମିଟିର ବହୁ ପ୍ରଶଂସା କରି ସମାଜର ଉନ୍ନତି ଦାୟିତ୍ୱ ଓ ସମାଜ କିପରି ପରିଚାଳିତ ହେବ ତାହାର ଵିଧିବିଧାନ ଲିପିବଦ୍ଧ କରିବାକୁ କହିଥିଲେ l ସାମାଜିକ ଚଳଣି ପାଇଁ ରୀତିନୀତି ଏବେ ବହୁ କଠିନ ଦେଖା ଯିବାର ପରିଲକ୍ଷିତ ହେଉଛି l ଏଣୁ ସାମାଜିକ ପରମ୍ପରା କିପରି ଶାନ୍ତିଶୃଙ୍ଖଳା ହୋଇ ପାରିବ ତାର ପ୍ରତି ତତ୍ପର ରହିବାକୁ ନିର୍ଦେଶ କରିଥିଲେ l

Leave a Reply

Your email address will not be published. Required fields are marked *