ଗାଇସିଲଟରେ କଂଗ୍ରେସ ସଭାପତି ଶୁଭେନ୍ଦୁ ସାହୁଙ୍କ ପ୍ରତିବାଦ ସଭା


ତା 27-10-26ରିଖ
ସ୍ଥାନ – ଗାଇସିଲେଟ

ଆଜି ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ କଂଗ୍ରେସ ସଭାପତି ଶ୍ରୀ ଘନ ପତ୍ରଙ୍କ ଆହ୍ୱାନ କ୍ରମେ ଗାଇସିଲେଟ ନିକଟସ୍ଥ କଳଙ୍ଗାପାଲି ସାହୁ କଲ୍ୟାଣ ମଣ୍ଡପ ଠାରେ ବରଗଡରୁ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଶୁଭେନ୍ଦୁ କୁମାର ସାହୁ ଓ ଗତ ନିର୍ବାଚନୀ ପରାସ୍ତ କଂଗ୍ରେସ ବିଧାୟକ ଶ୍ରୀ କିଶୋର ଦଫାଦାର ଓ କଂଗ୍ରେସ ବରିଷ୍ଠ କର୍ମକର୍ତା ଉପସ୍ଥିତ ହୋଇଥିଲେ l ବ୍ଲକ ସଭାପତି ଶ୍ରୀ ପାତ୍ରଙ୍କ ସଭାପତିତ୍ୱରେ ସଭା ହୋଇଥିଲା, କିନ୍ତୁ ମେଘୁଆ ପାଗ ଯୋଗୁଁ ଅତି କମ ଲୋକ ଉପସ୍ଥିତ ଥିବାରୁ ବୈଠକ ବାତିଲ କରିବା ବେଳେ କଂଗ୍ରେସ କର୍ମୀମାନେ ସ୍ବେଛାସେବୀ ସରଳ ସୁମିଷ୍ଠ ଭାସି ଜିଲ୍ଲା ସଭାପତି ଶ୍ରୀ. ସାହୁଙ୍କ ଠାରୁ କିଛି ବାର୍ତ୍ତା ଶୁଣିବାକୁ ଚାହିଁଥିଲେ l ଶ୍ରୀ ସାହୁ ଦେଶର ପରିସ୍ଥିତି ଓ ନାଗରିକଙ୍କ ସ୍ୱାର୍ଥବାଦୀ ଆଶାୟୀକୁ ନେଇ ସୁନ୍ଦର ଅଭିଭାଷଣ ରଖିଥିଲେ ଓ ପରାସ୍ତ ବିଧାୟକ ଶ୍ରୀ ଦଫାଦାର ଗତ ନିର୍ବାଚନ ସମୟରେ କେତେକ ବିଶେଷ ଅସୁବିଧା ପରିଲକ୍ଷିତ କରି ତାହାର ତର୍ଜମା କରିଥିଲେ l ବ୍ଲକ ସଭାପତି ଶ୍ରୀ ପତ୍ର କଂଗ୍ରେସ ନିପାତ ହେବା ସମୟରେ ଦାୟିତ୍ୱ ନେଇ ଲୋକ ସମ୍ପର୍କ ଆଜି ପର୍ଯ୍ୟନ୍ତ ବଜାଏ ରଖିଥିବାର ଜଣା ପଡୁଛି l ପୁରୁଣା କର୍ମୀ ଶ୍ରୀ ହୃଷିକେଶ ସାହୁ ପୂର୍ବର ଗମ୍ଭୀର ଭାଷଣ ଓ ସଂଗ୍ରାମୀ ନେତା ଶ୍ରୀ ଭୋଜରାଜ ପଧାନ ସୁବାଷବୋସଙ୍କ ଭଳି ଅନ୍ୟାୟ ପ୍ରତି ସ୍ୱର ସବୁ ପ୍ରକାର ପ୍ରତିବାଦ କରିବାର ପ୍ରେରଣା ଦେଇଥିଲେ l ଜିଲ୍ଲା ବରିଷ୍ଠ କର୍ମୀ ଶ୍ରୀ ଆନନ୍ଦ ପଧାନ, ପୁରୁଣା କର୍ମୀମାନେ ନିଶ୍ଚିତ ବିଜୟିର ଧ୍ବଜା ଉଡିବାର ପ୍ରୟାସ ର ବକ୍ତବ୍ୟ ରଖିଥିଲେ l ପାଖ ଗାଁ ଗୁଡ଼ିକରୁ ସଭାରେ ଉପସ୍ଥିତ ରହି ସଭାର ଶୋଭା ମଣ୍ଡନ କରି ଜିଲ୍ଲା ସଭାପତି ଓ ବିଧାୟକ ଙ୍କୁ ପ୍ରଶଂସା କରିଥିଲେ l ଶେଷରେ ଗାଇସିଲେଟ ଠାରେ ବିରାଟ ସଭା କରିବାକୁ ଅଂଚଳବାସୀ ଅନୁରୋଧ କରିଥିଲେ l ରିପୋର୍ଟ ଫକୀର ଦୀପ ଏସ. ଡି. ସି. ପଦ୍ମପୁର l

Leave a Reply

Your email address will not be published. Required fields are marked *