କଟକଠାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ପାଳିତ

           କଟକ ତା ୨୭.୧୦.୨୦୨୬ ରିଖ – ଦୁର୍ନୀତି ନିବାରଣ ସପ୍ତାହ -୨୦୨୬ ପାଳନ ଅବସରରେ ଭୁବନେଶ୍ୱରସ୍ଥିତ ଲୋକସେବା କନ୍‌ଭେନ୍‌ସନ୍‌ ସେଣ୍ଟରଠାରେ ଆଜି ଅନୁଷ୍ଠିତ ରାଜ୍ୟସ୍ତରୀୟ 'ସଚେତନତା ସପ୍ତାହ' ଅବସରରେ ମୁଖ୍ୟମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀମାନେ ସାଧୁତାର ଶପଥ ଗ୍ରହଣ କରିଛନ୍ତି। ଏହି କାର୍ଯ୍ୟକ୍ରମ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଡ଼ିହୋଇ କଟକ  ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ନେତୃତ୍ୱରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଡଃ. ଦିବ୍ୟଲୋଚନ ମହାନ୍ତ, ଅତିରିକ୍ତ ଜିଲ୍ଲାପାଳ ସାଧାରଣ ଶ୍ରୀ କମଲଜିତ ଦାସ, ଅତିରିକ୍ତ ଜିଲ୍ଲାପାଳ ଉନ୍ନୟନ ଡଃ. ଈପ୍ସିତା ପ୍ରିୟଦର୍ଶିନୀ ମିଶ୍ର, ଉପଜିଲ୍ଲାପାଳ ଆଠଗଡ ଶ୍ରୀ ଅନିମେଷ ପ୍ରଧାନ,ଉପଜିଲ୍ଲାପାଳ କଟକ ସଦର ଶ୍ରୀ ଦିବ୍ୟଜ୍ୟୋତି ସ୍ମୃତି ରଞ୍ଜନ ଦେଓ ,ଉପଜିଲ୍ଲାପାଳ ବାଙ୍କି ଶ୍ରୀମତୀ ମୋନୋସ୍ଵିନୀ ଦାସ, ଡେପୁଟି କଲେକ୍ଟର, ସହକାରୀ ଜିଲ୍ଲାପାଳ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଏବଂ ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀମାନେ ନିଷ୍ଠାର ସହ ଏହି ସାଧୁତା ଶପଥ ପାଠ କରିଛନ୍ତି। ଚଳିତ ବର୍ଷ ‘ଦୁର୍ନୀତି ନିବାରଣ ସପ୍ତାହର ମୁଖ୍ୟ ବିଷୟବସ୍ତୁ  ରହିଛି “ସମୃଦ୍ଧିରୁ ସାଧୁତା"। ଏହି ବିଷୟବସ୍ତୁ ନୈତିକତା ଏବଂ ସ୍ଥାୟୀ ସମୃଦ୍ଧି ମଧ୍ୟରେ ଥିବା ନିବିଡ଼ ସମ୍ପର୍କକୁ ଦର୍ଶାଉଛି। ବିଶେଷକରି ସରକାରୀ ଓ ପ୍ରଶାସନିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସମୟରେ ସାଧୁତା, ସଚ୍ଚୋଟତା ଏବଂ ନୈତିକ ଆଚରଣକୁ ବଜାୟ ରଖିବା ଉପରେ ଏଥିରେ ଗୁରୁତ୍ୱ ଦିଆଯାଇଛି।

Leave a Reply

Your email address will not be published. Required fields are marked *