ବଡଚଣା ର ବିଭିନ୍ନ ପୁଜା ମଣ୍ଡପ ବୁଲି ଦେଖିଲେ ଯୁବ ନେତା ମହେଶ୍ୱର ପରିଡ଼ା।

ଚଣ୍ଡିଖୋଲ, ୨୨/୧୦(କ ବ୍ୟୁ) ବଡଚଣା ବ୍ଲକ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଶ୍ରଦ୍ଧା ଭକ୍ତି ଆନନ୍ଦ ଉଲ୍ଲାସ ର ସହିତ ଦୁର୍ଗାପୂଜା ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ବଡ଼ଚଣାର ଯୁବ ନେତା ମହେଶ୍ୱର ପରିଡ଼ା ବଡଚଣା ବ୍ଲକ ଅନ୍ତର୍ଗତ ପାଥ ପୁର, ବରପଦା, ବଣୀଆରି, ସମେତ ବଡ଼ଚଣାର ବିଭିନ୍ନ ପୁଜା ମଣ୍ଡପ ବୁଲିବା ସହିତ ମାଆଙ୍କ ନିକଟରେ ବଡଚଣା ବାସୀ ଙ୍କ ସୁଖ ସମୃଦ୍ଧି କାମନା କରି ପୂଜାର୍ଚ୍ଚନା କରିଥିଲେ। ବିଭିନ୍ନ ପୁଜା କମିଟି ପକ୍ଷରୁ ଶ୍ରୀ ପରିଡ଼ାଙ୍କୁ ଉତ୍ତରୀୟ, ପୁଷ୍ପ ଗୁଚ୍ଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଶ୍ରୀ ପରିଡ଼ାଙ୍କ ସମେତ ବିଷ୍ଣୁ ଚରଣ ସାମଲ୍, ବିରଞ୍ଚି ନାରାୟଣ ପରିଡ଼ା, ରତିକାନ୍ତ ବେହେରା, ଖଗେଶ୍ୱର ସାହୁ, କିଶୋର ବାରିକ୍, ହେମନ୍ତ କୁମାର ସ୍ୱାଇଁ, ସ୍ମୃତି ରଞ୍ଜନ ପରିଡ଼ା, ଦିଗାମ୍ବର ମଲିକ୍, ନିଶିକାନ୍ତ ପରିଡ଼ା, ଶୁଭ୍ରଜିତ୍ ରାଉତ, ସମୀର ଦାସ, ଖଗେଶ୍ୱର ଦଳେଇ, ଦିବାକର ଦଳେଇ ଅପୂଜା ଦଳେଇ, କୈଳାସ ଦଳେଇ, ନିର୍ମଳ ଜେନା, ମୋହନ ଜେନା, ଇନ୍ଦୁ ଭୂଷଣ ଜେନା ଅମୀୟ ରଂଜନ ମହାପାତ୍ର, ବିକ୍ରମ ସିଂ ପ୍ରମୁଖ ପୁଜା ମଣ୍ଡପ ବୁଲି ଦେଖିଥିଲେ।

Leave a Reply

Your email address will not be published. Required fields are marked *