ବକେୟାଭତ୍ତା ସହ ୭ ଦଫା ଦାବିରେ ନିଖିଳ ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚିକା/ସହାୟିକାସଙ୍ଘ ପକ୍ଷରୁ କଲେକ୍ଟର ଓଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁଦାବିପତ୍ର ପ୍ରଦାନ।

କଟକ ତା ୨୯-୧୦-୨୬
ନିଖିଳ ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚିକା/ ସହାୟିକା
ସଙ୍ଘ ପକ୍ଷରୁ ଆଜି ଗୁରୁବାର ଦିନ
ପାଚିକା ମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ଦାବିକରି
ଜିଲ୍ଲା ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟକୁ ଘେରାଓ କରାଯାଇଥିଲା।କଟକ ଜିଲ୍ଲା ର
ସବୁ ପାଚିକା ଓ ସହାୟିକା ମାନେ ୭ ଦଫା ଦାବିରେ ଜିଲ୍ଲା ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟ
ଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପାଚିକା ମାନଙ୍କର ଗ ତ ଚାରି ମାସର ସମସ୍ତ ବକେୟା ପ୍ରାପ୍ୟ ପ୍ରଦାନ କରିବା, ସର୍ବନିମ୍ନ ଦ୍ୟିନିକ ମଜୁରୀ ୪୬୭ ଟଙ୍କା ହିସାବରେ ମାସିକ ୧୩,୮୬୦/- ଦେବା,
ପାଚିକା ମାନଙ୍କୁ ସରକାରୀ ମାନ୍ୟତା ଦେବା, ଅବସର ବୟସ ସୀମା ୬୦ରୁ୬୫ ବର୍ଷ କରାଯିବା ସହ ଅବସର କାଳୀନ
ପେନସନ ଦିଆଯିବା ସହ ପ୍ରତି ମାସର ପ୍ରଥମ ସପ୍ତାହରେ ଭତ୍ତା
ଓ ମଜୁରୀ ପ୍ରଦାନ, ଏମାନଙ୍କୁ ସାମାଜିକ ସୁରକ୍ଷା ସୁନିଶ୍ଚିତ କରିବା ସହ ବୀମା, ଚିକିତ୍ସା
ସହାୟିତା ପାଇଁ ପରିଚୟ ପତ୍ର
ପ୍ରଦାନ କରିବା ଏବଂ ପୂର୍ବ ସରକାର ଙ୍କ ଘୋଷଣା ଅନୁଯାୟୀ ଏକ ଲକ୍ଷ ଟଙ୍କା
ମୃତ୍ୟୁ କାଳୀନ ସହାୟତା ଦେବା ସହ ବେଆଇନ ଛଟେଇ ପାଚିକା ସହାୟିକା ଙ୍କୁ ପୁନନିଯୁକ୍ତି କରିବା ପାଇଁ ଦାବି କରାଯାଇଛି।
ଅମରେନ୍ଦୁ ମହାନ୍ତି ଙ୍କ ନେତୃତ୍ୱରେ
ପାଚିକା ଓ ସହାୟିକା ମାନେ
ବିକ୍ଷୋଭ ପ୍ରଦର୍ଶନ ସହ ଦାବି ପୂରଣ ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲାପାଳ ଙ୍କୁ
ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ମଞ୍ଜୁଲତା ସାହୁ, ସୁକାନ୍ତି ସାହୁ, ସସ୍ମିତା ବେହେରା, କୁନି ବସ୍ତିଆ, ଗୌରୀ ବେହେରା, କଳ୍ପନା ବେହେରା,
ଏଆଇ ଟି ୟୁ ସି ଜିଲ୍ଲା କର୍ମକର୍ତ୍ତା
ଉଦୟ ବର୍ମା, ପ୍ରସନ୍ନ ମହାପାତ୍ର,
ରଶ୍ମୀ ରଞ୍ଜନ ତ୍ରିପାଠୀ, ଜୟ ସିଂହ ଙ୍କ ସମେତ ବହୁ ସଂଖ୍ୟାରେ ପାଚିକା ଓ ସହାୟିକା ମାନେ ଯୋଗଦେଇ ଥିଲେ।

Leave a Reply

Your email address will not be published. Required fields are marked *