ରାଜ୍ୟ ସ୍ତରୀୟ ଯୁବ ସମାବେଶ ଅନୁଷ୍ଠିତ

କଟକ : କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ ଠାରେ ଆଜି ଏକ ରାଜ୍ୟ ସ୍ତରୀୟ ଯୁବ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହି ସମାବେଶ ରେ ଓଡିଶା ର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ରେ ଏ. ଭି . ବି . ପି. ଛାତ୍ର ସଂଶୋଧ ର ନିର୍ବାଚିତ ପାର୍ଥି ମାନେ ଏହି ସମାବେଶ ରେ ଯୋଗ ଦେଇଥିଲେ। ଓଡିଶା ର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମୁଖ୍ୟାତିଥି ଭାବେ ଯୋଗ ଦେଇ ପ୍ରଥମେ ସମସ୍ତଙ୍କୁ ଶାରଦୀୟ ଦୁର୍ଗାପୂଜା ର ଅଭିନନ୍ଦନ ଜଣାଇ କହିଲେ ଚଳିତ ଛାତ୍ର ସଂଶୋଧର ନିର୍ବାଚନ ରେ ଏ. ଭି. ବି. ପି. ର ନିର୍ବାଚନ ରେ ବିଜେଇ ହୋଇଥିବାରୁ ସେମାନଙ୍କୁ ବଧାଇ ଜଣାଇଥିଲେ। ଶ୍ରୀ ମାଝୀ କହିଲେ ଯୁବ ଶକ୍ତି ସବୁଠାରୁ ଶକ୍ତିଶାଳୀ। ସେମାନଙ୍କର ନରେନ୍ଦ୍ର ମୋଦି ଙ୍କ ପ୍ରତି ଅତୁଟ ବିଶ୍ୱାସ ଥିବାରୁ ସେମାନେ ନିର୍ବାଚନ ରେ ବିଜୟ ହାସଲ କରିଥିଲେ। ଯୁବ ଶକ୍ତି ହିଁ ଦେଶ ତଥା ରାଜ୍ୟର ସର୍ବାଙ୍ଗୀନ ବିକାଶ କରିପାରିବେ। ଶ୍ରୀ ମାଝୀ ଗତ ବିଜେଡି ସରକାର କୁ ତୀବ୍ର ସମାଲୋଚନା କରି କହିଲେ ଛାତ୍ର ମାନଙ୍କର ଗଣତାନ୍ତ୍ରିକ ଅଧିକାର ଛାତ୍ର ସଂଶୋଧ ର ନିର୍ବାଚନ କୁ ୨୦୧୭ ମସିହା ରୁ ବନ୍ଦ କରାଯାଇଥିଲା, ବିଜେପି ସରକାର କ୍ଷମତା କୁ ଆସିବା ପୂର୍ବରୁ ଛାତ୍ର ସଂଶୋଧ ର ନିର୍ବାଚନ କରିବା ପାଇଁ ଯେଉଁ ପ୍ରତିଶୃତି ଦେଇଥିଲେ ସେହି ପ୍ରତିଶୃତି ବିଜେପି ରକ୍ଷା କରିଛି। ଏହି ସମାବେଶ ରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୁରଜ୍ ସୂର୍ଯ୍ୟବଂଶୀ ଙ୍କ ସମେତ ବହୁ ବିଧାୟକ ଓ ବିଧାୟିକା ମାନେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *