
କଟକ : କଟକ ତଳ ବାଲିଯାତ୍ରା ପଡିଆ ର ମହାନଦୀ କୂଳରୁ ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର। ନଦୀ କୁ ଗାଧୋଇବା ପାଇଁ ଯାଇଥିବା ଲୋକଙ୍କ ନଜର ମୃତଦେହ ଉପରେ ପଡ଼ିବା ପରେ ପୋଲିସ କୁ ଖବର ଦେଇଥିଲେ। ଏହାପରେ କଟକ କ୍ୟାଣ୍ଟନ ମେଣ୍ଟ ଥାନା ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ କଟକ ଡି ସି ପି ଋଷିକେଶ ଖିଲାରୀ ଓ ଅନ୍ୟ ଅଧିକାରୀ ମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମୃତକଙ୍କ ପରିଚୟ ମିଳି ପାରି ନଥିବା ବେଳେ ମୃତଦେହ ର ଅନେକ କ୍ଷତ ବିକ୍ଷତ ରହିଛି। ସେହିଭଳି ଘଟଣା ସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଘଟଣାର ତଦନ୍ତ ଚାଲିଛି ସବୁ ଦିଗ ଓ ସି ସି ଟିଭି କୁ ଯାଞ୍ଚ କରାଯାଉଥିବା କଥା ସୂଚନା ଦେଇଛନ୍ତି ସ୍ଥାନୀୟ ଥନାଅଧିକାରୀ।