କଟକ ୧୫।୧୦ ଭାରତରତ୍ନ ତଥା ଭାରତର ପୂର୍ବତନ ରାଷ୍ଟ୍ରପତି ଡ. ଏ.ପି.ଜେ. ଅବଦୁଲ କଲାମଙ୍କ ଜୟନ୍ତୀ ଅବସରରେ ଆଜି କଟକ ସହରର ୫୨ ନମ୍ବର ୱାର୍ଡ ଅନ୍ତର୍ଗତ ରାଜେନ୍ଦ୍ର ନଗରସ୍ଥିତ ମା’ ମଙ୍ଗଳା ମନ୍ଦିର ସମ୍ମୁଖରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଏହି ଅବସରରେ ଉପସ୍ଥିତ ବ୍ୟକ୍ତିମାନେ ମହାନ ବୈଜ୍ଞାନିକ ଓ ଜନପ୍ରିୟ ରାଷ୍ଟ୍ରପତିଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।
ଡ. କଲାମ ନିଜର ଅସାଧାରଣ ପ୍ରତିଭା, ବୈଜ୍ଞାନିକ ଅବଦାନ, ସରଳ ଜୀବନଶୈଳୀ ଓ ଦେଶପ୍ରେମ ପାଇଁ ସମଗ୍ର ଦେଶରେ ସ୍ମରଣୀୟ ହୋଇ ରହିଛନ୍ତି। ବିଶେଷକରି ଯୁବପିଢ଼ିଙ୍କୁ ଦେଶର ବିକାଶ ଓ ରାଷ୍ଟ୍ର ଗଠନରେ ସାମିଲ ହେବା ପାଇଁ ସେ ସର୍ବଦା ପ୍ରେରଣା ଯୋଗାଇ ଆସିଥିଲେ।
ଏହି ପରିପ୍ରେକ୍ଷୀରେ କଟକ ସହରର ବିଭିନ୍ନ ସ୍ଥାନରେ ଥିବା ଡ. କଲାମଙ୍କ ପ୍ରତିମୂର୍ତ୍ତିରେ ମଧ୍ୟ ମାଲ୍ୟାର୍ପଣ କରାଯାଇଛି।
ଏହି କାର୍ଯ୍ୟକ୍ରମରେ ମା’ ସର୍ବମଙ୍ଗଳା ମହଲା ସଭାର ସମ୍ପାଦକ ସରୋଜ କୁମାର ସ୍ୱାଇଁ, ସଭ୍ୟ ପ୍ରଦୀପ୍ତ କୁମାର ପଣ୍ଡା, ସୁବ୍ରତ ମଲ୍ଲିକ, ଆଇନଜୀବୀ ପ୍ରଦୀପ୍ତ ମହାନ୍ତି, ଜଗନ୍ନାଥ ମହାନ୍ତି, ସମାଜସେବୀ ଶୁଭମ୍ ମହାପାତ୍ର ଓ ସ୍ଥାନୀୟ ବାସିନ୍ଦା ବୀର କିଶୋର ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ମହାନ ବ୍ୟକ୍ତିତ୍ୱଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।