ଜିଲ୍ଲାସ୍ତରୀୟ ନବମ ରାଷ୍ଟ୍ରୀୟ ପୋଷଣ ମାସ ପାଳିତଆମ ଅଙ୍ଗନବାଡ଼ି, ” ଆମ ଦାୟିତ୍ୱ ” ବାର୍ତ୍ତା ସହ ପୋଷଣ, ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ


କଟକ, ତା ୧୬.୧୦.୨୦୨୬ ରିଖ – “ଆମ ଅଙ୍ଗନବାଡ଼ି, ଆମ ଦାୟିତ୍ୱ” ବାର୍ତ୍ତାକୁ ଆଧାର କରି ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ନବମ ରାଷ୍ଟ୍ରୀୟ ପୋଷଣ ମାସ ପାଳିତ ହୋଇଯାଇଛି । ଏହି ଅବସରରେ ମାଆ ଓ ଶିଶୁର ଶାରୀରିକ ବିକାଶ, ମାନସିକ ସୁସ୍ଥତା, ଉତ୍ତମ ଖାଦ୍ୟପେୟ ଓ ଅଙ୍ଗନବାଡ଼ି କେନ୍ଦ୍ରର ସୁଦୃଢ଼ୀକରଣ ଉପରେ ଜିଲ୍ଲାପାଳ ଗୁରୁତ୍ଵାରୋପ କରିଥିଲେ । ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଶିଶୁମାନଙ୍କ ଉତ୍ତମ ପୁଷ୍ଟିସାଧନ, ଯତ୍ନ, ଶିକ୍ଷା ଓ ମସ୍ତିସ୍କର ପ୍ରାରମ୍ଭିକ ବିକାଶ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା । ଆୟୋଜିତ କାର୍ଯ୍ୟକ୍ରମରେ ପୁଷ୍ଟିକର ଖାଦ୍ୟ ପ୍ରଦର୍ଶନୀ ମାଧ୍ୟମରେ ସ୍ଥାନୀୟ ଖାଦ୍ୟ ସାମଗ୍ରୀରୁ ପୁଷ୍ଟିକର ଖାଦ୍ୟ ପ୍ରସ୍ତୁତି, ପରିବାରରେ ସୁସ୍ଥ ଖାଦ୍ୟାଭ୍ୟାସ ଏବଂ ଶିଶୁଙ୍କ ଶାରୀରିକ ଓ ମାନସିକ ବିକାଶ ସମ୍ପର୍କରେ ସଚେତନ କରାଯାଇଥିଲା । ଏଥିସହିତ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା (PMMVY) ଅନ୍ତର୍ଗତ ଗର୍ଭବତୀ ଓ ପ୍ରସୂତି ମହିଳାମାନଙ୍କୁ ମିଳୁଥିବା ଆର୍ଥିକ ସହାୟତା, ମାତୃ ସ୍ୱାସ୍ଥ୍ୟର ସୁରକ୍ଷା ଏବଂ ଶିଶୁଙ୍କ ଉପଯୁକ୍ତ ପୁଷ୍ଟିସାଧନ ସମ୍ପର୍କରେ ଅବଗତ କରାଯାଇଥିଲା। କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଡଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର , ଶିଶୁ ଭବନ, କଟକ ପୁଷ୍ଟି ପରାମର୍ଶଦାତା ଡାକ୍ତର ଲୀଳା ଲଲନ୍ତିକା ଦେବୀ ମାଆ ଓ ଶିଶୁଙ୍କ ପୃଷ୍ଟି ସମ୍ପର୍କରେ ଆଲୋକପାତ କରିଥିଲେ । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ବିନୋଦିନୀ ବେହେରାଙ୍କ ସମେତ ଶିଶୁ ବିକାଶ ପ୍ରକଳ୍ପର ଅଧିକାରୀ, ବ୍ଲକ୍ ପ୍ରୋଗ୍ରାମ୍ ସଂଯୋଜକ, ଅଙ୍ଗନବାଡ଼ି କର୍ମୀ ଏବଂ ସମ୍ପୃକ୍ତ ବିଭାଗର କର୍ମକର୍ତ୍ତାମାନେ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *