
ବାରିପଦା/ଉଦଳାତା୧୫/୧୦/୨୦୨୬
(କ ବ୍ଯୁ) :
ଶିମିଳିପାଳ ଶାନ୍ତ ସବୁଜ ଉପତ୍ୟକାର କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ରେ ମୋଟ 13ଟି ବିଦ୍ୟାଳୟର କୁନି କଳିକା ଛାତ୍ରଛାତ୍ରୀ ମାନେ ଯୋଗଦାନ କରିଥିଲେ।ଏହାର ଆୟୋଜନ ଗୋଷ୍ଠୀସାଧନ ସଂଯୋଜକ ଶ୍ରୀ ଆଲୋକ କୁମାର ପରିଡା ଙ୍କ ନେତୃତ୍ବରେ ବିଦ୍ଯାଳୟର ଶିକ୍ଷକ ମାନେ ସହଯୋଗ କରିଥିଲେ। ଏହି କାଯ୍ଯକ୍ରମରେ ଉଦଳାବ୍ଲକ ଶିକ୍ଷାଅଧିକାରୀ ଶ୍ରୀ ସୁବ୍ରତ କୁମାର କିସ୍କୁ ମୁଖ୍ଯ ଅତିଥି,ମୁଖ୍ଯବକ୍ତା ଭାବରେ ବିପ୍ରଚରଣ ହାଇସ୍କୁଲ ର ପ୍ରଧାନଶିକ୍ଷକ ଗୋପୀନାଥ ସୋରେନ ସାର,ଦାୟିତ୍ବ ତୁଲାଇଥିବା ବେଳେ ମଞ୍ଚରେଉପସ୍ଥିତ ଥିଲେ ସ୍ଥାନୀୟ ପି.ଏସମେମ୍ବର ମଦନ ବାବୁ ଓ ଉକ୍ତବିଦ୍ଯାଳୟର କମିଟି ଚେୟାର ମ୍ଯାନ ଏବଂ ସଭାପତିତ୍ବ କରିଥିଲେ ଉକ୍ତ ବିଦ୍ଯାଳୟର ପ୍ରଧାନଶିକ୍ଷକ ଶ୍ରୀ କୁଳମଣି ନାୟକସାର।ମଞ୍ଚକାଯ୍ଯ କୁ ଅତ୍ଯନ୍ତ ଭାବଗମ୍ଭୀର ଭାବେ ମଧୁର ଶଦ୍ଦରେ ପରିଚାଳନା କରିଥିଲେ ପ୍ରଜ୍ଞା ପଦ୍ମଗନ୍ଧା ଅପା । ଏକ ମନୋଜ୍ଞ ପରିବେଶରେ ବିଭିନ୍ନ ବିଦ୍ଯାଳୟର ଛାତ୍ରଛାତ୍ରୀଙ୍କ ଦ୍ବାରା ସମୃଦ୍ଧଭାଷାଓ ସମୃଦ୍ଧ ସଂସ୍କୃତି କୁନେଇ ନୃତ୍ଯ ପରିବେଷଣ କରାଯାଇଥିଲା।ଏହା ବ୍ଯତୀତ ବକ୍ତୃତା,ବିର୍ତକ,ସଂଗୀତ,କୁଇଜ, ଚିତ୍ରକଳା,ଶିଳ୍ପକଳା,ସୃଜନୀଶୀଳ ଲିଖନ,ଗଣିତ ଦୌଡ କାଯ୍ଯକ୍ରମ ଆୟୋଜନ ହୋଇଥିଲା।ଉକ୍ତ କାଯ୍ଯକ୍ରମରେ ଆଡାଘୁଟୁ ସରକାରୀ ଉଚ୍ଚପ୍ରାଥମିକ ଦ୍ବାରା କରାଯାଇଥିବାସାଂସ୍କୃତିକ କାଯ୍ଯକ୍ରମଟି ବେଶ ଆନନ୍ଦକର ଆକର୍ଷଣ ହେବାସହପ୍ରଥମ ସ୍ଥାନ ଅଧିକାର କରି ବ୍ଲକସ୍ତର ପାଇଁ ଯୋଗ୍ଯ ବିବେଚିତ ହୋଇଥିଲା ।ବିପୁଳ ଉତ୍ସାହ ଓ କରତାଳି ସହ ପୁରସ୍କାର ବିତରଣ ହେବାସହ ଶାନ୍ତସବୁଜ ବନ୍ଯଉପତ୍ଯକାର କଳିକା ମାନଙ୍କ ଭିତରେ ସୁରଭିର ନୂତନ ଉତ୍ସାହ,ଉଦ୍ଦୀପନା ବାରି ହୋଇପଡୁଥିଲା। ଶେଷରେ ଅସୀମା ଅପା ଙ୍କଦ୍ବାରା ସମସ୍ତଙ୍କୁ ଧନ୍ଯବାଦ ସହ ଗିରିଶିଖରରେ ସୂର୍ଯ୍ଯଙ୍କର ଶେଷ ଅରୁଣିମା ଆକାଶକୁ ଲୋହିତ ରଞ୍ଜିତ କରୁଥିବାବେଳେ ସୁରଭି କାଯ୍ଯକ୍ରମ ସାଙ୍ଗ କରାଯାଇଥିଲା । ଏହି କାଯ୍ଯକ୍ରମ କୁ sc pur cluster ରେ ଥିବା ସମସ୍ତ ସ୍କୁଲ ର ସାର ଓ ଅପା ସଫଳ ରୂପାୟନ ପାଇଁ ପୂର୍ଣ୍ଣ ସହଯୋଗ କରିଥିଲେ।
ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)