
ବାରିପଦା/ଉଦଳା,ତା୧୫/୧୦/୨୦୨୬(କ ବ୍ଯୁ ) :
କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ରେ ମୋଟ 16 ଟି ବିଦ୍ୟାଳୟର କୁନି କଳିକା ଛାତ୍ରଛାତ୍ରୀ ମାନେ ଯୋଗଦାନ କରିଥିଲେ।ଏହାର ଆୟୋଜନ ଗୋଷ୍ଠୀସାଧନ ସଂଯୋଜକ ଶ୍ରୀ ଗୌର କିଶୋର ବିନ୍ଧାଣି ଙ୍କ ନେତୃତ୍ବରେ ବିଦ୍ଯାଳୟର ଶିକ୍ଷକ ମାନେ ସହଯୋଗ କରିଥିଲେ। ଏହି କାଯ୍ଯକ୍ରମରେ ଉଦଳା ର ବିଧାୟକ ଭାସ୍କର ଚନ୍ଦ୍ର ମଢେଇ ମୁଖ୍ୟ ଅତିଥି,ବ୍ଲକ ଶିକ୍ଷାଅଧିକାରୀ ଶ୍ରୀ ସୁବ୍ରତ କୁମାର କିସ୍କୁ, ସୌଭାଗ୍ୟ କୁମାର ସାହୁ, ବିଶ୍ୱରଞ୍ଜନ ମୋଦି, ଶରତ ଚନ୍ଦ୍ର ଦାସ, କାଳିଚରଣ ମୁର୍ମୁ ଅତିଥି,ମୁଖ୍ଯବକ୍ତା ଭାବରେ NAC CHAIRMAN ପ୍ରମିଳା ପଣ୍ଡା ,ଦାୟିତ୍ବ ତୁଲାଇଥିବା ବେଳେ ମଞ୍ଚରେଉପସ୍ଥିତ ଥିଲେ ଉକ୍ତ ବିଦ୍ଯାଳୟର ପ୍ରଧାନଶିକ୍ଷକ ନୀତିଶ କୁମାର ଘୋଷ ।ମଞ୍ଚକାଯ୍ଯ କୁ ଅତ୍ଯନ୍ତ ଭାବଗମ୍ଭୀର ଭାବେ ମଧୁର ଶଦ୍ଦରେ ପରିଚାଳନା କରିଥିଲେ ମିନାକ୍ଷୀ ମିଶ୍ର ଏବଂ ସଂଯୁକ୍ତା ଶତପଥୀ । ଏକ ମନୋଜ୍ଞ ପରିବେଶରେ ବିଭିନ୍ନ ବିଦ୍ଯାଳୟର ଛାତ୍ରଛାତ୍ରୀଙ୍କ ଦ୍ବାରା ସମୃଦ୍ଧଭାଷାଓ ସମୃଦ୍ଧ ସଂସ୍କୃତି କୁନେଇ ନୃତ୍ଯ ପରିବେଷଣ କରାଯାଇଥିଲା।ଏହା ବ୍ଯତୀତ ବକ୍ତୃତା,ବିର୍ତକ,ସଂଗୀତ,କୁଇଜ, ଚିତ୍ରକଳା,ଶିଳ୍ପକଳା,ସୃଜନୀଶୀଳ ଲିଖନ,ଗଣିତ ଦୌଡ କାଯ୍ଯକ୍ରମ ଆୟୋଜନ ହୋଇଥିଲା।ଉକ୍ତ କାଯ୍ଯକ୍ରମରେ ଉଦଳା ହାଇସ୍କୁଲ ଦ୍ବାରା କରାଯାଇଥିବାସାଂସ୍କୃତିକ କାଯ୍ଯକ୍ରମଟି ବେଶ ଆନନ୍ଦକର ଆକର୍ଷଣ ହେବାସହପ୍ରଥମ ସ୍ଥାନ ଅଧିକାର କରି ବ୍ଲକସ୍ତର ପାଇଁ ଯୋଗ୍ଯ ବିବେଚିତ ହୋଇଥିଲା ।ବିପୁଳ ଉତ୍ସାହ ଓ କରତାଳି ସହ ପୁରସ୍କାର ବିତରଣ ହେବାସହ ଶାନ୍ତସବୁଜ ବନ୍ଯଉପତ୍ଯକାର କଳିକା ମାନଙ୍କ ଭିତରେ ସୁରଭିର ନୂତନ ଉତ୍ସାହ,ଉଦ୍ଦୀପନା ବାରି ହୋଇପଡୁଥିଲା। ଶେଷରେ ଜ୍ୟୋତିରଞ୍ଜନ ପଣ୍ଡା ଙ୍କଦ୍ବାରା ସମସ୍ତଙ୍କୁ ଧନ୍ଯବାଦ ସହ ଗିରିଶିଖରରେ ସୂର୍ଯ୍ଯଙ୍କର ଶେଷ ଅରୁଣିମା ଆକାଶକୁ ଲୋହିତ ରଞ୍ଜିତ କରୁଥିବାବେଳେ ସୁରଭି କାଯ୍ଯକ୍ରମ ସାଙ୍ଗ କରାଯାଇଥିଲା । ଏହି କାଯ୍ଯକ୍ରମ କୁ ପଦ୍ମଜା ରାଉତ, ଭାରତୀ ବେହେରା ମଳୟ ବେହେରା,କବିତା ନାୟକ, ଅନୁକ୍ତ ନାୟକ, ଦୀପିକା କର, ମୋନରମା ବିନ୍ଧାଣି, ପୁଷ୍ପଲତା ପାତ୍ର, ବାବୁରାମ ଜେନା ଓ କ୍ଲଷ୍ଟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସଫଳ ରୂପାୟନ ପାଇଁ ପୂର୍ଣ୍ଣ ସହଯୋଗ କରିଥିଲେ l ବିଭୂଧେନ୍ଦ୍ର ପ୍ରତାପ ହାତୀ, ସି ଆର ସିସି ଗୌରକିଶୋର ବିନ୍ଧାଣି
ଓ ନୀତିଶ କୁମାର ଘୋଷ ଙ୍କ ତତ୍ୱା ବଦlନରେ ସlଫଲ୍ୟ ହୋଇଥିଲା l
ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)