ଜେଏସଡବ୍ଲ୍ୟୁ ସିମେଣ୍ଟର ସହଯୋଗରେ କୁତ୍ରାରେ ୫ କି.ମି. ଦୌଡ଼ ନୀଭ ଝିଅମାନଙ୍କ ଉଡ଼ାଣକୁ ନୂଆ ପ୍ରେରଣା


ରାଜଗାଙ୍ଗପୁର (କ୍ ବ୍ୟୂ. )୧୨ ଅକ୍ଟୋବର ୨୦୨୬ ଗ୍ରାମାଞ୍ଚଳର ଝିଅମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ, ଶାରୀରିକ ସୁସ୍ଥତା ଓ ନେତୃତ୍ୱର ଭାବନା ବୃଦ୍ଧି କରିବା ଉଦ୍ଦେଶ୍ୟରେ ହମାରୀ ଲାଡୋ ଫାଉଣ୍ଡେସନର ପ୍ରମୁଖ କାର୍ଯ୍ୟକ୍ରମ ‘ନୀଭ – ଲଡ଼କିୟାଁ ଭାଗେ ସବସେ ଆଗେ’ ଅଧୀନରେ କୁତ୍ରାଠାରେ ଏକ ୫ କିଲୋମିଟର ଦୌଡ଼ ଆୟୋଜିତ ହୋଇଯାଇଛି। ଜେଏସଡବ୍ଲ୍ୟୁ ସିମେଣ୍ଟର ସହଯୋଗରେ ପିଏମ୍ ଶ୍ରୀ ସରକାରୀ ଉତ୍କୃଷ୍ଟ ଉଚ୍ଚ ବିଦ୍ୟାଳୟ, କୁତ୍ରା ନିକଟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ୪ଟି ଗ୍ରାମୀଣ ବିଦ୍ୟାଳୟର ୨୦୬ ଜଣ ନୀଭ ଛାତ୍ରୀ ଓ କୋଚ୍ ଉତ୍ସାହର ସହ ଅଂଶଗ୍ରହଣ କରି ଦୌଡ଼ ସମ୍ପୂର୍ଣ୍ଣ କରିଥିଲେ।
କାର୍ଯ୍ୟକ୍ରମକୁ କୁତ୍ରାର ଏବିଇଓ ନିରଞ୍ଜନ ରାଉଳ, ଜେଏସଡବ୍ଲ୍ୟୁ ସିମେଣ୍ଟର ଅଲେଖ ଦଲାଇ, ପିଏମ୍ ଶ୍ରୀ ସରକାରୀ ଉତ୍କୃଷ୍ଟ ଉଚ୍ଚ ବିଦ୍ୟାଳୟ, କୁତ୍ରାର ବିଭୀଷଣ ବାରିକ ଏବଂ ହମାରୀ ଲାଡୋ ଫାଉଣ୍ଡେସନର ଶ୍ରୀମତୀ ଅହନା ଭଟ୍ଟାଚାର୍ଜୀ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଉପସ୍ଥିତ ଅତିଥିମାନେ ଅଂଶଗ୍ରହଣକାରୀ ଝିଅମାନଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କ ଆତ୍ମବିଶ୍ୱାସ ଓ ଦୃଢ଼ ମନୋବଳର ପ୍ରଶଂସା କରିଥିଲେ।
କୁତ୍ରା ଅଞ୍ଚଳର ପିଏମ୍ ଶ୍ରୀ ସରକାରୀ ଉତ୍କୃଷ୍ଟ ଉଚ୍ଚ ବିଦ୍ୟାଳୟ, ଦହିଜିରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଖଟକୁରବାହାଲ ଓ ବିରିଙ୍ଗାଟୋଲି ବିଦ୍ୟାଳୟର ଛାତ୍ରୀମାନେ ଏହି ଦୌଡ଼ରେ ଭାଗ ନେଇଥିଲେ। ଜେଏସଡବ୍ଲ୍ୟୁ ସିମେଣ୍ଟର ସହଯୋଗରେ ଏହି କାର୍ଯ୍ୟକ୍ରମ ସୁନ୍ଦରଗଡ଼ ଜିଲ୍ଲାରେ ଝିଅମାନଙ୍କ ସର୍ବାଙ୍ଗୀଣ ବିକାଶ ପାଇଁ ଏକ ସକାରାତ୍ମକ ପରିବେଶ ସୃଷ୍ଟି କରୁଛି।
ହମାରୀ ଲାଡୋ ଫାଉଣ୍ଡେସନ ଦ୍ୱାରା ଶିବା ସିମେଣ୍ଟ ଲିମିଟେଡ୍, ଜେଏସଡବ୍ଲ୍ୟୁ ସିମେଣ୍ଟର ଏକ ସହାୟକ କମ୍ପାନୀ, ର ସହଯୋଗରେ ପରିଚାଳିତ ଏହି କାର୍ଯ୍ୟକ୍ରମ ସ୍ଥାନୀୟ ମହିଳା କୋଚ୍‌ମାନଙ୍କ ଦ୍ୱାରା ପରିଚାଳିତ ହେଉଛି। ଏହାର ସଫଳ ରୂପାୟଣରେ ଜିଲ୍ଲା ପ୍ରଶାସନ, ଶିକ୍ଷା ବିଭାଗ ଓ ସ୍ଥାନୀୟ ବିଦ୍ୟାଳୟଗୁଡ଼ିକର ସହଯୋଗ ଗୁରୁତ୍ୱପୂର୍ଣ୍ଣ। କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବେ ବିଇଓ ଶ୍ରୀ ଅନନ୍ତ କୁମାର ନାୟକ, ଏବିଇଓ ଶ୍ରୀ ନିରଞ୍ଜନ ରାଉଳ, ଜେଏସଡବ୍ଲ୍ୟୁ ସିମେଣ୍ଟର ସିଏସଆର୍ ମୁଖ୍ୟ ଶ୍ରୀ ସଂଗ୍ରାମ ରାଉତ, ଲଜିଷ୍ଟିକ୍ସ ମୁଖ୍ୟ ଶ୍ରୀ ଦେବେନ୍ଦ୍ର ଜେନା, ଲଜିଷ୍ଟିକ୍ସ ବିଭାଗର ଶ୍ରୀ ରବି ପ୍ରଧାନ, ସୁରକ୍ଷା ମୁଖ୍ୟ ଶ୍ରୀ ଦେବେଶ ସିଂହ, ମାନବ ସମ୍ବଳ ବିଭାଗର ଶ୍ରୀମତୀ ନେହା ଅଗ୍ରୱାଲ ଏବଂ ସିଏସଆର୍ ବିଭାଗର ଶ୍ରୀମତୀ ଲିମା ରୋଜ୍ ଲାକ୍ରା ଉପସ୍ଥିତ ଥିଲେ। ଏଥିସହ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀମାନେ ମଧ୍ୟ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ ହମାରୀ ଲାଡୋ ଫାଉଣ୍ଡେସନର ଶ୍ରୀମତୀ ଆହନା ଭଟ୍ଟାଚାର୍ଜୀ ସମସ୍ତ ଅତିଥି, ଶିକ୍ଷକ-ଶିକ୍ଷୟିତ୍ରୀ, ମହିଳା କୋଚ୍, ଅଭିଭାବକ ଓ ଅଂଶଗ୍ରହଣକାରୀ ଛାତ୍ରୀମାନଙ୍କୁ କୃତଜ୍ଞତା ଜଣାଇଥିଲେ। ଏହି ୫ କିଲୋମିଟର ଦୌଡ଼ କେବଳ ଏକ କ୍ରୀଡ଼ା କାର୍ଯ୍ୟକ୍ରମ ନୁହେଁ, ବରଂ ଗ୍ରାମୀଣ ଝିଅମାନଙ୍କ ସ୍ୱପ୍ନ, ସାହସ, ଆତ୍ମବିଶ୍ୱାସ ଓ ସଶକ୍ତୀକରଣର ଏକ ପ୍ରେରଣାଦାୟକ ପ୍ରତୀକ ଭାବେ ପରିଗଣିତ ହୋଇଛି।
ରାଜଗାଙ୍ଗପୁରରୁ ଅବଦୁଲ ରଜାକ ଖାନଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *