କଟକ ୧୩/୧୦: ଐତିହାସିକ କଟକ ସହରର ଶେଖ ବଜାରଠାରେ ଆୟୋଜିତ ଏକ ‘ଚା ଖଟି’ରେ ଓଡ଼ିଶା ଜନତା କ’ଗ୍ରେସ ପାର୍ଟି(ଓଜେସି)ର ରାଜ୍ୟ ସଭାପତି ତଥା ପୂର୍ବତନ ବିଧାୟକ ଶ୍ରୀ ମହମ୍ମଦ ମୋକିମ ଯୋଗଦେଇ ସ୍ଥାନୀୟ ୟ ବାସିନ୍ଦା, ବୁଦ୍ଧିଜୀବୀ ଓ । ଓ ବହୁ ଯୁବକଙ୍କ ସହ ସିଧାସଳଖ ଭାବ ବିନିମୟ କରିଥିଲେ।
କପ୍ରେ ଚର୍ଚ୍ଚା ମାଧ୍ୟମରେ ସେ ରାଜ୍ୟର ରା ରାଜନୈତିକ ପରିବେଶ, ବେକାରୀ ସମସ୍ୟା ଏବଂ ବ ନଗର ଉନ୍ନୟନକୁ ନେଇ ଗଭୀର ଆଲୋଚନା କରିଥ କରିଥିଲେ I ଶ୍ରୀ ମୋକିମ କହିଥିଲେ ଯେ, “କୌଣସି ବି ଗଣତାନ୍ତ୍ରିକ ବ୍ୟବସ୍ଥ ରେ । ଜନସାଧାରଣ ହିଁ ମୂଳଦୁଆ । ତୃଣମୂଳ ସ୍ତରର ମୌଳିକ ସୁବିଧା এ ସାମାଜିକ ନ୍ୟାୟ ନମିଳିବା ଯାଏଁ ସାମଗ୍ରିକ ବିକାଶ ଅସମ୍ଭବ । ଏହି ବୈଠକରେ ଓଜେସି କଟକ ସହର ସଭାପତି ଶ୍ରୀମତୀ ଗିରିବାଳା ବେହେରା ଉପସ୍ଥିତ ସ୍ଥିତ ରହି ସହରର ମୌଳିକ ଅସୁବିଧା, ପରିମଳ ବ୍ୟବସ୍ଥା ଏବଂ ମହିଳାମାନଙ୍କ ଅଧିକାର ଓ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ I
ଏହି ସାଧାରଣ ଆଲୋଚନାରେ ଅନ୍ୟମାନଙ୍କ ମଧ୍ୟରେ ଶେଖ ବଜାର ପୂଜା କମିଟି ସମ୍ପାଦକ କିଶୋର ବେହେରା, ଖଟବିନ ସାହି ପୂଜା କମିଟି ସଂପାଦକ ତରୁଣ ଦେ, ମହମ୍ମଦିଆ ବଜାର ପୂଜା କମିଟି ସଭାପତି ଲିଙ୍ଗରାଜ ବାରିକ, ବରିଷ୍ଠ ନେତା ତନବୀର ହୁସେନ, ଅବଦୁଲ ଅବରାର, ତାହିର ଖ, ମହମ୍ମଦ ଇମ୍ରାନ, ସିଲା ସାହା, ଅନିତା ବେହେରାଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ରହି ନିଜ ନିଜର ମତାମତ ଉପସ୍ଥାପନ କରିଥିଲେ । ସମସ୍ତେ ମିଳିମିଶି ସ୍ଥାନୀୟ ସମସ୍ୟାର ସମାଧାନ ପାଇଁ ଆଗାମୀ ଦିନରେ ଏକାଠି କାର୍ଯ୍ୟ କରିବାକୁ ସଂକଳ୍ପ ନେଇଥିଲେ ।